ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ ଦୁଇଟି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ଝାଡ଼ଖଣ୍ଡରେ ଜୁଲାଇ ୨୦୨୪ରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଅନୁରାଗ ଗୁପ୍ତାଙ୍କୁ ହଟାଇବାକୁ ଇସିଆଇ ନିର୍ଦ୍ଦେଶ ଦେଇଛି। ପୂର୍ବ ନିର୍ବାଚନ ସମୟରେ ଗୁପ୍ତାଙ୍କ ବିରୋଧରେ ଆସିଥିବା ଅନେକ ଅଭିଯୋଗ ତାଙ୍କ ନିଷ୍ପକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା ଏବଂ ତାହାକୁ ଭିତ୍ତିକରି ଇସିଆଇ ଏଭଳି ନିଷ୍ପତ୍ତି ନେଇଛି। ନିଯୁକ୍ତି ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଏକ ତାଲିକା ଦାଖଲ କରିବାକୁ ଝାଡ଼ଖଣ୍ଡ ସରକାରଙ୍କୁ କୁହାଯାଇଛି ଏବଂ ଅଜୟ କୁମାର ସିଂଙ୍କୁ ଡିଜିପି ଭାବରେ ପୁନଃ ନିଯୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ମହାରାଷ୍ଟ୍ରରେ ଡିଜିପି ରଶ୍ମି ଶୁକ୍ଳାଙ୍କୁ ହଟାଇବା ପାଇଁ ମହାରାଷ୍ଟ୍ର କଂଗ୍ରେସର ଦାବିକୁ ଇସିଆଇ ପ୍ରତ୍ୟାଖ୍ୟାନ କରିଛି। ବିରୋଧୀଦଳର ନେତା ନାନା ପାଟୋଲେ ଦାବି କରିଛନ୍ତି, ଶୁକ୍ଳାଙ୍କ ଅବସର ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ମହାରାଷ୍ଟ୍ର ପୋଲିସ ଆଇନକୁ ଉଲ୍ଲଂଘନକରେ ଏବଂ ଶାସକ ଦଳକୁ ଅନ୍ୟାୟଭାବେ ଲାଭହେବା ଲାଗି ଏହା ଉଦ୍ଦିଷ୍ଟ। ତେବେ ଇସିଆଇ ସ୍ପଷ୍ଟ କରିଛି, ତାଙ୍କ ନିଯୁକ୍ତିକୁ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସ୍‌ସି) ଅନୁମୋଦନ କରିଥିବାରୁ ନିର୍ବାଚନ ସମୟରେ ସ୍ଥିତି ଅପରିବର୍ତ୍ତିତ ରହିବ। ସମାନ ପ୍ରସଙ୍ଗକୁ ନିୟନ୍ତ୍ରଣ କରିବାରେ ଏହି ୨ ରାଜ୍ୟରେ ଇସିଆଇର ଭିନ୍ନ ନିଷ୍ପତ୍ତି ଏକ ଅସଙ୍ଗତିକୁ ଦର୍ଶାଉଛି। ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ପକ୍ଷପାତିତାର ଅଭିଯୋଗ ହୋଇଛି। ନିର୍ବାଚନର ସ୍ବଚ୍ଛତା ପାଇଁ ଇସିଆଇର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଙ୍କିମାରୁଛି।
ନିଯୁକ୍ତିରେ ଅନିଶ୍ଚିତତା
ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ମୁଖ୍ୟ ପ୍ରମୁଖ ସଚିବ ଭାବେ ରାଜେଶ ଖୁଲ୍ଲାରଙ୍କୁ ନିଯୁକ୍ତ କରାଯିବାର କିଛି ଘଣ୍ଟା ପରେ ହଠାତ୍‌ ନିଷ୍ପତ୍ତି ସ୍ଥଗିତ ହେବା ଏକ ଅପ୍ରତ୍ୟାଶିତ ମୋଡ଼ ନେଇଥିଲା। ଖୁଲ୍ଲାରଙ୍କ ନିଯୁକ୍ତିକୁ ନେଇ ହଠାତ୍‌ ନିଷ୍ପତ୍ତି ବଦଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହା ପ୍ରଚ୍ଛଦରେ କ’ଣ ଘଟୁଛି ବୋଲି ଅନେକେ ପ୍ରଶ୍ନ କରିଥିଲେ। ବିଶ୍ୱବ୍ୟାଙ୍କରେ ଭାରତ ଓ ଏହାର ପଡ଼ୋଶୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଖୁଲ୍ଲାରଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହରିୟାଣାକୁ ଫେରାଇ ଅଣାଯାଇଥିଲା ଏବଂ ମନେକରାଯାଉଥିଲା ଶୀର୍ଷ ପ୍ରଶାସନିକ ପଦବୀ ପାଇଁ ସେ ହିଁ ପସନ୍ଦ। ତେବେ ରାଜନୈତିକ ବ୍ୟକ୍ତିମାନଙ୍କ ମତରେ, ଶାସକ ଦଳର ଏକ ଆଭ୍ୟନ୍ତରୀଣ ଗୋଷ୍ଠୀ ତାଙ୍କ ଚୂଡ଼ାନ୍ତ ନିଯୁକ୍ତିରେ ବିଳମ୍ବ କରିଥାଇପାରନ୍ତି। ମୁଖ୍ୟ ସଚିବ ଟିଭିଏସ୍‌ଏନ୍‌ ପ୍ରସାଦ ଚଳିତ ମାସ ଶେଷରେ ଅବସର ନେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଆଲୋଚନା ହେଉଛି, ପୂର୍ବରୁ ବରିଷ୍ଠ କେନ୍ଦ୍ର ସଚିବମାନେ ସେମାନଙ୍କ ରାଜ୍ୟ କ୍ୟାଡରକୁ ପ୍ରତ୍ୟାବର୍ତ୍ତନକରି ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଏ କ୍ଷେତ୍ରରେ ସେଭଳି ସମାନ ପଦ୍ଧତି କେନ୍ଦ୍ର ଅନୁସରଣ କରିପାରନ୍ତି। ନିକଟରେ ମଧ୍ୟପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଏହା ଘଟିଥିବା ଆମେ ଦେଖିଛୁ। ଯେହେତୁ ପ୍ରସାଦଙ୍କ ଅବସର ପାଖେଇ ଅସୁଛି ଏବଂ ଡିଓପିଟି ସଚିବ ବିବେକ ଜୋଷୀଙ୍କର ଚାକିରି କାଳ ବାକି ଥିବାରୁ ତାଙ୍କୁ ଜଣେ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଦେଖାଯାଉଛି। ପ୍ରମୁଖ ନିଯୁକ୍ତିଗୁଡ଼ିକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ହରିୟାଣାର ନେତୃତ୍ୱ ଆଗାମୀ ଦିନରେ କିପରି ପ୍ରଶାସନିକ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଫୋନ୍‌ ନୀତି ବିଭେଦ
ବୈଠକ ସମୟରେ ମୋବାଇଲ ଫୋନ୍‌ ନୀତିକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ବିଭେଦ ରହିଥିବା ଗୁଜରାଟ ସମାଚାର ଡିଜିଟାଲ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଗୁଜରାଟରେ ଗୋଟିଏ ପଟେ ଆଇଏଏସ୍‌ ଅଧିକାରୀମାନେ ପରିଦର୍ଶକ ବା ଆଗନ୍ତୁକଙ୍କୁ ଫୋନ୍‌ ପାଖରେ ରଖିବାକୁ ଅନୁମତି ଦେଇ ସ୍ବଚ୍ଛତା ଏବଂ ଉପଲବ୍ଧତାକୁ ସମର୍ଥନ କରନ୍ତି। ଅନ୍ୟପକ୍ଷରେ କେତେଜଣ ଆଇପିଏସ୍‌ ଅଧିକାରୀ ସମ୍ବେଦନଶୀଳ ତଥ୍ୟର ଅନଧିକୃତ ରେକର୍ଡିଂକୁ ଭୟକରି ଦର୍ଶକମାନେ ସେମାନଙ୍କ ଫୋନ୍‌ ବାହାରେ ରଖିବା ଉପରେ ଜୋର ଦେଇଛନ୍ତି। ଦଳିତ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଉଦ୍ଦିଷ୍ଟ ବୈଠକରେ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ତାଙ୍କ ଫୋନ୍‌ ବାହାରେ ରଖିବାକୁ ଏଡିଜି ରାଜକୁମାର ପାଣ୍ଡିଆନ କହିବା ପରେ ତାହାକୁ ନେଇ ବିତର୍କ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ କଲେକ୍ଟରଙ୍କ ଉପରେ ସର୍ଭେ କରାଯାଇଥିଲା। ସେମାନଙ୍କ ନିକଟକୁ ଆସୁଥିବା ଲୋକଙ୍କୁ ବାହାରେ ଫୋନ୍‌ ରଖିବା ପାଇଁ ସେମାନେ କହୁ ନ ଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଭୁଲ୍‌ ତଥ୍ୟକୁ ରୋକିବା ଏବଂ ବିଶେଷକରି ଗମ୍ଭୀର ପରିସ୍ଥିତିରେ ସମ୍ବେଦନଶୀଳ ଆଲୋଚନାକୁ ସୁରକ୍ଷା ଦେବା ଉପରେ ଆଇପିଏସ୍‌ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଜଣେ ଏସ୍‌ପି ଦର୍ଶାଇଥିଲେ ଯେ ଯେହେତୁ ଫୋନ୍‌ ବିଷୟରେ ସେମାନଙ୍କର କୌଣସି କଡ଼ା ନିୟମ ନାହିଁ, ସେମାନେ ପରିସ୍ଥିତିକୁ କେନ୍ଦ୍ରକରି ଫୋନ୍‌ ବାହାରେ ରଖିବାକୁ ଅନୁରୋଧ କରିପାରନ୍ତି। ଏମାନଙ୍କ କଥାରେ ତାଳମେଳ ନ ରହିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ସଚିବ ଏସ୍‌.ଡି. ଶର୍ମା କହିଛନ୍ତି, ମୋବାଇଲ ଫୋନ୍‌ ନୀତି ଉପରେ କେନ୍ଦ୍ରର କୌଣସି ନିର୍ଦ୍ଦେଶ ନାହିଁ। ତେବେ ସମସ୍ତଙ୍କ ସୁବିଧା ପାଇଁ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଏହି ପ୍ରସଙ୍ଗରେ ଏକମତ ହେବାର ସମୟ ଆସିଛି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri