Posted inଜାତୀୟ

ସଙ୍ଗୀତା ସିଂଦେଓଙ୍କୁ ପାର୍ଲାମେଣ୍ଟରେ ଆକ୍ରମଣ

ନୂଆଦିଲ୍ଲୀ,୪ା୩(ଆଇଏଏନ୍‌ଏସ୍‌): ବଲାଙ୍ଗୀରର ଭାଜପା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଲୋକ ସଭାରେ ଆକ୍ରମଣ ହୋଇଥିବା ସେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ କଂଗ୍ରେସ ଏମ୍‌ପି ତାଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଏନେଇ ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖରେ ଅଭିଯୋଗ କରିଛନ୍ତି। ଆକ୍ରମଣ ପରେ ସେ ପାର୍ଲାମେଣ୍ଟ ପରିସରରେ ଥିବା ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ହସ୍ପିଟାଲ ପ୍ରେସ୍‌କ୍ରିପ୍‌ଶନକୁ ସେ ତାଙ୍କ ଅଭିଯୋଗପତ୍ରରେ ସଂଯୋଗ କରିଛନ୍ତି। ସେ ପୂର୍ବରୁ ପାର୍ଲାମେଣ୍ଟ ସଦସ୍ୟ ରହିଥିଲେ। ତେବେ ଏଭଳି ଉଚ୍ଛୃଙ୍ଖଳିତ ବ୍ୟବହାର ସେ କେବେ ଦେଖି ନ ଥିଲେ ବୋଲି କହିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ହୋଇଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଗୀତା ଦାବି କରିଛନ୍ତି। ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ବିରୋଧୀ ସଦସ୍ୟମାନେ ତାଙ୍କ ମୁହଁ ସାମନାରେ ବ୍ୟାନର ଟାଣି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ବିରୋଧୀ ଦଳର ଦୁଇ ମହିଳା ଏମ୍‌ପି ରାମ୍ୟା ହରିଦାସ ଓ ଜ୍ୟୋତିମଣି ତାଙ୍କ ହାତକୁ ଆଞ୍ଚୁଡି ଦେବା ସହ କହୁଣିରେ ଛାତିକୁ ମାରିଥିଲେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଧରି ନ ଥିଲେ ସେ ପଡ଼ିଯାଇଥାନ୍ତେ ବୋଲି ସଙ୍ଗୀତା କହିଛନ୍ତି। ସୋମବାର କେତେଜଣ ମହିଳା ଏମ୍‌ପି ବାଚସ୍ପତିଙ୍କୁ ଭେଟି ଜଶକୌର ମୀନା ଓ ଶୋଭା କରଣ୍ଡଲାଜେଙ୍କ ଉପରେ କଂଗ୍ରେସ ଏମ୍‌ପି ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଉକ୍ତ କଂଗ୍ରେସ ଏମ୍‌ପିଙ୍କୁ ବହିଷ୍କାର କରାଯାଉ ବୋଲି କରଣ୍ଡଲାଜେ ଦାବି କରିଥିଲେ। ଅନ୍ୟ ପକ୍ଷରେ ଭାଜପା ମହିଳା ଏମ୍‌ପି ତାଙ୍କୁ ଆକ୍ରମଣ କରିଥିବା କଂଗ୍ରେସ ଏମ୍‌ପି ରାମ୍ୟା ପାଲଟା ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri