ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌: ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ଲାଠୋର, ୨୬।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖିକୁ ଭିନେ ଭିନେ ଯୋଜନାରେ ପକାଘର, ଚାଉଲ, ଭତା ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ସରକାରୀ ଯୋଜନାରୁ ବାଦ୍‌ ପଡ଼ି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଖର୍ଲି ଗଁାରେ।
ସୂଚନା ଅନ୍‌ସାରେ ଖର୍ଲି ଗଁାର ବସୁ ସାଗର ଆର ତାକର ମାଏକିନା ବଡ଼ ସାଗର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ବଛରର ଭିନେ ଭିନେ ସମିଆରେ ଦାଦନ ଯାଇ ପେଟ୍‌, କୁଲିମଜୁରି କରି ଦମ୍ପତି ନିଜର ପେଟ୍‌ ପାଲୁଥିଲେ। ହେଲେ ଏହେଦେ ଦମ୍ପତି ଅଧାରର ହେଲେନ, ଆଘର ଲେଖେଁ କାମ୍‌ବୁତା କରି ନାଇଁପାରବାର। ଇ ଦମ୍ପତି ଗଁାରେ ଯେନ୍‌ ଜାଗାରେ ମାଏଟ୍‌ ଖପର ଘରଟେ କରି ରହୁଥିଲେ ସେଟା ମାପଚୁକ୍‌ କଲାରୁ ଅଲଗା ଲୁକ୍‌କର ନଁାରେ ବାହାରଲା। ଏନ୍‌ତାଥି ଦମ୍ପତି ଉପେ ଶୂଇନ୍‌ ହେଇ ସେ ଜଗା ଛାଡ଼ି, ବାସ ଶୂଇନ ହେଇ ବାର ଦୁଆର ବୁଲ୍‌ଲେ। ଶେଷେ ଲାଠୋର ଗଁାରେ ନିଜର ଝନେ ଲାଗେଲେସର ଘରେ ଏହେଦେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ଦମ୍ପତିକଁର ବଏସ୍‌ ଅଧ୍‌କା ହେବାର ଲାଗି କାମ୍‌ବୁତା କରି ନାଇଁ ପାରୁଥିଲାବେଲେ ବସୁ ପକ୍ଷାଘାତ ରୁଗୀକର ଲେଖେଁ ହାତ୍‌ ଗୋଡ଼ ହଲେଇ ନାଇଁପାରବାର। ବଡ଼ା ଦୁଖେ ସେ ଯିବାର ଆଏବାର କରୁଛନ୍‌। ଯେନ୍‌ନୁ ମୁଠେ ମିଲ୍‌ଲା ଖାଉଛନ୍‌ ନାଇଁହେଲେ ବୁରୁଧ୍‌ ଦମ୍ପତି ଖାଡ଼ା ଉପାସେ ରହୁଛନ୍‌। ଖାଏଦ୍‌ ଅଭାବୁ ବୁଢ଼ାବୁଢ଼ୀ ଦିନୁଦିନ୍‌କେ ବେଶି ଦୁରବଲ ହେଇଯାଉଥିବାର କହିଛନ୍‌। ଇଆଡ଼େ ସରକାର ଦୁଖି ଗରିବ୍‌କର ଲାଗି ଯୋଜନା ଉପରେ ଯୋଜନା ତିଆର କରି ପକାଘର, ଚାଉଲ, ଭତା ଯୁଗେଇ ଦେଉଥିଲାବେଲେ ଇ ବୁରୁଧ୍‌ ଦମ୍ପତି ସେ ସବୁରୁ ବଁଚେତ୍‌ ହେଇ ରହିଛନ୍‌। ଦମ୍ପତି ଅନେକ ଥର ଭତା, ଘର, ଚାଉଲ ଲାଗି ଦରକାରୀ କାଗଜପତର ଦେଇ ପଁଚେତ୍‌ରେ ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଅସାହା ବୁରୁଧ୍‌ ଦମ୍ପତିକଁର ଉପରେ ଦୁରୁଷ୍‌ଟି ଦେଇ ଘଟନାର ତଦଁତ କରବାର ସଂଗେ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।