ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ରବିବାର ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ସହ ଛେଣ୍ଡିପଦା ବିଡିଓ ସୁନିଲ କେର୍କେଟା ଓ ତହସିଲଦାର ଡାନିଏଲ ଏକ୍କା ପରଙ୍ଗ, ନିଶା, କଙ୍କରାଇ, ରାଇଝରଣ, କୋଶଳା ଓ ଛେଣ୍ଡିପଦା ପଞ୍ଚାୟତରେ ଥିବା ସେଣ୍ଟର ଯାଞ୍ଚ କରିଥିଲେ। ଜିଲା ବାହାରୁ ଆସିବା ପାଇଁ ରବିବାର ସୁଦ୍ଧା ୧୦୮ ଜଣ ଶ୍ରମିକ ନାମ ପଞ୍ଜୀକରଣ କରିଥିବାବେଳେ ବ୍ଲକର ମୋଟ୍‌ ୩୪ଟି ପଞ୍ଚାୟତରେ ୧୭ଶହ ଶଯ୍ୟାର ବ୍ୟବସ୍ଥା କରାଯାଉଛି। ସେଥିମଧ୍ୟରୁ ୫୪୬ଟି ଶଯ୍ୟା ପ୍ରସ୍ତୁତ ହୋଇସାରିଛି।