Categories: ଜାତୀୟ

ସବୁ ଜଳିଗଲା ପରେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀରେ ଜାରି ରହିଥିବା ହିଂସାକାଣ୍ଡ ଏବେ ଥମିବାରେ ଲାଗିଛି। ୩ ଦିନ ପରେ ପ୍ରଶାସନର ଚେତା ପଶିଛି। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସବୁକିଛି ଜଳିଗଲା ପରେ ଚତୁର୍ଥ ଦିନ ଲୋକଙ୍କ ମନରୁ ଭୟ ଦୂରେଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳରୁ ବହୁ ଲୋକ ଜୀବନ ବିକଳରେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ପ୍ରଶାସନ ତତ୍ପର ହେବା ପରେ ଏବେ ସେମାନେ ଘର ବାହୁଡ଼ିବାକୁ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ହିିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ଘର ଓ ଦୋକାନ ପୋଡ଼ିଯାଇଛି। ଲୋକଙ୍କ ମଧ୍ୟରେ ସରକାର ଏବଂ ପ୍ରଶାସନ ପ୍ରତି ବିଶ୍ୱାସ ସୃଷ୍ଟି କରାଇବା ଲାଗି ପ୍ରୟାସ ଜାରି ରହିଛି।

Share