ସପ୍ତାହେ ନ ପୂରୁଣୁ ଉଠିଲା ପିଚୁ, ରାସ୍ତାରେ ଡ୍ରେନ୍‌ ପାଣି

ଫୁଲବାଣୀ ଅଫିସ, ୧୮ା୫ -ଫୁଲବାଣୀ ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ସହରର ମୁଖ୍ୟ ରାସ୍ତାରେ ହୋଇଥିବା ପିଚୁ, ଡ୍ରେନ୍‌ ଓ ସାଇଡ୍‌ ୱାଲ୍‌ ନିର୍ମାଣରେ ଅନିୟମିତତା ହୋଇଛି। ଜଗନ୍ନାଥ ମନ୍ଦିରରୁ ମାଦିକୁନ୍ଦା ଛକ ପଯ୍ୟନ୍ତ ହୋଇଥିବା ରାସ୍ତା କାମର ୭ ଦିନ ମଧ୍ୟରେ ପିଚୁ ଉଠିଯାଇଛି। ସେହିପରି ଅମଲାପଡ଼ା ଛକ ନିକଟରେ ଡ଼୍ରେନ ପାଣି ରାସ୍ତାରେ ଭାସୁଛି।
ରାସ୍ତା ଉପରେ ରାତି ଅଧିଆ ପିଚୁ ପକାଇ ଟଙ୍କା ଲୁଟ କରିବାକୁ ଯୋଜନା ହୋଇଥିବା ସହରର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଡ଼୍ରେନର ଅପରିସ୍କାର ପାଣି ରାସ୍ତାରେ ଜମି ରହୁଥିବାରୁ ଡେଙ୍ଗୁ ହେବା ଆଶଙ୍କା ସୃଷ୍ଟି ହୋଇଛି। ବରିଷ୍ଠ ନାକରିକ କମିଟି ପକ୍ଷରୁ ଏ ନେଇ ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟ ଠିକ୍‌ ହେଉ ନ ଥିବା ଏଥିରେ ଦର୍ଶାଯାଇଛି। ଖୋଦ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟଳୟ ସମ୍ମୁଖରେ ଏପରି କାର୍ଯ୍ୟ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷା ହେଲେ ସହରରେ ଥିବା ଡ଼୍ରେନରେ ପାଣି ଯିବା ବଦଳରେ ରାସ୍ତା ଉପରେ ପାଣି ଅଧଘଣ୍ଟା ପର୍ଯ୍ୟନ୍ତ ରହୁଛି। ଯଦ୍ଦ୍ବାରା ଯାତାୟତରେ ବାଧା ସୃଷ୍ଟି ହେଉଛି। କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟର ମାନ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ସ୍ଥଳରେ ଅନାବଶ୍ୟକ ରାସ୍ତାର ସାଇଡ୍‌ ୱାଲ୍‌ ଓ ଡ୍ରେନ୍‌ ନିର୍ମାଣ କରାଯାଇ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରାଯାଉଛି। ଠିକାଦାରଙ୍କ ଇଚ୍ଛାରେ ଡ୍ରେନ୍‌ ଓ ସାଇଡ୍‌ ୱାଲ୍‌ ନିର୍ମାଣ କରାଯାଇଛି। ସହରର ମଧ୍ୟଭାଗରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଡ୍ରେନ୍‌ରେ ପାଣି ନିଷ୍କାସନ ହେଉ ନ ଥିବାରୁ ବହୁ ସମସ୍ୟା ଉପୁଜୁଛି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଆଖି ବୁଜି ଦେଇଛି। କେଉଁ ପ୍ଲାନ୍‌ ନେଇ ଯନ୍ତ୍ରୀମାନେ ମାଦିକୁନ୍ଦା ଛକଠାରୁ ବିଜୁ ପଟ୍ଟନାୟକ ଛକ, ଷ୍ଟେଟ୍‌ ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ସମ୍ମୁଖ ରୋଡ୍‌ରେ ଡ୍ରେନେଜ୍‌ ବ୍ୟବସ୍ଥା କରିଛନ୍ତି ତାହା ତଦନ୍ତ ସାପେକ୍ଷ। ସେହିପରି ଜିଲାପାଳଙ୍କ ଆବାସଠାରୁ ଆରମ୍ଭ କରି କୋର୍ଟ, ଏସ୍‌ପିଙ୍କ କାର୍ଯ୍ୟାଳୟ, ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଏବେ ଚାଲିଥିବା ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଦିବାକର ସାହୁଙ୍କୁ ପଚାରିବାରୁ ଡ୍ରେନ କାର୍ଯ୍ୟ ମିକ୍ସର ମେଶିନରେ ଠିକ୍‌ ଭାଗରେ ହେଉଥିବା କହିଛନ୍ତି। ସମାନ ମାପଚୁପରେ କାର୍ଯ୍ୟ କରାଯାଉଛି। କାର୍ଯ୍ୟ ବେଳେ ଯନ୍ତ୍ରୀମାନେ ଉପସ୍ଥିତ ରହୁଛନ୍ତି। ପିଚୁ କାମ ସରିନାହିଁ। ଆହୁରି ୨୦୦ରୁ ୩୦୦ ମିଟର କାର୍ଯ୍ୟ ହେବାକୁ ଅଛି ବୋଲି ସେ ସୂଚନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri