Posted inଖେଳ

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬ ରନରେ ଅଲ୍‌ଆଉଟ ହୋଇଛି ଟିମ୍‌ ଇଣ୍ଡିଆ। ଫଳରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ସର୍ବପ୍ରଥମ ଟେଷ୍ଟ ସିରିଜ ପରାଜୟ ଆଶଙ୍କା ବଢ଼ିଛି। ପ୍ରଥମ ଇନିଂସରେ ୨୫୯ ରନ କରିଥିବା ନ୍ୟୁଜିଲାଣ୍ଡ ଶୁକ୍ରବାର ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଦ୍ୱିତୀୟ ଇନିଂସରେ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଛି। ଫଳରେ ୫ ଉଇକେଟ ସୁରକ୍ଷିତ ଥାଇ ଭ୍ରମଣକାରୀ ଦଳ ମୋଟ ୩୦୧ ରନରେ ଅଗ୍ରଣୀଲାଭ କରିଛି। ଖେଳ ଆହୁରି ୩ ଦିନ ବାକିଥିବାରୁ ମ୍ୟାଚରୁ ଫଳାଫଳ ବାହାରିବା ନିଶ୍ଚିତ ହୋଇଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୧୬/୧ରୁ ଖେଳ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିବସରେ ଭଲ ଆରମ୍ଭ କରିଥିଲେ ହେଁ ଅସ୍ବାଭାବିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ମାତ୍ର ୧୫୬ରେ ସୀମିତ ରହି ଯାଇଥିଲା। ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍‌ ଦ୍ୱିତୀୟ ଉଇକେଟରେ ୪୯ ରନ ଯୋଗ କରିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାପରେ ଇନିଂସ ଭୁଶୁଡ଼ି ପଡ଼ିଥିଲା। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ମୁଖ୍ୟ ଭୂମିକା ନେଇଥିଲେ ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର। ସେ ବିରାଟ କୋହଲି (୧)ଙ୍କ ପ୍ରାଇଜ୍‌ ଉଇକେଟ ସହ ମୋଟ ୭ ବ୍ୟାଟରଙ୍କୁ ଆଉଟ କରିଥିଲେ। ତାଙ୍କ ଶିକାର ହୋଇଥିବା ଅନ୍ୟ ଭାରତୀୟ ବ୍ୟାଟରମାନେ ହେଲେ ଶୁବମନ ଗିଲ୍‌ (୩୦), ସର୍ଫରାଜ ଖାଁ (୧୧), ରବୀନ୍ଦ୍ର ଜାଡେଜା (୩୮), ରବିଚନ୍ଦ୍ରନ ଅଶ୍ୱିନ (୪), ଆକାଶ ଦୀପ (୬) ଓ ଯଶପ୍ରୀତ୍‌ ବୁମ୍‌ରା (୦)। ଟପ୍‌ ଅର୍ଡରରେ ଜୟସ୍ବାଲ ଓ ଗିଲ୍‌ କିଛି ସମୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲା କରିବାରେ ସଫଳ ହୋଇଥିବାବେଳେ ମଧ୍ୟଭାଗରେ ଜାଡେଜା ଏକାକୀ ଲଢ଼ିଥିଲେ। ମାତ୍ର ସାଣ୍ଟନରଙ୍କ ସ୍ପିନ୍‌ ଜାଲରୁ ମୁକୁଳିବାରେ ଭାରତୀୟ ବ୍ୟାଟର ବ୍ୟର୍ଥ ହୋଇଥିଲେ। ପିଚ୍‌ କଣ୍ଡିଶନକୁ ନେଇ ଅନ୍ୟତମ ସ୍ପିନର ଗ୍ଲେନ ଫିଲିପ୍ସଙ୍କୁ ବୋଲିଂରେ ଲଗାଇଥିଲେ ଅଧିନାୟକ ଟମ୍‌ ଲଥାମ। ସେ ନିରାଶ ନ କରି ୨ଟି ଉଇକେଟ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭରୁ ଭାରତ ସ୍ପିନ୍‌ ଆକ୍ରମଣ କରିଥିଲା। ମାତ୍ର ଘରୋଇ ଦଳ ତୁଳନାରେ ନ୍ୟୁଜିଲାଣ୍ଡ ବ୍ୟାଟରମାନେ ଅପେକ୍ଷାକୃତ ଭଲ ଖେଳିଥିଲେ। ଇନ୍‌ଫର୍ମ ଡେଭନ କନ୍‌ଓ୍ବେ ମାତ୍ର ୧୭ ରନରେ ଆଉଟ ହୋଇଥିଲେ ହେଁ ଅଧିନାୟକ ଲଥାମ ୮୬ ରନର ମୂଲ୍ୟବାନ ଇନିଂସ ଖେଳି ଦଳକୁ ବଡ଼ ଅଗ୍ରଣୀ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମଧ୍ୟଭାଗରେ ଓ୍ବିଲ ୟଙ୍ଗ ୨୩ ଓ ଡାରିଲ ମିଚେଲ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଖେଳ ବନ୍ଦ ରହିବା ବେଳକୁ ଉଇକେଟ କିପର ଟିମ୍‌ ବ୍ଲୁଣ୍ଡେଲ ୩୦ ଓ ଫିଲିପ୍ସ ୯ ରନରେ ଅପରାଜିତ ରହିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ପ୍ରଥମ ଇନିଂସରେ ୭ ଉଇକେଟ ନେଇଥିବା ଓ୍ବାଶିଂଟନ ସୁନ୍ଦର ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ବୋଲିଂ କରି ୪ଟି ଉଇକେଟ ଅକ୍ତିଆର କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ୟ ଉଇକେଟଟି ମିଳିଛି।
ଭାରତ-ନ୍ୟୁଜିଲାଣ୍ଡ ସିରିଜ ୧୯୫୫-୫୬ରୁ ଆରମ୍ଭ ହୋଇଥିଲା। ତେବେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଐତିହାସିକ ଟେଷ୍ଟ ସିରିଜ ବିଜୟ ସମ୍ଭାବନା ସୃଷ୍ଟି କରିଛି। ୨୦୧୨-୧୩ ସିଜନରେ ଇଂଲଣ୍ଡଠାରୁ ହାରିବାପରେ ଭାରତ ଆଉ କେବେହେଲେ ଘରୋଇ ପରିବେଶରେ ଟେଷ୍ଟ ସିରିଜ ହାରିନାହିଁ। ସେବେଠାରୁ ଘରୋଇ ମାଟିରେ ୧୮ ସିରିଜ ଜିତିସାରିଛି ଟିମ୍‌ ଇଣ୍ଡିଆ। ମାତ୍ର ଏହି ରେକର୍ଡ ଏବେ ଗୁରୁତର ସଙ୍କଟରେ ପଡ଼ିଛି। ନିଜ ମାଟିରେ ଟେଷ୍ଟ କ୍ରିକେଟରେ ଭାରତର ସଫଳ ରନ ଚେଜ୍‌ ହେଲା ୩୮୭ ରନ। ୨୦୦୮ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଭାରତ ଏହି ରନଚେଜ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri