ସବୁଠି ନିଗମଙ୍କ ଗୀତର ମହକ

ଯାତ୍ରା ନାଟକରେ ଗୀତ ଲେଖିବା କଥା ଉଠିଲେ ପ୍ରଥମେ ଯାହାଙ୍କୁ ଖୋଜାପଡ଼େ ସେ ହେଉଛନ୍ତି ନିଗମ ମିଶ୍ର। ପ୍ରତ୍ୟେକ ନାଟ୍ୟକାର ଚାହାନ୍ତି ତାଙ୍କ ନାଟକରେ ନିଗମ ମିଶ୍ର ଗୀତ ଲେଖନ୍ତୁ। ପ୍ରତ୍ୟେକ ସଙ୍ଗୀତ ନିର୍ଦ୍ଦେଶକ ଚାହାନ୍ତି ତାଙ୍କୁ ନିଗମ ମିଶ୍ରଙ୍କର ଲାଇନ୍‌ଟିଏ ମିଳୁ। ଏମିିତିକି ଅଧିକାଂଶ ଯାତ୍ରା ଗାୟକ ବି ଆଶା ରଖିଥାନ୍ତି ସେମାନଙ୍କୁ ନିଗମ ସାର୍‌ଙ୍କ ରଚିତ ଭଲ ଗୀତଟିଏ ବର୍ଷସାରା ଗାଇବାର ସୁଯୋଗ ମିଳୁ। ଏସବୁ ହେଉଛି ଗୀତିକାର ନିଗମ ମିଶ୍ରଙ୍କ ଦକ୍ଷତା ତଥା ଲୋକପ୍ରିୟତାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ତେବେ ନିଗମ ମିଶ୍ରଙ୍କ ଗୀତରେ ଏମିତି କ’ଣ ଥାଏ ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ? ଏ ପ୍ରଶ୍ନର ସିଧାସଳଖ ଉତ୍ତର ହେବ ଏଇଆ ଯେ, ଗାୟକ ମୁହଁରୁ ବାହାରୁଥିବା ନିଗମଙ୍କ ଲେଖା ଗୀତର ଲାଇନ୍‌ ସିଧାସଳଖ ଆସି ଶ୍ରୋତାଙ୍କ ହୃଦୟ ଭିତରେ ପଶିଯାଏ। ସେଥିପାଇଁ ନିଗମ ମିଶ୍ର ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ସବୁଠୁ ବ୍ୟସ୍ତ ଗୀତିକାର। ଚଳିତବର୍ଷ (ବର୍ତ୍ତମାନ ସୁଦ୍ଧା) ନିଗମଙ୍କ ହାତରେ ରହିଛି ୧୮ଟି ଯାତ୍ରା। ସେଗୁଡ଼ିକ ହେଉଛି ‘ଶିବାନୀ’ ଗଣନାଟ୍ୟର ‘ବୋଉଲୋ ମୁଁ ବୋହୂ ହେବିନି’, ‘ବାହାଘର ନୁହେଁ ବାହାବଜାର’ ଏବଂ ‘ସବୁ ଅଧା ଅଧା ନଁାଟି ରାଧା’, ‘ସ୍ବର୍ଣ୍ଣମହଲ’ର ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’, ‘ଅସତୀ ତୁଳସୀ ସତୀ ଚଉରା’ ଏବଂ ‘ସାବତ ସ୍ବାମୀ’, ‘ସ୍ବପ୍ନମହଲ’ର ‘ବାପା ବୋଉ ତମେ ଭୁଲ କଲ’, ‘ବାଦ୍‌ଶାହ, ଏବଂ ପ୍ରଦୀପ ବେହେରାଙ୍କ ରଚିତ ‘ଆପଣମାନେ ଖୁସି ତ’। ସେହିଭଳି ସେ ଲେଖିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଧଉଳି ଗଣନାଟ୍ୟ’ର ‘କାଳିଦାସଙ୍କର ନୂଆ କାହାଣୀ’, ‘କୋଣାର୍କ’ର ‘କଂସ’, ‘ବିଶ୍ୱ ଦରବାର’ର ‘ତମ କଥା ଭାରି ମନେପଡ଼େ’, ‘ବାଘାଯତୀନ ଲୋକନାଟ୍ୟ’ର ‘ତମ ସିନ୍ଦୂର କୋଉ ସ୍ବାମୀର’, ‘ରଙ୍ଗମହଲ’ର ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’, ‘ସୂର୍ଯ୍ୟମନ୍ଦିର’ର ‘ମାୟାବିନୀ ମୌସୁମୀ’ ଏବଂ ‘ପାର୍ବତୀ ଗଣନାଟ୍ୟ’ର ‘ସବୁଠି ବୁଲୁଛି ଶାଗୁଣା ଆଖି’। ସବୁଥର ପରି ଏଥର ବି ନିଗମଙ୍କ ଗୀତ ଓଡ଼ିଆ ଯାତ୍ରା ଜଗତରେ ଏକ ନିଆରାପଣ ଛାପ ଛାଡ଼ିଯିବ ସେକଥା ଅନସ୍ବୀକାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri