ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୨୪ା୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା, ମାଟିଆଳପଦା ଓ ଗଣ୍ଡିବେଡଠାରେ ବିଭିନ୍ନ ସ୍କୁଲରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ୩ଦିନ ଯୋଗଶିକ୍ଷା ଦିଆଯାଉଛି। ଖଇରା ବିଡିଓ ଦେବେନ୍ଦ୍ର ବଳଙ୍କ ଅନୁମତି କ୍ରମେ ଜିଲା ପତଞ୍ଜଳୀ ଯୋଗ ସମିତିର ବିଶିଷ୍ଟ ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁବାରଠାରୁ ପ୍ରତ୍ୟେକ ସକାଳ ସନ୍ଧ୍ୟାରେ ଯୋଗ ଶିବିର ଚାଲୁଛି। ଉଦ୍‌ଘାଟନୀ ଦିବସରେ ପ୍ରାରମ୍ଭିକ ବକ୍ତବ୍ୟ ପାଣିଗ୍ରାହୀ ରାମଦେବ ଓ ଆୟୁର୍ବେଦାଚାର୍ଯ୍ୟ ବାଲକ୍ରିଷ୍ଣଙ୍କ କିଛି ଉକ୍ତି ଉପରେ ଆଲୋଚନା ରଖି ଯୋଗ ମାଧ୍ୟମରେ ଦେହରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଯୋଗ ଶିକ୍ଷକ କାହ୍ନୁଚରଣ ପାଣିଗ୍ରାହୀ ପ୍ରବାସୀମାନଙ୍କୁ ବିଭିନ୍ନ ଯୋଗ ପ୍ରଦର୍ଶନ କରୁଛନ୍ତି । ପ୍ରବାସୀ ଓଡିଆମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରି ଏହି କୌଶଳ ଶିଖିବାକୁ ଉଦ୍ୟମ କରୁଛନ୍ତି । ଶିବିର ପରିଚାଳନାରେ ମାନସ କୁମାର ଦାଶ, ମହେନ୍ଦ୍ର ବରିସଲ, ଦିଲୀପ ବେହେରା, ଶ୍ୟାମସୁନ୍ଦରପୁର ସରପଞ୍ଚ ସୁଶାନ୍ତ ମହାକୁଡ ପ୍ରମୁଖ ସହଯୋଗ କରୁଛନ୍ତି ।