ସବୁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଅ

ନୂଆଦିଲ୍ଲୀ,୨୦ା୬(ଆଇଏଏନ୍‌ଏସ୍‌): କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗାଇବା ଦିଗରେ ରାଜ୍ୟ ସରକାରମାନେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ (ଏଲ୍‌ଏନ୍‌ଜେପି) ହସ୍ପିଟାଲ ଏହାର ସମସ୍ତ ଓ୍ବାର୍ଡରେ ସିସିଟିଭି ଲଗାଇଥିବାରୁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ, ସଞ୍ଜୟ କିଶନ କୌଲ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ। ଏହା ହସ୍ପିଟାଲ ପରିଚାଳନା ସମେତ ରୋଗୀ ଯତ୍ନ ନେବାରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବ। କୋଭିଡ୍‌-୧୯ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଓ ହସ୍ପିଟାଲରେ ମୃତଦେହଗୁଡ଼ିକର ଠିକ୍‌ ପରିଚାଳନା ଲାଗି ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଅନେକ ଉପଦେଶ ଦେଇଛନ୍ତି। ଦିଲ୍ଲୀ ସମେତ ସବୁ ରାଜ୍ୟର କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଇବା ଦିଗରେ ପଦକ୍ଷେପ ନେବା ଲାଗି ମୁଖ୍ୟ ସଚିବମାନେ ପଦକ୍ଷେପ ନେବାକୁ ଅଦାଲତ କହିଥିଲେ। ସେହିପରି କୋଭିଡ୍‌ ପରୀକ୍ଷା ବଢ଼ାଇବା ଦିଗରେ ଉପଯୁକ୍ତ ଗାଇଡ୍‌ଲାଇନ ଜାରି କରିବା ଲାଗି ଖଣ୍ଡପୀଠ କେନ୍ଦ୍ରକୁ ପରାମର୍ଶ ଦେଇଥିଲେ।

କର୍ନାଟକ ରଣନୀତି ଅନୁସରଣ ଲାଗି କେନ୍ଦ୍ରର ପରାମର୍ଶ

ଦେଶରେ ମହାମାରୀ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩.୮୬ ଲକ୍ଷରେ ପହଞ୍ଚିଥିବା ବେଳେ ୧୨,୬୭୭ ଲୋକଙ୍କ ଜୀବନ ଗଲାଣି। କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କର୍ନାଟକ ରଣନୀତି ଅନୁସରଣ କରିବାକୁ ଶୁକ୍ରବାର ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କରୋନାକୁ ରୋକିବା ଲାଗି ବ୍ୟାପକ ପରୀକ୍ଷା କରାଯିବା, ଫୋନ୍‌ ଜରିଆରେ ଘରକୁ ଘର ସର୍ଭେ କରିବା, ମହାମାରୀ ପରିଚାଳନା ଦକ୍ଷତାର ସହ କରିବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କର୍ନାଟକର ଉଦାହରଣ ଦେଇ କହିଛନ୍ତି।
ଦେଶରେ ଶୁକ୍ରବାର ୧୩, ୫୮୬ ନୂଆ ମାମଲା ଦେଖାଦେଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଥିବା ବେଳେ ତାମିଲନାଡ଼ୁ ଓ ଦିଲ୍ଲୀରେ ଯଥାକ୍ରମେ ୫୫ ହଜାର ଓ ୫୦ ହଜାର ସଂକ୍ରମିତ ହେଲେଣି। ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥିତି ଜଟିଳ ହେବାରେ ଲାଗିଛି। ତାମିଲନାଡ଼ୁରେ ଲଗାତର ୩ ଦିନ ହେବ ୨ ହଜାରରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇଦେଇଛି। ଯଦିଓ ୨ ଲକ୍ଷ ୮ ହଜାରରୁ ଅଧିକ ଲୋକ ସୁସ୍ଥ ହେଲେଣି, ତଥାପି ଉଗ୍ର ସଂକ୍ରମଣ ସ୍ଥିତି ଲାଗି ରହିଛି। ରାଜସ୍ଥାନରେ ୧୪ ହଜାର, ଗୁଜରାଟରେ ୨୫ ହଜାର, ଉତ୍ତରପ୍ରଦେଶରେ ୧୫ ହଜାର, ପଶ୍ଚିମବଙ୍ଗରେ ୧୨ ହଜାର ଓ ମଧ୍ୟପ୍ରଦେଶରେ ୧୧ ହଜାରରୁ ଅଧିକ ରୋଗୀ ରହିଛନ୍ତି। ତେଣୁ ଏହାର ମୁକାବିଲା ଲାଗି ସମସ୍ତେ ସତର୍କ ଓ ସଚେତନ ରହିବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri