ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ ଦିନକୁ ଦିନ କଳାବଜାରୀଙ୍କ ସାମ୍ରାଜ୍ୟ ବଢିବାରେ ଲାଗିଛି। ଯାହାକି ପ୍ରତ୍ୟେକ୍ଷ ଭାବେ ରାଜ୍ୟ ରାଜକୋଷକୁ ପ୍ରଭାବିତ କରୁଛି। ଏପରି କି ଦିନକୁ ଦିନ ବେଆଇନ କାରବାର ବଢୁଉଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି କୁଆଖିଆ ବଜାରରୁ ଯାତ୍ରୀବାହୀ ବସ୍‌ ଯୋଗେ ବେଆଇନ ମାଲ୍‌ ପରିବହନ ଏହାର ଏକ ମାତ୍ର ଉଦାହରଣ ଭାବରେ ନିଆଯାଇ ପାରେ। ଏହି ବଜାରର ଅଘୋଷିତ ବସ୍‌ ରହଣୀ ସ୍ଥାନରୁ ଦୈନିକ ଟନ୍‌ ଟନ୍‌ ସାମଗ୍ରୀ ବାହାର ରାଜ୍ୟକୁ ବେଆଇନ ପରିବହନ ହେଉଛି। ଟିକସ ଫାଙ୍କିବା ଆଳରେ ବ୍ୟବସାୟୀମାନେ ଏଭଳି କରୁଛନ୍ତି। ଫଳରେ ଏବାବଦରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବହାନୀ ହେଉଛି ା ଏସବୁକୁ ପ୍ରଶାସନ ଜାଣି ନୀରବ ରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ, ଯାଜପୁର ଜିଲାରୁ କଲିକତା, ଟାଟା, ରାଞ୍ଚତ୍, ଝାଡ଼ଖଣ୍ଡ, ବିହାର ଆଦି ସ୍ଥାନକୁ ବ୍ୟାପକ ବେଆଇନ ମାଲ୍‌ ପରିବହନ ହେଉଛି। ଆଉ କୁଆଖିଆ ବଜାରକୁ ମାଲ୍‌ ପରିବହନର ମୁଖ ଦ୍ୱାର ବୋଲି କୁହାଯାଉଛି ା ଏହି ବଜାରରୁ ବରୀ, ଯାଜପୁର, ଧର୍ମଶାଳା, ରସୁଲପୁର, ସୁକିନ୍ଦା, ଦାନଗଦୀ ଆଦି ବ୍ଲକ ଅଞ୍ଚଳର ବ୍ୟବସାୟୀମାନେ ମାଲ୍‌ ପରିବହନ ପାଇଁ ଯାତ୍ରୀବାହୀ ବସ୍‌କୁ ମାଧ୍ୟମ ସଜାଉଛନ୍ତି ା ଏହି ସବୁ ଅଞ୍ଚଳକୁ ଯାତାୟତ କରୁଥିବା ବସ୍‌ଗୁଡିକୁ ଦେଖିଲେ ମାଲ ପରିବହନ ଗାଡ଼ି ଭଳି ମନେ ହେଉଛି ା ବସ୍‌ରେ ଯାତ୍ରୀଙ୍କ ଲଗେଜ ବ୍ୟତିତ୍‌ ଅନ୍ୟମାଲ ପରିବହନ ପାଇଁ ଅନୁମତି ନ ଥିବା ବେଳେ ବସ୍‌ କର୍ମଚାରୀ ଓ ମାଲିକମାନେ ଅର୍ଥ ରୋଜଗାର ଲୋଭରେ ଏଭଳି କରୁଛନ୍ତି। ଯାହାକି ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶେଷକରି ବାଦାମ ବ୍ୟବସାୟୀମାନେ ବସ୍‌ ମାଧ୍ୟମରେ ମାଲ ପରିବହନ ଅଧିକ କରୁଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ଦୈନିକ ଶହଶହ ଟନ୍‌ ବାଦାମ ମଞ୍ଜି ବସ୍‌ ଉପରେ ଲଦି କଲିକତା, ଟାଟା ଓ ରାଞ୍ଚତ୍ ଆଦି ଅଞ୍ଚଳକୁ ପରିବହନ କରୁଛନ୍ତି। ଏହାଛଡ଼ା ବସ୍‌ ଉପରେ ବିରି, ମୁଗ, ତମ୍ବା, ପିତଳ, ରସ, ଆଲମୁନିୟମରେ ତିଆରି ବାସନକୁସନ, ପ୍ଲାଷ୍ଟିକ ଓ ଲୁହାଲତା ସାମଗ୍ରୀ, ପାଣି ମୋଟର, ପାଇପ୍‌, ଲୁଗାପଟା ଆଦି ସାମଗ୍ରୀ ପରିବହନ ହେଉଛି ା ଦୈନିକ ଶହ ଶହ ବ୍ୟବସାୟୀ ବସ୍‌ ଜରିଆରେ ଏହି ମାଲ୍‌ ସବୁ ପରିବହନ କରୁଛନ୍ତି । ଏଥିପାଇଁ ଗେଟ୍‌ରେ ସେମାନଙ୍କୁ ଟିକସ ଦେବାକୁ ପଡୁ ନାହିଁ। ଫଳରେ ସରକାରୀ ରାଜସ୍ବ ହାନୀ ହେଉଛି। ଉକ୍ତ ମାଲ୍‌ଗୁଡିକ ଅସଲି ବିଲ୍‌ରେ ଖରଦି କରାଯାଉ ନ ଥିବାରୁ ବ୍ୟବସାୟୀମାନେ ସ୍ବତନ୍ତ୍ର ଗାଡ଼ି ଜରିଆରେ ପରିବହନ କରିବାକୁ ଭୟ କରୁଛନ୍ତି। ଏହି ସବୁ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ବେଆଇନ ମାଲ ପରିବହନର ଏକ ବଳିଷ୍ଠ ମାଧ୍ୟମ ସାଜିଛି ା ଏହି ବେଆଇନ କାର୍ଯ୍ୟ ପୁରା ଖୋଲା ମେଲାରେ ଚାଲୁଛି ା ଏହି ବଜାର ଉପରେ ପୋଲିସ ପ୍ରଶାସନ ପକ୍ଷରୁ ଦୈନିକ ପାଟ୍ରୋଲିଂ କରାଯାଉଛି। ପରିବହନ ଓ ମୋଟର ଯାନ ଯାଞ୍ଚ ବିଭାଗର ଅଧିକାରୀ, ବିକ୍ରି ଓ ଆୟକର ଅଧିକାରୀ ପ୍ରମୁଖ ଏହି ବାଟଦେଇ ଯାତାୟତ କରୁଛନ୍ତି। ଦୈନିକ ଏହିଭଳି ବଡ଼ ଧରଣର ବେଆଇନ କାର୍ଯ୍ୟ ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲେ ସୁଦ୍ଧା କେହି ବି ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି । କାହିଁକି ଏଭଳି ବେଆଇନ ଚାଲାଣ ବିରୋଧରେ କୌଣସି ଅଧିକାରୀ ପଦକ୍ଷେପ ନେଉନାହାନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ଉପୁଜୁଛି ା ଏହିଭଳି କାରବାର କେବେ ବନ୍ଦ ହେବ ଓ ବବସାୟୀଙ୍କ କଳା କାରବାର ଉପରେ କେବେ ରୋକ ଲାଗିବ ତାକୁ ନେଇ ଜନସାଧାରଣଙ୍କ ମନରେ ଉତ୍ସୁକତା ଲାଗିରହିଛି ା ଏନେଇ ସହକାରୀ ବାଣିଜ୍ୟ କର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ପଚାରିବାରେ ବେଆଇନ ଚାଲାଣ ରୋକିବାକୁ ଜିଲାରେ ଏକ ଏନ୍‌ଫୋର୍ସମେଣ୍ଟ ୟୁନିଟ କାର୍ଯ୍ୟ କରୁଛି। ଏସମ୍ପର୍କରେ ୟୁନିଟର ମୁଖ୍ୟ ମନ୍ମଥ ପ୍ରଧାନଙ୍କୁ ଜଣାଇବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri