ସବୁର ସମାଧାନ ଲୋଡ଼ା

ବିଚିତ୍ର ବିଶ୍ୱାଳ

କୋଭିଡ୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର। ବିଶ୍ୱର ୨୦୦ରୁ ଊର୍ଦ୍ଧ୍ୱ ଦେଶ ବର୍ତ୍ତମାନ ଏହି ମହାମାରୀ କବଳରେ। ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି ଓ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତର ଶିକାର ହେଉଛନ୍ତି। ସେହିପରି ଆମ ଦେଶ ଓ ରାଜ୍ୟ ବି କୋଭିଡ୍‌-୧୯ ସଂକ୍ରମଣରେ ପଛରେ ନାହିଁ ।
ଆମ ଦେଶରେ ସରକାର କୋଭିଡ୍‌-୧୯କୁ ମୁକାବିଲା କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି। କିନ୍ତୁ ତଥାପିି ଆହୁରି ପୂର୍ବରୁ ଆହୁରି ଲୋକାଭିମୁଖୀ ଭାବେ ପଦକ୍ଷେପ ନିଆଯାଇ ପାରିଥାନ୍ତା। କରୋନା ସଂକ୍ରମଣକୁ ରୋକିବା ପାଇଁ ବା କରୋନାର ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଏକ ଭଲ ପଦକ୍ଷେପ। କିନ୍ତୁ ଏହାକୁ ଯେପରି ଭାବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଢାଞ୍ଚାରେ ଘୋଷଣା କରାଗଲା, ଫଳସ୍ବରୂପ କରୋନାର ସଂକ୍ରମଣ ଠାରୁ ଆହୁରି ଅଧିକ ବିପଦ ସାରା ଦେଶରେ ଦେଖାଦେଲା। ଲକ୍‌ଡାଉନ୍‌କୁ ବିରୋଧ କରିବା ଆମ୍ଭର ଉଦ୍ଦେଶ୍ୟ ନୁହେଁ କିନ୍ତୁ ଏହାକୁ ଯେପରି ଭାବେ ଘୋଷଣା କରାଗଲା, ତାହା ଆମ ଦେଶର ଲକ୍ଷ ଲକ୍ଷ ଦିନମଜୁରିଆ ଓ ଗରିବ ଲୋକଙ୍କୁ ଉପାସ୍‌ ରହିବାକୁ ବାଧ୍ୟ କରିଛି। ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିି। ହଠାତ୍‌ ଲକ୍‌ଡାଉନ୍‌ ଘୋଷଣା ହୋଇଯିବା ଯୋଗୁ ଓ ରେଳ ଚଳାଚଳ ଆଦି ବନ୍ଦ ହୋଇଯିବା ଯୋଗୁ ଅନେକ ପ୍ରବାସୀ ଶ୍ରମିକ ନିଜ ଘରକୁ ଓ ଆତ୍ମୀୟସ୍ବଜନଙ୍କ ପାଖକୁ ଫେରିପାରିଲେ ନାହିଁ । ଦିଲ୍ଲୀରେ ଶ୍ରମିକମାନଙ୍କର ପରିସ୍ଥିତି ଆମେ ଦେଖିଲେ। ଆମ ରାଜ୍ୟର ବି ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟରେ ଅଟକି ରହିଛନ୍ତି । ଏପଟେ ତାଙ୍କ ପରିବାରବର୍ଗ ମଧ୍ୟ ନାହିଁ ନ ଥିବା ଅସୁବିଧାରେ ଅଛନ୍ତିି। ଆମେ ଜାଣିଛେ, ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ନିଜ ଘରଦ୍ୱାର ଛାଡ଼ି ଭିନ୍ନ ଭିନ୍ନ ରାଜ୍ୟରେ କାମ କରୁଛନ୍ତି। କୌଣସି ବିପତ୍ତି ପଡ଼ିଲେ ସେମାନେ ଘରକୁ ନିଶ୍ଚିତ ଫେରିବେ। ବିପତ୍ତି ସମୟରେ ସେ ନିଶ୍ଚିତ ଭାବେ ନିଜ ପରିବାର ପାଖରେ ରହିବାକୁ ଚାହିଁ ବ। ତାକୁ ସରକାର ଯେତେ ଖାଇବାକୁ ପିଇବାକୁ ଦେଲେ ମଧ୍ୟ ସେ ନିଜ ପରିବାରକୁ ଛାଡ଼ି ରହିପାରିବ ନାହିଁ । ପରିବାର ଲୋକ ଅସୁବିଧାରେ ବା ଭୟରେ ଥିଲେ, ଜଣେ ଲୋକ କେମିତି ଶାନ୍ତିରେ ଖାଇ ରହିପାରିବ! ଏହିପରି କୋଟି କୋଟି ଲୋକଙ୍କ ପାଇଁ ଲକ୍‌ଡାଉନ୍‌ ଏକ ଦୁଃସ୍ବପ୍ନ ହୋଇଯାଇଛି। ପରିସ୍ଥିତି ଏମିତି ହେଲା ଯେ, ଦେଶ ବିଭାଜନ ସମୟରେ ଲୋକମାନେ ଯେପରି ଜିନିଷ ପତ୍ର ମୁଣ୍ଡେଇ ରାସ୍ତାରେ ଚାଲି ଚାଲି ଯାଉଥିଲେ, ଏହି ଲକ୍‌ଡାଉନ୍‌ ସମୟରେ ସେମିତି ଦୃଶ୍ୟ ଦେଖିବାକୁ ମିଳିଲା। ଏହା ନିଶ୍ଚିତି ଯେ, କରୋନା ଭାଇରସ୍‌କୁ ରୋକିବା ପାଇଁ ଲକ୍‌ଡାଉନ୍‌ ଏକ ଭଲ ପଦକ୍ଷେପ। ପ୍ରଧାନମନ୍ତ୍ରୀ ଯେପରି ଭାବେ ରାତି ଆଠଟା ଭାଷଣରେ ହଠାତ୍‌ ଲକ୍‌ଡାଉନ୍‌ ଘୋଷଣା କରିଦେଲେ, ସେପରି ନ କରି ଯଦି ଆଉ ଚାରି ପାଞ୍ଚ ଦିନ ସମୟ ଦେଇଥାନ୍ତେ, ତେବେ ସଂକ୍ରମଣ ବି ରୋକିଥାନ୍ତା ଓ ଦେଶର ଏକ ବଡ଼ ଭାଗ ଜନସାଧାରଣ ବି ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତେ। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ସମୟ ପାଇଥାନ୍ତେ। ଭୁଲିଯିବା ଉଚିତ ନୁହେଁ ଯେ, ଆମ ଦେଶ ୟୁରୋପର ଦେଶମାନଙ୍କ ପରି ଛୋଟ ନୁହେଁ। ଆମର ଏକ ବିରାଟ ଦେଶ। ଲୋକମାନେ ହଜାର ହଜାର କିଲୋମିଟର ଦୂରରେ କାମ କରନ୍ତି ଓ ଅଧିକାଂଶ ଗରିବ ଶ୍ରେଣୀୟ ଲୋକ। ଯେପରି ଭାବେ ହଠାତ୍‌ ଲକ୍‌ଡାଉନ୍‌ ଘୋଷଣା କରିଦିଆଗଲା, ଏପରି ସ୍ଥିତିରେ ମାର୍ଚ୍ଚ ମାସର ଶେଷ ସପ୍ତାହରେ ସବୁ ଲୋକମାନେ କ’ଣ କିଛିଦିନ ପାଇଁ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିପାରିବେ! ସମସ୍ତଙ୍କ ପାଖରେ କ’ଣ ସେ ସମୟରେ ପଇସା ଥିବ! ଏହାସହିତ ଆମେ ଏବେ ବି ଦେଖୁଛେ ଯେ, ଅନେକ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ବି ଆବଶ୍ୟକୀୟ ସଂକ୍ରମଣ ନିରୋଧୀ ସାମଗ୍ରୀ ନାହିଁ । ଏସବୁ ବ୍ୟବସ୍ଥା ନ କରି ହଠାତ୍‌ ଲକ୍‌ଡାଉନ୍‌ କରିଦେବା ଅନେକ ଲୋକଙ୍କ ପାଇଁ ବହୁତ ଯନ୍ତ୍ରଣା ଆଣି ଦେଇଛି। ସରକାର ବୁଝିବା ଉଚିତ ଯେ, ସବୁ ସମସ୍ୟାର ସମାଧାନ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଢାଞ୍ଚାରେ ହୋଇପାରିବ ନାହିଁ । ଲକ୍‌ଡାଉନ୍‌ ଘୋଷଣା କରି ଟିଭିରେ ରାମାୟଣ, ମହାଭାରତ ଚଲେଇବାର ବ୍ୟବସ୍ଥା କରେଇଦେଲେ, ଶ୍ରମିକମାନେ କ’ଣ ନିଜ ଘର ପରିବାରଠାରୁ ଦୂରରେ ରହି ନ ଖାଇ ନ ପିଇ କେବଳ ମହାଭାରତ ଦେଖିବେ! ଆମେ ଦେଖିଲେ ଯେ, ସିଙ୍ଗାପୁରରେ ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ଛଅ ଦିନ ପୂର୍ବରୁ ସୂଚନା ଦିଆଗଲା।
କିଛି ଲୋକ କହିପାରନ୍ତି ଯେ, ସରକାର ତ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଆର୍ଥିକ ସାହାଯ୍ୟର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ବି ସବୁକିଛି କେବଳ ଘୋଷଣାରେ ଅଛି। କେନ୍ଦ୍ର ସରକାରଙ୍କ ତରଫରୁ ଲୋକଙ୍କୁ ସାହାଯ୍ୟ ମିଳିବାରେ ବିଳମ୍ବ ହେଉଛି। କରୋନା ଏକ ଜନସ୍ବାସ୍ଥ୍ୟ ସମସ୍ୟା। ଏହାକୁ ମିଲିଟାରୀ ଢାଞ୍ଚାରେ ସମାଧାନ କରାଯାଇପାରିବ ନାହିଁ । କେନ୍ଦ୍ର ସରକାର ଯଦି ସତରେ କରୋନା ସଂକ୍ରମଣ ରୋକିବା ପାଇଁ ଏତେ ବ୍ୟସ୍ତ ତେବେ ଲକ୍‌ଡାଉନ୍‌ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ବି କରିବା କଥା। ଯେମିତି କି ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ଆବଶ୍ୟକୀୟ ସାମଗ୍ରୀ ଓ ଯଥେଷ୍ଟ ପରିମାଣର ଚିକିତ୍ସାର ସୁବିଧା କରେଇବା କଥା। ଆମେ ଜାଣିଛେ ଯେ, କରୋନା କେବଳ ନାକ ଓ ପାଟି ବାଟେ ହିଁ ବ୍ୟାପେ, ଯାହାକୁ ରୋକିବା ପାଇଁ ମାସ୍କ ତଥା ମୁଖା ଏକ ମୁଖ୍ୟ ଉପକରଣ। ସବୁ ଲୋକଙ୍କ ପାଖରେ ମାସ୍କ ପହଞ୍ଚାଚଇବାର ବ୍ୟବସ୍ଥା କରାଯିବା ଉଚିତ। ସବୁ ଲୋକ ଯଦି ମାସ୍କ ପିନ୍ଧିବେ ତେବେ ସଂକ୍ରମଣକୁ ନବେ ପ୍ରତିଶତ ରୋକିହେବ। ନିର୍ବାଚନ ସମୟରେ ଯେମିତି ବୁଥ୍‌ ସ୍ତରରେ ଲୋକଙ୍କ ପାଖରେ ଭୋଟ୍‌ ଚିରୁକୁଟି ରାତାରାତି ପହଞ୍ଚି ଯାଉଛି, ସେମିତି ଲୋକଙ୍କ ପାଖରେ ମାସ୍କ ପହଞ୍ଚାଯାଉ। ସରକାର ତାଙ୍କର ସମସ୍ତ କଳ କୌଶଳ ଲଗେଇଲେ ଦଶଦିନ ମଧ୍ୟରେ ମାସ୍କ ତିଆରି ହୋଇ ଲୋକଙ୍କ ପାଖରେ ପହଞ୍ଚିପାରିବ। ଯେମିତି ନିର୍ବାଚନ ସମୟରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ କାମରେ ଲଗେଇ ଦିଆଯାଏ, ଏପରି ବିପତ୍ତିି ସମୟରେ ସେପରି ଭାବେ ସରକାର କାମ କରିବେନି କାହିଁ କି? କରୋନାର ସଂକ୍ରମଣ ରୋକିବା ପାଇଁ ସରକାର ସବୁ ପଟରୁ ଯଦି ଏପରି ମନୋଭାବ ଦେଖାନ୍ତେ, ତେବେ ପ୍ରକୃତ ଅର୍ଥରେ କରୋନାର ସଂକ୍ରମଣ ରୋକିପାରନ୍ତା।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri