Posted inଖେଳ

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ୭୪ତମ ସନ୍ତୋଷ ଟ୍ରଫି ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ(ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଗୁରୁବାର ୨୦ ଜଣିଆ ଦଳ ଘୋଷଣା କରାଯାଇଛି। ଅର୍ପଣ ଲାକ୍ରାଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶା ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛି। ଓଡ଼ିଶା ଦଳ ଏହାର ପ୍ରଥମ ମ୍ୟାଚ୍‌ ୨୨ ତାରିଖରେ ବିହାର ଏବଂ ପରବର୍ତ୍ତୀ ମ୍ୟାଚ୍‌ ୨୬ରେ ପଶ୍ଚିମବଙ୍ଗ ବିପକ୍ଷରେ ଖେଳିବ। ଓଡ଼ିଶା ଦଳ ସହ କୋଚ୍‌ ନିପେନ୍ଦ୍ର କୁମାର ଦାସ, ସହକାରୀ କୋଚ୍‌ ରାଜଶେଖର ପ୍ରଧାନ ଓ ମ୍ୟାନେଜର ଜ୍ଞାନରଞ୍ଜନ ବେହେରା କଲ୍ୟାଣୀ ଯାତ୍ରା କରିବେ।
ଓଡ଼ିଶା ଦଳ: ଫଗୁ ବାସ୍କେ, ଇଜାଜୁଦ୍ଦିନ ଖାଁ, ଶେଖ୍‌ ଶାହାବାଜ ଆଲାମ, ଡି. ଶ୍ରୀନାଥ, ସୁନୀଲ ମୁଣ୍ଡା, ମହମ୍ମଦ ଇମ୍‌ତିଆଜ, ଅର୍ପଣ ଲାକ୍ରା(ଅଧିନାୟକ), ରାଜୁ ବେସାର, ଅରବିନ ଲାକ୍ରା, ଅର୍ଜୁନ ନାଏକ, ରାଜେଶ ନାଏକ, ବିକି ସେଠୀ, ଚନ୍ଦ୍ର ମୁଦୁଲି, ମୁକେଶ ମିଞ୍ଜ, ବିଜୟ ଘଲାନ, ଅମର ଲାକ୍ରା, ସେକ୍‌ ଫରିଦ, ପ୍ରଶାନ୍ତ ଶ୍ରୀହରି, କାର୍ତ୍ତିକ ଚନ୍ଦ୍ର ଭୋଳା, ଏସ.କେ. ଗୌଶ। କୋଚ୍‌: ନିପେନ୍ଦ୍ର କୁମାର ଦାସ, ସହକାରୀ କୋଚ୍‌: ରାଜଶେଖର ପ୍ରଧାନ, ମ୍ୟାନେଜର: ଜ୍ଞାନରଞ୍ଜନ ବେହେରା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri