ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଛନ୍ତି। ବଡ଼ି ଭୋର୍‌ରୁ ଭକ୍ତମାନେ ଶିବ ଆରାଧନା ସହ ଜଳାଭିଷେକ କରିଛନ୍ତି। ପଶ୍ଚିମବଙ୍ଗ-ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏଠାକୁ ବହୁ ଶୈବଭକ୍ତଙ୍କ ସୁଅ ଛୁଟୁଛି। ଶୈବପୀଠ ଭକ୍ତମୟ ହୋଇଯାଇଛି। ଟ୍ରଷ୍ଟ ବୋର୍ଡ ଏବଂ ପୋଲିସ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଥିବା ଜଣାପଡ଼ିଛି।