ନିବେଶକଙ୍କ ସମ୍ପତ୍ତିରେ ୨.୭୩ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୩୦-୧୦: ମଙ୍ଗଳବାର ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହେବା ସହ ନିବେଶକଙ୍କ ସମ୍ପତ୍ତିରେ ୨.୭୩ ଲକ୍ଷ କୋଟି ବୃଦ୍ଧି ଘଟିଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୫୮୧.୬୪ ପଏଣ୍ଟ ବଢିଥିବା ଜଣାପଡିଛି। କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳରେ ଉନ୍ନତି ଏବଂ ଆମେରିକା-ଚାଇନା ବାଣିଜ୍ୟ ଚୁକ୍ତି ନେଇ ରହିଥିବା ସମ୍ଭାବନା ନିବେଶକଙ୍କ ମନୋଭାବ ଉପରେ ଭଲ ପ୍ରଭାବ ପକାଇଛି। ମଙ୍ଗଳବାର ସେନସେକ୍ସ ୫୮୧.୬୪ ବଢି ୩୯,୮୩୧.୮୪ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଦିନ ସମୟର କାରବାରରେ ସୂୂଚକାଙ୍କ ୬୬୬.୮୧ ପଏଣ୍ଟ ବଢି ୩୯,୯୧୭.୦୧ ପଏଣ୍ଟ ଛୁଇଁଥିବା ଷ୍ଟକ ବଜାର ସୂତ୍ରରୁ ସୂଚନା ରହିଛି। ଏହି ସମୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨.୭୩ ଲକ୍ଷ କୋଟି ଟଙ୍କା ବଢି ୧,୫୨,୦୪,୬୯୩.୩୪ କୋଟି ଟଙ୍କା ଛୁଇଁଛି। ବଡ ବଡ କର୍ପୋରେଟଗୁଡିକ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭଲ ଫଳାଫଳ ହାସଲ କରିଥିବା ବେଳେ ମିଡ ଏବଂ ସ୍ମଲ କ୍ୟାପ୍‌ରେ ଆକର୍ଷଣୀୟ ଭାଲ୍ୟୁଏଶନ ନିବେଶକଙ୍କ ସପକ୍ଷରେ ରହିଛି।
ବାଣିଜ୍ୟ ଚୁକ୍ତି ଦ୍ୱାରା ବିଶ୍ୱ ବଜାରକୁ ନେଇ ରହିଥିବା ଅନିଶ୍ଚିତତା ହ୍ରାସ ହେବାକୁ ଯାଉଥିବା ବେଳେ, ବ୍ରେକଜିଟ, ଆମେରିକା ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ଆଶା ଭାରତ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକ ଉପରେ ଭଲ ପ୍ରଭାବ ପକାଇଥିବା ଜିଓଜିତ ଫାଇନାସିଆଲ ସର୍ଭିସେସ ଲିମିଟେଡର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି। ସେହିଭଳି ରେଲିଗାରେ ବ୍ରୋକିଙ୍ଗ ଲିମିଟେଡର ରିସର୍ଚ୍ଚ ଉପସଭାପତି ଅଜିତ ମିଶ୍ର କହିଛନ୍ତି ଯେ, ଅଟୋଶିଳ୍ପରେ ଉନ୍ନତି ଏବଂ ଆମେରିକା ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ଆଶା ବଜାର ଟ୍ରେଣ୍ଡ ଉପରେ ପ୍ରଭାବ ପକାଇଥିବା ସେ କହିଛନ୍ତି। ୩୦ ଶେୟାର ବିଶିଷ୍ଟ ସେନସେକ୍ସ ମଧ୍ୟରୁ ପ୍ରାୟ ୨୬ ଭଲ କାରବାର କରିବାକୁ ସକ୍ଷମ ହୋଇଥିଲା। ସେପ୍ଟେମ୍ବର ତ୍ରୈମାସରରେ ଟାଟା ମୋଟର୍ସ ଏହାର କ୍ଷତି କମାଇବାକୁ ସକ୍ଷମ ହେବାରୁ ଏହାର ଶେୟାର କାରବାର ୧୬.୬୩% ବଢି ଘଟିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୧୪୩୫ କମ୍ପାନୀର କାରବାର ଅତି ଭଲ ରହିଥିବା ବେଳେ ୧୦୨୯ର କାରବାର ହ୍ରାସ ଏବଂ ୨୧୩ର ସ୍ଥିତି ଅପରିବର୍ତ୍ତିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri