ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ): କେନ୍ଦୁଝର ପୌରପାଳିକା ଅଧୀନରେ କୋଭିଡ-୧୯ର ମୁକାବିଲା କରୁଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆରମ୍ଭ ହୋଇଛି। ପୌରପାଳିକାର ନିର୍ବାହୀ ଅଧିକାରୀ ଡ.ମଧୁସ୍ମିତା ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୨୬ତାରିଖ ପଯର୍‌ୟନ୍ତ ଚାଲିବ। ଏଥିରେ ପୌରପାଳିକାର ସମସ୍ତ ସରକାରୀ ଓ ଘରୋଇ ସଫେଇ କର୍ମଚାରୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିପାରିବେ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ମୋଟ ୧୮୦ଜଣ ସଫେଇ କର୍ମଚାରୀଙ୍କ ମଧ୍ୟରୁ ପ୍ରଥମ ଦିନ ୬୦ କର୍ମଚାରୀ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ପରିମଳ ନିରୀକ୍ଷକ ବାଲ୍ୟମୁକୁନ୍ଦ ମିଶ୍ର ଶିବିରକୁ ପରିଚାଳନା କରିଥିଲେ। କରୋନା ଯୁଦ୍ଧର ଏହି ସିପାହୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ା