‘ସବୁଜିମା ତାଙ୍କ ସ୍ବପ୍ନ ଓ ଲକ୍ଷ୍ୟ’

କେନ୍ଦୁଝର, ୨୬।୧୧(ସ୍ବ.ପ୍ର.)-‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ ଏଭଳି ବାର୍ତ୍ତା ଦେଇ ଗାଁ ସମେତ ଆଖପାଖ ଅଞ୍ଚଳରେ ଗଛ ଲଗାଇବା କାମରେ ସେ ଲାଗିପଡ଼ିଛନ୍ତି। ଗତ ୫ ବର୍ଷରେ ୪ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରିଛନ୍ତି। ଏଥିସହ ବିଭିନ୍ନ ଗ୍ରାମ ଓ ଶିକ୍ଷାନୁଷ୍ଠାନକୁ ଯାଇ ସେ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ଉଜୁଡ଼ା ପରିବେଶକୁ ସଜାଡ଼ିବା ପାଇଁ ଯୋଜନା କରି ୧୦୮ ଗ୍ରାମରେ ସବୁଜିମା ଫେରାଇ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପରିବେଶ ସୁରକ୍ଷା ଦିଗରେ ତାଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ତାଙ୍କୁ ବୃକ୍ଷ- ମଣିଷ ବୋଲି କହିବାକୁ ପଛାଉ ନାହାନ୍ତି।
ବୃକ୍ଷରୋପଣ କରି ସବୁଜବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ନିଜକୁ ଉତ୍ସର୍ଗ କରି କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ହେଲେ ରମେଶ ଚନ୍ଦ୍ର ମିଶ୍ର (୬୪)। ସାଢେ ଛଅ ବର୍ଷ ଶିକ୍ଷକତା ଓ ପରେ ବ୍ୟାଙ୍କ ଚାକିରି କରି ୨୦୧୫ରେ ଅବସର ଗ୍ରହଣ କରି ଏବେ ପରିବେଶ ସୁରକ୍ଷା ସାଙ୍ଗକୁ ସମାଜସେବାରେ ଲାଗିପଡ଼ିଛନ୍ତି। ଗାୟତ୍ରୀ ପରିବାର ସହ ସମ୍ପର୍କ ରଖି ସେ ସଚେତନତା ସୃଷ୍ଟି କରିବାସହ ଲକ୍ଷ୍ୟପଥରେ ଆଗେଇ ନେଉଛନ୍ତି।
ରମେଶ କହନ୍ତି, ଏକଦା ବଣପାହାଡ଼ ଘେରା କେନ୍ଦୁଝର ଜିଲା ଥିଲା ସବୁଜିମାମୟ। ଏବେକାର ସ୍ଥିତି ଭିନ୍ନ। ଉଜୁଡ଼ା ଜଙ୍ଗଲ ଓ ପରିବେଶ ତାଙ୍କ ମନରେ ଗଭୀର ରେଖାପାତ କରିଛି। ହାତରେ ବିଶେଷ ସମ୍ବଳ ନ ଥିଲେ ବି ନିଜ ପେନସନ୍‌ ଟଙ୍କାରେ ସେ ବୃକ୍ଷରୋପଣ କାର୍ଯ୍ୟ କରିଆସୁଛନ୍ତି।ଁ ସେ ନିଜ ଉଦ୍ୟମରେ ଗତ ୫ ବର୍ଷରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଚାରା ସୃଷ୍ଟି କରି ମାଗଣାରେ ବାଣ୍ଟିଛନ୍ତି ା ଗଛ ଲଗାଇବା ସହ ଯତ୍ନ ନେଇ ଗଛ ବଢାଇବା ଓ ସୁରକ୍ଷା କରିବା ପାଇଁ ଉଦ୍ୟମ କରିଥାନ୍ତି ା ସ୍ଥାନୀୟ ଛାତ୍ରୀଛାତ୍ର ତଥା ପରିବେଶବିତମାନଙ୍କ ସହଯୋଗ ନେଇ ନିଜ ଗାଁ ମୁଣ୍ଡରେ ବଟେଶ୍ୱର ମନ୍ଦିର ପରିସରରେ ଏକ ନର୍ସରୀ କରି ଚାରା ସୃଷ୍ଟି କରୁଛନ୍ତି। ଯେଉଁଠି ଚାଷୀଙ୍କ ଜମି ବର୍ଷ ବର୍ଷ ଧରି ପଡିଆ ପଡିଥିଲା ସେଠାରେ ଲୋକଙ୍କୁ ବୁଝାଇ ଏବେ ବୃକ୍ଷ ରୋପଣ କରୁଥିବାରୁ ନୂତନ ଜଙ୍ଗଲ ସୃଷ୍ଟି ହୋଇ ପାରିଛି। ଗଛ ନ କାଟିବା ଏବଂ ଅଧିକ ବୃକ୍ଷ ରୋପଣ କରିବାକୁ ସବୁବେଳେ ସେ ପରାମର୍ଶ ଦେଇ ଆସୁଛନ୍ତି। ଯେଉଁମାନେ ଗଛ ଲଗାଇ ପରିବେଶ ସୁରକ୍ଷା କରୁଛନ୍ତି ସେଭଳି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ସେ ପ୍ରକୃତି ସଖା ଓ ‘ପ୍ରକୃତି ସାଥୀ ପୁରସ୍କାର ଦେଉଛନ୍ତି ା
ରମେଶ ଆହୁରି କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ଲୋକଙ୍କ ସହଯୋଗ ତାଙ୍କୁ ଉତ୍ସାହିତ କରିଛି। ପ୍ରଥମ ୩ ବର୍ଷ ବାହାରୁ ଚାରା କିଣି ଗଛ ଲଗାଇଥିଲେ। ସେ ନର୍ସରୀ ଖୋଲିବା ପରଠାରୁ ବନ ବିଭାଗ ତାଙ୍କ ଠାରୁ ଚାର ନେଉଛି। ବର୍ତ୍ତମାନ ତାଙ୍କ ନର୍ସରୀରେ ୩୦ ପ୍ରକାରର ଗଛ ରହିଛି। ସେଥିମଧ୍ୟରେ ଶାଗୁଆନ, ଗମ୍ଭାରୀ, ଶାଳ, ପିଆଶାଳ, ଅଁଳା, ନିମ, ପିଜୁଳି, ବେଲ, ମହାନିମ, ଅଶୋକ, ଜାମୁ, ପଣସ, ହରିଡା, ବାହାଡା, ଲେମ୍ବୁ, ଅଶ୍ୱତଥ, ଦେଶୀ ଆମ୍ବ ଓ କାଜୁ ଅନ୍ୟତମ। ପ୍ରତ୍ୟେକ ପରିବାର ଯେଭଳି ୫ଟି ଲେଖାଏ ଗଛ ଲଗାଇବେ ସେଥିପାଇଁ ୨ ଗ୍ରାମକୁ ପ୍ରଥମେ ହାତକୁ ନେଇ ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ମାସ ୧୦୮ ଗ୍ରାମରେ ଏଭଳି କାର୍ଯ୍ୟକ୍ରମ ସେ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri