ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ

ଭୁବନେଶ୍ୱର,୨୪।୧୦: ଆଡିକ୍ସନ ଫ୍ୟାଶନ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୭ମ ସଂସ୍କରଣ ଓ ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ଼ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୬ ଜଣ ଜାତୀୟସ୍ତରର ଡିଜାଇନର୍‌ ନିଜ ନିଜର ଆକର୍ଷଣୀୟ ଡିଜାଇନ୍‌ ପୋଷାକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମିସ୍‌ ୟୁନିଭର୍ସ ୨୦୨୦ର ତୃତୀୟ ରନର୍ସ ଅଫ୍‌ ଆଡ୍‌ଲିନ୍‌ କାଷ୍ଟେଲିନୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ଼୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପ୍ରିୟା ଚୌଧୁରୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ମଧ୍ୟ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଜାଇନର୍‌ମାନଙ୍କ ଦ୍ୱାରା ପ୍ରଦର୍ଶିତ ର଼୍ୟାମ୍ପ ଶୋରେ ଦର୍ଶକମାନେ ଡିଜାଇନରଙ୍କ କଳାକୃତିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ୧୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ଫ୍ୟାସନ୍‌ ଓ ଲାଇଫ୍‌ ଷ୍ଟାଇଲ୍‌ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା।

ସମ୍ମାନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଇଭୋସ୍‌ ବିଲ୍ଡ କନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଗାୟତ୍ରୀ ଦେବୀ ଗ୍ରୁପ୍‌ର ନିର୍ଦ୍ଦେଶକ ନିରୁପମା ବିଶ୍ୱାଳ, ଇଣ୍ଡଲଜ୍‌ ସେଲୁନ୍‌ର ପ୍ରତିଷ୍ଠାତା ସୁର୍କୀତ୍ତୀ ପଟ୍ଟନାୟକ, ଦକ୍ସା ଡ଼ିଜାଇନ୍‌ ଷ୍ଟୁଡ଼ିଓର ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ଲେବେଲ୍‌ ଋତୁପର୍ଣ୍ଣୋ ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ମନୀଷା ଋତୁପର୍ଣ୍ଣା, ପ୍ରିୟସ୍‌ର ଡିଜାଇନର୍‌ର ପ୍ରିୟା ମହାପାତ୍ର, ଗ୍ଲାମ ଅଫ୍‌ ବାଏ ସୋନାଲିର ପ୍ରତିଷ୍ଠାତା ସୋନାଲି ମିଶ୍ର, ଗଡ଼ଜିୟସ୍‌ ବ୍ରାଇଡ଼୍‌ ବାଏ ଲୋପାର ପ୍ରତିଷ୍ଠାତା ଲୋପାମୁଦ୍ରା ପ୍ରଧାନ, ଆଶୁତୋଷ ଫଟୋ ମ୍ୟାଜିକ୍‌ର ପ୍ରତିଷ୍ଠାତା ଆଶୁତୋଷ ସାହୁ, ବିଶ୍ୱମ୍‌ ଜୁଏଲର୍ସର ପ୍ରତିଷ୍ଠାତା ସାନ୍ତନୁ କୁମାର ପାତ୍ର, ଶିଳ୍ପୀ ସିଟିର ପ୍ରତିଷ୍ଠାତା ଅଭିପ୍ସା ପଟ୍ଟନାୟକ, ଆଇ.ଏନ୍‌.ଆଇ.ଏଫ୍‌.ଡ଼ି ଭୁବନେଶ୍ୱରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା, ଅଲ୍‌ଟାଇମ ଫିଟ୍‌ନେସ୍‌ର ପ୍ରତିଷ୍ଠାତା ବିଜନ କୁମାର ବାରିକ୍‌, ଷ୍ଟେୟାର୍‌ ୱେ ଡିଜାଇନ୍ସର ମ୍ୟାନେଜିଙ୍ଗ୍‌ ପାର୍ଟନର୍‌ ଭୋଳାନାଥ ମହାନ୍ତି, ଚାର୍ମ ୱେଲ୍‌ନେସ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ମୃତି ମହାପାତ୍ର, ରିଫ୍ଲେକ୍ସନ୍‌ର ମ୍ୟାନେଜିଙ୍ଗ୍‌ ପାର୍ଟନର୍‌ ନମିତା ଶତପଥୀ ପ୍ରମୁଖଙ୍କୁ ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ ଷ୍ଟାଇଲ୍‌ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri