ସଫଳ ମଣିଷ: କମଳା ଚାଷ ହୋଇଛି ବୃତ୍ତି, ଆୟର ପନ୍ଥା

ଦେବଗଡ଼, ୪।୧୨(ଡି.ଏନ୍‌.ଏ)-‘ଚାଷ କାମ ଯାହାର କେତେ ସୁଖ ତାହାର’ ଏହି ଉକ୍ତିକୁ ଜଣେ ସଫଳ ମଣିଷ ପ୍ରସନ୍ନ ପ୍ରଧାନ (୪୨) ଠିକ୍‌ ବୋଲି ପ୍ରମାଣିତ କରିଛନ୍ତି। ଦେବଗଡ଼ ଜିଲାର ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ନିକଟସ୍ଥ ଟିକିରା ନଦୀର ଅପରପାର୍ଶ୍ୱରେ ଅବସ୍ଥିତ ଖିଲବେରେଣୀ ଗ୍ରାମରେ ତାଙ୍କର ଘର। ପୁଅ, ଝିଅ, ସ୍ତ୍ରୀ, ବାପା ଓ ମା’ଙ୍କୁ ନେଇ ଛୋଟ ସଂସାର। ବିଏ ପଢ଼ି ସାରିବା ପରେ ସରକାରୀ ଚାକିରି ଖୋଜିଖୋଜି ନୟାନ୍ତ ହୋଇ ବାପାଙ୍କର କୌଳିକ ବୃତ୍ତିକୁ ଆପଣେଇଲେ ପ୍ରସନ୍ନ। ଗଁାରେ ବାପା, ବଡ଼ବାପାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କମଳା ଚାଷକୁ ବୈଜ୍ଞାନିକ ଭିତ୍ତିଭୂମି ସହ ଉକତ୍ୃଷ୍ଟମାନର କମଳା ଉପତ୍ାଦନ କରିବାକୁ ଆଗ୍ରହ କଲେ। କୁଣ୍ଢେଇଗୋଳା ଗ୍ରାମ ପଞ୍ଚାୟତରେ ଗତ ଚାଳିଶି ବର୍ଷ ହେଲା ବ୍ୟବସାୟିକ ଭିତ୍ତିରେ ଆରମ୍ଭ ହୋଇଥିବା କମଳା ଚାଷକୁ ନୂତନ ଭାବରେ ଠିଆ କରିବାକୁ ଚେଷ୍ଟା କରିଛନ୍ତି ସେ। ତିନି ଏକର ବିଶିଷ୍ଟ ଉଚ୍ଚା ନିଗିଡ଼ା ଜମିରେ ତାଙ୍କର ୨୩୦ଟି କମଳା ଗଛ ରହିଛି। ପୁରୁଣା ଗଛକୁ କାଟି ନୂଆ ଗଛ ଲଗାଇବା, କୃଷି ବିଜ୍ଞାନ କେନ୍ଦ୍ରରେ ନିଜ ଜମିର ମାଟି ପରୀକ୍ଷା କରାଇ କେନ୍ଦ୍ର ଦ୍ୱାରା ପ୍ରଦତ୍ତ ମୂତ୍ତିକା ସ୍ବାସ୍ଥ୍ୟକାର୍ଡ଼ର ଫଳାଫଳ ଅନୁସାରେ ସାର ପ୍ରୟୋଗ କରନ୍ତି ସେ। କୃଷି ବିଜ୍ଞାନ କେନ୍ଦ୍ରରୁ ରୋଗପୋକ ନିରାକରଣର ପନ୍ଥା ପାଇଁ ଉତ୍କୃଷ୍ଟ କମଳା ଉତ୍ପାଦନ କରିପାରିଛନ୍ତି। କୁଣ୍ଢେଇଗୋଳା କମଳା ଖଟା ବୋଲି ହେଉଥିବା ଅପପ୍ରଚାରକୁ ବିରୋଧ କରି ସେ ଉନ୍ନତମାନର କମଳା ଉତ୍ପାଦନ କରୁଛନ୍ତି। ଖିଲବେରେଣୀ ଗ୍ରାମର କମଳା ସେଥିରେ ପୁଣି ପ୍ରସନ୍ନ ବାବୁଙ୍କ କମଳା କହିଲେ ବେପାରୀମାନେ ପାଞ୍ଚଟଙ୍କା ଅଧିକ ଦେବାକୁ ପଛାଉ ନାହାନ୍ତି। ଜଳବିଭାଜିକା, ଉଦ୍ୟାନ ବିଭାଗ ସହ ଉତ୍ତମ ସହଯୋଗ ସ୍ଥାପନ କରି ସରକାରଙ୍କର ବିଭିନ୍ନ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାକୁ ଆଗ୍ରହୀ ପ୍ରସନ୍ନ। ସମନ୍ବିତ ଖାଦ୍ୟସାର ପରିଚାଳନା ସହ ଅଣୁସାରର ପ୍ରୟୋଗ କରି ଉନ୍ନତମାନର କମଳା ଉପତ୍ାଦନ କରିପାରୁଛନ୍ତି। ସଫଳ ଭାବରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ କମଳାରେ ଅଷ୍ଟପଦୀ ପୋକ, ଫଳ ଶୋଷକ ମାଛିର ନିୟନ୍ତ୍ରଣ କରିପାରଛନ୍ତି। ଅନ୍ୟ ଚାଷୀମାନେ ଗଛପିଛା ୮୦ କିଲୋ ମିଠା କମଳା ଉପତ୍ାଦନ କରୁଥିବା ସମୟରେ ତାଙ୍କ ଗଛରୁ ଅତି କମ୍‌ରେ ୨ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇପାରୁଛି। ସେ ବର୍ଷକୁ ଏକର ପିଛା ପାଖାପାଖି ୫୦,୦୦୦ ହଜାର ଟଙ୍କା ଖର୍ଚ୍ଚକରି ଅତି କମ୍‌ରେ ଦୁଇଲକ୍ଷ ଟଙ୍କା ଆୟ କରିପାରୁଛନ୍ତି। ନିଜ ପିଲାଙ୍କୁ ଉନ୍ନତ ଶିକ୍ଷା ଦେଇ ସେମାନଙ୍କର ଉଜ୍ଜଳ ଭବିଷତ ଗଠନ କରିବାକୁ ସ୍ବପ୍ନ ଦେଖିଛନ୍ତି ସେ। ଖିଲବେରେଣୀର କମଳାକୁ ଜିଲା ଏବଂ ଜିଲା ବାହାରେ ପରିଚିତ କରାଇବା ପାଇଁ ସେ ସଦାସର୍ବଦା ଚେଷ୍ଟିତ। ତାଙ୍କର ଏହି ପ୍ରୟାସ ନିମନ୍ତେ ଜିଲା ପ୍ରଶାସନ ଦ୍ୱାରା ସେ ଅନେକଥର ସମ୍ମାନିତ ହୋଇସାରିଲେଣି।
ରିପୋର୍ଟ -ଶଶାଙ୍କ ଶେଖର ଝାଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri