ସଟର କାଟି ଲୁଗା ଦୋକାନରୁ ଲୁଟ

ଯାଜପୁର ଟାଉନ,୧୭।୧୦(ଡି.ଏନ୍‌.ଏ.): ସଟର କାଟି ଲୁଗା ଦୋକାନରୁ ଲୁଟ ହୋଇଛି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ଗାଁ ର ମା’ ଲଷ୍ମୀ ଟେକ୍ସଟାଇଲ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଲୁଗାଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟ ସାମଗ୍ରୀର ମୂଲ୍ୟ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହୋଇଛି। ଏ ନେଇ ଦୋକାନ ମାଲିକ ଜୟନ୍ତ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ପୋଲିସ ସିସି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଛି।