ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କୀୟଙ୍କ ଅବାଧ ପ୍ରବେଶ

ଶେରଗଡ଼,୧୦ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଗୋଠଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରକୁ ସୁରଟ ଫେରନ୍ତାଙ୍କ ସମ୍ପର୍କୀୟ ଭେଟିବାକୁ ଆସିବା ସହ ଜିନିଷ ପତ୍ର ମଧ୍ୟ ଦେଉଛନ୍ତ। ସଙ୍ଗରୋଧ କେନ୍ଦ୍ରକୁ ଏପରି ଅବାଧ ପ୍ରବେଶ ଗୋଠଗଁ। ପ୍ରତି ବିପଦ ଆଣିପାରେ। ଉକ୍ତ କେନ୍ଦ୍ରରେ ନରେନ୍ଦ୍ରପୁର ଗ୍ରାମର ୫୧ଜଣ, ଜଣେ ଗୋଠଗଁ।ର ସୁରଟ ଫେରନ୍ତା ରହୁଛନ୍ତି। ଶୁକ୍ରବାର ଓ ଶନିବାର ମଧ୍ୟରେ ବହୁ ସମ୍ପର୍କୀୟ ଆସି ମିଶିବା ଘଟଣା ଗୋଠଗାଁ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏପରି ଜାରି ରହିଲେ ଗୋଷ୍ଠୀ ସଂକ୍ରମଣକୁ ଏଡାଇ ଦିଆଯାଇ ନପାରେ। ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।