ସଙ୍କଟରେ ବିଶ୍ୱର ଅଧା ଶ୍ରମଶକ୍ତି

ଜେନେଭା,୩।୫ : ମହାମାରୀ କରୋନା ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଅଣସଙ୍ଗଠିତ ଅର୍ଥନୀତିର ପ୍ରାୟ ୧୬୦ କୋଟି ଶ୍ରମିକ ଜୀବିକା ହରାଇବେ, ଯାହାଙ୍କୁ ବିଶ୍ୱର ଅଧା ଶ୍ରମଶକ୍ତି ବୋଲି ଧରାଯାଇଥାଏ। ସେହିପରି ୪୩୬ ନିୟୁତ ଉଦ୍ୟୋଗ ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ବୋଲି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ପକ୍ଷରୁ ଶନିବାର ସତର୍କ କରିଦିଆଯାଇଛି।
ବିଶ୍ୱର ନିଯୁକ୍ତି ହରାଇବା ସମ୍ପର୍କିତ ଆଇଏଲ୍‌ଓର ସଦ୍ୟ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ର ଦ୍ୱିତୀୟ ତ୍ରୈମାସରେ କାର୍ଯ୍ୟ ସମୟ ବହୁ ପରିମାଣରେ ହ୍ରାସ ପାଇବ, ଯାହାକି ପୂର୍ବରୁ କେବେ ଆକଳନ କରାଯାଇ ନ ଥିଲା। ୨୦୧୯ର ଶେଷ ତ୍ରୈମାସ ତୁଳନାରେ ସ୍ଥିତି ଏବେ ୧୦.୫% ବିଗିଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥାତ୍‌ ୩୦୫ ନିୟୁତ ପୂର୍ଣ୍ଣକାଳୀନ ନିଯୁକ୍ତି (ସପ୍ତାହକ ୪୮ ଘଣ୍ଟା କାମ) ଉଚ୍ଛେଦ ହେବ ବୋଲି ‘ଆଇଏଲ୍‌ଓ ମନିଟର ଥାର୍ଡ ଏଡିଶନ: କୋଭିଡ୍‌-୧୯ ଆଣ୍ଡ ଦି ଓ୍ବାଲର୍‌ଡ ଅଫ୍‌ ଓ୍ବାର୍କ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତମାସର ଆକଳନରେ ଏହି ହାର ୬.୭% (୧୯୫ ନିୟୁତ ପୂର୍ଣ୍ଣକାଳୀନ ଶ୍ରମିକଙ୍କ କାର୍ଯ୍ୟ) ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲା। ତେବେ ମହାମାରୀ କରୋନା ଲାଗି ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁ ଅଣସଙ୍ଗଠିତ କ୍ଷେତ୍ରର ମୋଟ ୨ ବିଲିୟନ୍‌ ଶ୍ରମିକଙ୍କ ମଧ୍ୟରୁ ୧.୬ ବିଲିୟନ ଜୀବିକା ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶ ଯେ, ବର୍ତ୍ତମାନ ସାରା ବିଶ୍ୱରେ ୩.୩ ବିଲିୟନ୍‌ ବା ୩୩୦ କୋଟି ଶ୍ରମଶକ୍ତି ରହିଛନ୍ତି। କାରଣ ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ଉପାର୍ଜନ କ୍ଷମତା ବହୁ ପରିମାଣରେ କମିଯାଇଛି। ସେହିପରି ସାରା ବିଶ୍ୱରେ ୪୩୬ ନିୟୁତ ଉଦ୍ୟୋଗ ଉପରେ ସଙ୍କଟର ବାଦଲ ଘନେଇଛି। ଏହି ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଦୁର୍ଦ୍ଦିନ ଆସିଯାଇଛି। ସେଥିମଧ୍ୟରୁ ହୋଲ୍‌ସେଲ ଓ ରିଟେଲ ସେକ୍ଟରରେ ୨୩୨ ନିୟୁତ, ମାନୁଫାକ୍‌ଚରିଂରେ ୧୧୧ ନିୟୁତ, ଆକୋମୋଡେଶନ ଓ ଫୁଡ୍‌ ସର୍ଭିସ୍‌ରେ ୫୧ ନିୟୁତ ଏବଂ ରିୟଲ୍‌ ଇଷ୍ଟେଟ୍‌ ତଥା ଅନ୍ୟ ବ୍ୟବସାୟିକ କ୍ଷେତ୍ରରେ ୪୨ ନିୟୁତ ଉଦ୍ୟୋଗ ରହିଛି। ତେଣୁ ଏଭଳି ସଙ୍କଟରେ ଶ୍ରମିକ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ବିଶେଷକରି କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ବୋଲି ଆଇଏଲ୍‌ଓ ପକ୍ଷରୁ ଆହ୍ବାନ ଦିଆଯାଇଛି। ଆଇଏଲ୍‌ଓ ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି, ଲକ୍ଷ ଲକ୍ଷ ଶ୍ରମିକ କିଛି ଆୟ କରି ନ ପାରିବାର ମାନେ ହେଉଛି ସେମାନେ ଖାଦ୍ୟ, ନିରାପତ୍ତା ଓ ଭବିଷ୍ୟତ ହରାଇବେ। ମହାମାରୀ ଓ ନିଯୁକ୍ତି ସଙ୍କଟ ବଢ଼ିବାରେ ଲାଗିଥିବାରୁ ଶ୍ରମିକମାନେ ଅଧିକ ବିପଦ ଭିତରକୁ ଠେଲି ହୋଇଯାଉଛନ୍ତି। ଉଦ୍ୟୋଗଗୁଡ଼ିକୁ ସହଯୋଗ କରା ନ ଗଲେ ସେଗୁଡ଼ିକ ଲୋପ ପାଇଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ...

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri