ସବୁ ଝିଣ୍ଟିକା ପଙ୍ଗପାଳ ନୁହନ୍ତି: ଜିଲାପାଳ

ମାଲକାନଗିରି,୩ା୬(ଡି.ଏନ୍‌.ଏ.)-ସାରା ଦେଶରେ ବର୍ତ୍ତମାନ ପଙ୍ଗପାଳକୁ ନେଇ ଚିନ୍ତା। ପଡୋଶୀ ଛତିଶଗଡ ରାଜ୍ୟରୁ ପଙ୍ଗପାଳ ମାଲକାନଗିରି ଜିଲାକୁ ଆସିବା ନେଇ ମଧ୍ୟ ଆଶଙ୍କା ରହିଛି। ଫଳରେ ଜିଲାର ଚାଷୀ ଚିନ୍ତିତ ହୋଇପଡିଛନ୍ତି। ତେବେ ଏନେଇ ଜିଲାପାଳ ମନୀଶ ଅଗ୍ରଓ୍ବାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ, ସବୁ ଝିଣ୍ଟିକା ପଙ୍ଗପାଳ ନୁହନ୍ତି। ମାଲକାନଗିରିରେ ବର୍ତ୍ତମାନ ସୁଦ୍ଧା ପଙ୍ଗପାଳ ଆସିବା ନେଇ କୌଣସି ସୂଚନା ମିଳିନାହିଁ। ତଥାପି ଜିଲା ପ୍ରଶାସନ ଏଥିପ୍ରତି ସଜାଗ ରହିଛି। କୃଷି ବିଭାଗ, ଉଦ୍ୟାନବିତ୍‌, ଅଗ୍ନିଶମ ବିଭାଗ ସହ ବୈଠକ କରାଯାଇଛି ା ଜିଲାରେ ପଙ୍ଗପାଳ ପ୍ରବେଶ କଲେ ତାହାର ପ୍ରତିକାର ଲାଗି ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ମଙ୍ଗଳବାର ମହେଶ୍ୱରୀ କଲୋନୀରେ କେତେକ ଝିଣ୍ଟିକାକୁ ଦେଖି ଏହା ପଙ୍ଗପାଳ ବୋଲି ପ୍ରଚାର ହୋଇଥିଲା। ଏଠାରେ ଲୋକଙ୍କ ଖୁବ୍‌ ଭିଡ ହୋଇଥିଲା। ଶେଷରେ କୃଷି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଅରଖ ଗଛଗୁଡିକରେ ବର୍ଷାପୂର୍ବରୁ ଏଭଳି ଝିଣ୍ଟିକା ଦେଖା ଯାଇଥାନ୍ତି। ଏଗୁଡିକ ପଙ୍ଗପାଳ ନୁହନ୍ତି ବୋଲି ସ୍ପଷ୍ଟ କରିଥିଲେ।