ସବୁଜିମା ଆଣିବା ଲକ୍ଷ୍ୟରେ  ‘ସବୁଜ ସୁନ୍ଦର ବାରିପଦା’

ବାରିପଦା ଅଫିସ, ୧୫ା୩- ବାରିପଦା ସହରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ୨୦୧୪ରେ କେତେକ ଯୁବକ ସଂଗଠିତ ହୋଇ ‘ସବୁଜ ସୁନ୍ଦର ବାରିପଦା’ ସଙ୍ଗଠନ ଗଢିଥିଲେ । ଇତିମଧ୍ୟରେ ୬ ବର୍ଷ ବିତିଲାଣି। ସଂଗଠନର ସଦସ୍ୟା ଓ ସଦସ୍ୟମାନେ ସହରରେ ଥିବା ଖାଲି ସ୍ଥାନରେ ୨୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇବା ସହିତ ପରିବେଶ ସଚେତନତା ସୃଷ୍ଟି କରି ଆସୁଛନ୍ତି। ତଥାପି ଲକ୍ଷ୍ୟ ବହୁ ଦୂର। ଏଥିଲାଗି ସେମାନେ ଚାରା ରୋପଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସହରକୁ ପଲିଥିନ ଓ ଆର୍ବଜନାମୁକ୍ତ ରଖିବା, ନିଶାମୁକ୍ତ ପରିବେଶ ଗଢି ତୋଳିବା ଲାଗି ଲୋକଙ୍କୁ ବୁଝାଉଛନ୍ତି। ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ରଖିବା ଭଳି ଜନହିତକର କାର୍ଯ୍ୟ କରି ଆସୁଛନ୍ତି। ବାରିପଦା ସହରରେ ଜିତେନ୍ଦ୍ର ମହାନ୍ତି ଉକ୍ତ ସଂଗଠନର ଆବାହକ ଅଛନ୍ତି। ତାଙ୍କ ନେତୃତ୍ୱରେ ‘ସବୁଜ ସୁନ୍ଦର ବାରିପଦା’ର ଯୁବ ଗୋଷ୍ଠୀ ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରି ସହରରେ ଚର୍ଚ୍ଚାକୁ ଆସିଛନ୍ତି।
ସଂଗଠନର ଆବାହକ ଜିତେନ୍ଦ୍ର ପ୍ରତ୍ୟହ ସକାଳେ ଯୁବ ଗୋଷ୍ଠୀର ସଦସ୍ୟା ଓ ସଦସ୍ୟଙ୍କ ଗହଣରେ ବିଭିନ୍ନ ଓ୍ବାର୍ଡ ବୁଲି ଲଗା ଯାଇଥିବା ଚାରା ଗଛର ଯତ୍ନ ନେଇଥାନ୍ତି। ଚାରାରୋପଣ କରିବା ସାଙ୍ଗକୁ ସେମାନେ ପରିବେଶକୁ ସୁରକ୍ଷା ବାର୍ତ୍ତା ବାଣ୍ଟି ଫେରିଥାନ୍ତି। ପରେ ସଂଗଠନର ସଦସ୍ୟାସଦସ୍ୟ ଏକାଠି ହୋଇ ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥାନ୍ତି। କେବଳ ସେତିକି ନୁହେଁ ରାସ୍ତାରେ ଯିବା ବେଳେ କୌଣସି ଲୋକ ପଲିଥିନ ବ୍ୟାଗ ଧରି ବଜାରରୁ ଆସୁଥିବା ଦେଖିଲେ, ସେମାନେ ତାଙ୍କୁ କପଡ଼ା ବ୍ୟାଗ୍‌ ବାଣ୍ଟି ପଲିଥିନ ବ୍ୟାଗ ବ୍ୟବହାର ନ କରିବାକୁ ବୁଝାଇଥାନ୍ତି। ସହରର କୌଣସି ସ୍ଥାନରେ ଗୋରୁ ମରି ପଡ଼ିଥିଲେ ସେମାନେ ଉଠାଇ ଆଣି ସଂସ୍କାର କରାଇଥାନ୍ତି। ସଂଗଠନର ସଦସ୍ୟମାନେ ଶବସଂସ୍କାର ଭଳି ସାମାଜିକ କାର୍ଯ୍ୟରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସହଯୋଗ କରିଥାନ୍ତି।
ସହରରେ ଗଢି ଉଠିଥିବା ଏହି ସବୁଜ ସୁଦର ଟିମ୍‌ରେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ବୟସ୍କ ଓ ମହିଳା ମଧ୍ୟ ସଦସ୍ୟ ରହିଛନ୍ତି। ସେମାନେ ସହରର ପର୍ଯ୍ୟଟନ କ୍ଷେତ୍ର ବୁଲି ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଭେଟିଥାନ୍ତି। ୧୯୯୩ରେ ଜିତେନ୍ଦ୍ର ରାଜନୀତିରେ ପ୍ରବେଶ କରି ଏଯାଏ ସକ୍ରିୟ ରହି ସମାଜସେବା ଓ ପିବେଶ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ବିତ କରି ଚାଲିଛନ୍ତି। ଯୁବଗୋଷ୍ଠୀଙ୍କୁ ସାଥିରେ ନେଇ ପରିବେଶ ସୁରକ୍ଷା ଲାଗି ନିୟମିତ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି କାର୍ଯ୍ୟ ଲାଗି ୨୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ତାଙ୍କୁ ଓ ସବୁଜ ସୁନ୍ଦର ବାରିପଦା ସଂଗଠନକୁ ସମ୍ବର୍ଦ୍ଧିତ କରିଛନ୍ତି। ଜିତେନ୍ଦ୍ରଙ୍କ କହିବା ହେଲା, ବର୍ତ୍ତମାନର ଯୁବପିଢିକୁ ସମାଜସେବା ଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ଉତ୍ସାହ ଯୋଗାଇବା ତାଙ୍କର ଲକ୍ଷ୍ୟ । ଆଗକୁ ସଂଗଠନକୁ ଅଧିକ ସକ୍ରିୟ ଓ ଦୃଢ କରି ସବୁଜ ସୁନ୍ଦର ବାରିପଦା ଗଠନ ଦିଗରେ ସଂଗଠନ ଜରିଆରେ ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri