ଯାଜପୁର ଅଫିସ/ବ୍ରହ୍ମବରଦା (ଡି.ଏନ.ଏ.),୨୪ା୧୦:ଉଚ୍ଚରେ ଥିବା ଚାଷ ଜମିକୁ ନଦୀ ଏବଂ ଜଳଭଣ୍ଡାରରୁ ପାଣି ଉଠାଇ ଜଳସେଚନ କରିବା ମେଗା ଉଠା ଜଳସେଚନ ପ୍ରକଳ୍ପର ଲକ୍ଷ୍ୟ। ହେଲେ ସରକାରୀ ଫାଇଲରେ ଏହାର ଅଯଥା ସଫଳତା ବଖାଣିବା ସାର ହୋଇଛି ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଛି। ରାଜ୍ୟରେ ୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୬ ପର୍ଯ୍ୟାୟରେ ୨୦୮ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରେ ୨,୬୪,୩୩୦ ହେକ୍ଟର ଜଳସେଚନ ପରିକଳ୍ପନା କରାଯାଇ ୭୪୯୫.୬୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ ୧୯୩ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ସେଥିରେ ୨,୪୧,୨୫୬ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇପାରିଛି। ବାକି ୧୫ ପ୍ରକଳ୍ପ ୨୦୨୩ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। କିନ୍ତୁ ଯାଜପୁର ଜିଲାରେ ନିର୍ମାଣାଧୀନ ୧୨ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାବେଳେ ଏଯାଏ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଗ୍ରାଉଣ୍ଡ ଜିରୋ ସ୍ଥିତି ଏଭଳି ଥିବାବେଳେ ରାଜ୍ୟରେ ଉପରୋକ୍ତ ତଥ୍ୟର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ଜିଲାର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨ ପ୍ରକଳ୍ପରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ଯୋଜନା ହୋଇଛି। କିନ୍ତୁ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସରକାରଙ୍କ ରୋଷର ଶିକାରରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ କାର୍ଯ୍ୟରେ ନ ଲାଗି ପାଣିରେ ପଡିବ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ସେଥିରୁ ଧର୍ମଶାଳା ବ୍ଲକର ମଙ୍ଗଳପୁର ପଞ୍ଚାୟତରେ ଥିବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଧାଗଢ଼ାରେ ଅଟକିଛି। ପମ୍ପ ହାଉସ୍ ନିର୍ମାଣ ହୋଇଥିବାବେଳେ କେତେକ ସ୍ଥାନରେ ପାଇପ ସଂଯୋଗ ନ ହୋଇ ପଡ଼ିରହିଛି। ରାହାପଡ଼ାଠାରେ କେଲୁଅ ନଦୀ କୂଳରେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬ରେ ଆରମ୍ଭ ହୋଇଥିଲା। ୩୦ମାସ ମଧ୍ୟରେ ଏହା ସମ୍ପନ୍ନ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ହେଲେ ଏଯାଏ ୬ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଚାଷୀଙ୍କ ଜମିରେ ଜଳସେଚନ ଆଶା ମଉଳି ଯାଇଛି। ଧର୍ମଶାଳା ବ୍ଳକର ଉତ୍ତରପ୍ରତାପ ଗ୍ରାମପଞ୍ଚାୟତର ଉତ୍ତରପ୍ରତାପ ୬୯.୬୪ ହେକ୍ଟର, ନରସିଂହପୁରର ୨୦.୬୯ ହେକ୍ଟର ଓ ନୀଳକଣ୍ଠପୁରର ୬୦୩୭ ହେକ୍ଟର, ଦେଉଦା ପଞ୍ଚାୟତର ଦେଉଦାର ୧୧୩.୩୪ ହେକ୍ଟର, ସେରପୁରର ୮.୦୯ ହେକ୍ଟର, ବାସୁଦେଇପୁରର ୩୯.୫୨ ହେକ୍ଟର ଓ ର୍ମିଜାପୁରର ୨୫.୪୪ ହେକ୍ଟର, ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁରର ୮୧.୭୧ ହେକ୍ଟର ଓ କୋଠଡିହର ୫୧.୦୯ ହେକ୍ଟର, କୋତପୁର ଗ୍ରାମପଞ୍ଚାୟତର ରାଏପଡ଼ାର ୮୩.୭୩ ହେକ୍ଟର, ଅରାବଳ ଗ୍ରାମପଞ୍ଚାୟତର ଅରାବଳର ୫୮.୯୪ ହେକ୍ଟର, ବଡ଼ନହନଙ୍ଗରାର ୬୨.୬୮ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ଧାର୍ଯ୍ୟ ହୋଇଛି। ସେହିପରି ରସୁଲପୁର ବ୍ଳକର ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ର ୧୦୭.୦୬ ହେକ୍ଟର, ବନ୍ଧଡିହ ପଞ୍ଚାୟତର ବନ୍ଧଡିହର ୬୨.୫୮ହେକ୍ଟର, ମଠସାହିର ୨୬.୫୫ ହେକ୍ଟର, ସାହାପଡ଼ାର ୧୬.୫୭ ହେକ୍ଟର, ଜୟସିଂହଡ଼ାର ୨୦୪.୪୯ ହେକ୍ଟର, ଗୋଳକୁଣ୍ଡର୨୪.୦୭ ହେକ୍ଟର, ମେଣ୍ଢର ୧୫.୧୪ ହେକ୍ଟର, କଟଣାର ୩.୧୯ ହେକ୍ଟର, ସଇସଣ୍ଢା ହରିପୁରର ୬୩.୯୫ ହେକ୍ଟର ଏବଂ ବଡଚଣା ବ୍ଳକର ବଡ଼ବାଲିକୁଦା ପଞ୍ଚାୟତ ଜନକର ୧୩୨.୪୬ ହେକ୍ଟର ଚାଷ ଜମିରେ ପାଣି ମାଡ଼ିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଚାଷୀ ସଂଗ୍ରାମ ବାରିକ, ପ୍ରଫୁଲ୍ଲ କୁମାର ବେହେରା, ନିରଞ୍ଜନ କାଣ୍ଡି କୁହନ୍ତି ମେଗା ଉଠା ଜଳସେଚନ ପ୍ରକଳ୍ପକୁ ନେଇ ବହୁ ଆଶା ରହିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। କିନ୍ତୁ ନିୟୋଜିତ ଠିକାଦାରଙ୍କ ମନମାନି ଏବଂ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ତାହା ପଡ଼ିରହିଛି। ସରକାରଙ୍କୁ ସମ୍ପୂର୍ଣ୍ଣ ହୋଇଛି ବୋଲି ତଥ୍ୟ ଦେଇ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି। ନିୟୋଜିତ ଏଲ ଆଣ୍ଡ ଟି ଠିକାସଂସ୍ଥାର କନଷ୍ଟ୍ରକ୍ସନ ମ୍ୟାନେଜର ଶିବପ୍ରସାଦ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରାୟ ୮୦ ପ୍ରତିଶତ କାମ ସରିଯାଇଛି। ଯେଉଁଠି ଜମି ବିବାଦ ରହିଛି ସେଠାରେ ପାଇପ୍ ବିଛାରେ ବାଧା ସୃଷ୍ଟି ହୋଇଛି। ଏନେଇ ସରକାରଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି।
Posted inଆମ ଜିଲା ଖବର, ଯାଜପୁର View All
ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…
ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…
୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ
ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…
ହଠାତ୍ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍: ଘଟଣାସ୍ଥଳରେ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…
ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…
ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…
ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…
ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…
ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…
Archives

