ସଙ୍କଟରେ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ପ୍ରାୟ ୩.୯୧ଲକ୍ଷ ଉଦ୍ୟୋଗରେ କାର୍ଯ୍ୟରତ ୧୫ଲକ୍ଷ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଛି। କରୋନା ସଙ୍କଟ ଯୋଗୁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ)ଉଦ୍ୟୋଗଗୁଡ଼ିକ ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସରକାରୀ ଅସହଯୋଗ, ଶ୍ରମିକ ଓ କଞ୍ଚାମାଲ ଅଭାବ ଏବଂ ବଜାର ସୁବିଧା ନ ମିଳିବା ଯୋଗୁ ରାଜ୍ୟର ଦୁଇ ତୃତୀୟାଂଶ କର୍ମନିଯୁକ୍ତି ଯୋଗାଉଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକରୁ ଅଧିକାଂଶ ବନ୍ଦ ହେବା ଦ୍ୱାରଦେଶରେ ପହଞ୍ଚତ୍ଛି। ତୁରନ୍ତ ଏହି କ୍ଷେତ୍ରଗୁଡ଼ିକ ସହାୟତା ନ ପାଇଲେ ଆସନ୍ତା ବର୍ଷେ ଦି’ ବର୍ଷ ମଧ୍ୟରେ ଅଧାରୁ ଅଧିକ ଉଦ୍ୟୋଗ ବୁଡିଯିବା ସମ୍ଭାବନା ଦେଖାଦେଇଛି।
ସରକାରୀ ତଥ୍ୟ ଅନୁଯାୟୀ ୧୨ଟି କ୍ଷେତ୍ରରେ ରାଜ୍ୟରେ ୩ ଲକ୍ଷ ୯୧ ହଜାର ୭୦୧ ଉଦ୍ୟୋଗ କାର୍ଯ୍ୟକ୍ଷମ ରହିଛି। ସେଥିରେ ୧୯,୧୪୧.୮୩ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବାବେଳେ ୧୫,୨୯,୪୬୩ ଜଣ ନିଯୁକ୍ତି ପାଇଛନ୍ତି। ମରାମତି ଓ ସେବା କ୍ଷେତ୍ରରେ ୨,୩୮,୩୭୫ ଏମ୍‌ଏସ୍‌ଏମ୍‌ଇ ଥିବା ବେଳେ ଖାଦ୍ୟ ପ୍ରକ୍ରିୟାକରଣରେ ୪୧,୨୬୪, ମାନ୍ୟୁଫାକ୍ଚରିଂରେ ୨୯,୩୬୦, ଇଞ୍ଜିନିୟରିଂ ଓ ମେଟାଲ କ୍ଷେତ୍ରରେ ୧୮,୫୧୩, ଟେକ୍ସଟାଇଲ କ୍ଷେତ୍ରରେ ୧୯,୫୨୦, ଜଙ୍ଗଲ ଓ କାଠ କ୍ଷେତ୍ରରେ ୧୯,୦୪୭, ଗ୍ଲାସ ଓ ସେରାମିକରେ ୧୧,୩୩୩, କେମିକାଲ ଓ ଆଲଏଡ କ୍ଷେତ୍ରରେ ୪,୪୮୦, କାଗଜ ଓ କାଗଜ ଉପତ୍ାଦନ କ୍ଷେତ୍ରରେ ୪,୪୨୫, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୨,୩୯୩, ରବର ଓ ପ୍ଲାଷ୍ଟିକ ୨,୨୩୫ ଏବଂ ଚମଡ଼ା ଓ ଲାଇଭଷ୍ଟକ କ୍ଷେତ୍ରରେ ୭୩୬ ଉଦ୍ୟୋଗ ରହିଛି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ନିର୍ବାହ କରୁଛି ବୋଲି ସରକାର ମଧ୍ୟ ସ୍ବୀକାର କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଏମ୍‌ଏସ୍‌ଏମ୍‌ଇ

ସଙ୍କଟରେ କ୍ଷୁଦ୍ର, …
ବିକାଶ ନୀତି ବଳରେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହୋଇଛି। ଶିକ୍ଷିତ ଯୁବ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି।
କରୋନା ସଂକ୍ରମଣ ଆଶଙ୍କାରେ ଅଢେଇମାସ କାଳ ଲକ୍‌ଡାଉନ ହେବା ପରେ ଉଦ୍ୟୋଗୀମାନେ ଅଣ୍ଟା ସଳଖିବା ପାଇଁ ସରକାରୀ ସହଯୋଗ, ଶ୍ରମିକ, କଞ୍ଚାମାଲ, ବଜାର ସୁବିଧାକୁ ଅପେକ୍ଷା କରିଛନ୍ତି। ଯଦିଓ ଉଦ୍ୟୋଗଗୁଡିକୁ ସରକାର ଖୋଲିବାକୁ ଅନୁମତି ଦେଇଛନ୍ତି ତେବେ ଶ୍ରମିକ କଟକଣା ଯୋଗୁ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ହେବା ସହ ଲୋକମାନଙ୍କ କ୍ରୟ ପ୍ରତି ଆଗ୍ରହ କମିବା ଏହି କ୍ଷେତ୍ର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କରୋନା ଭୟ ଦୂର ହୋଇ ନ ଥିବାରୁ ଲୋକମାନେ କୌଣସି ସୌଖୀନ ସାମଗ୍ରୀ କ୍ରୟ କରିବାକୁ ପୂର୍ବଭଳି ଆଗ୍ରହ ଦେଖାଉ ନାହାନ୍ତି।
ଅନ୍ୟ ପକ୍ଷରେ କରୋନା(କୋଭିଡ୍‌-୧୯) ଆଳରେ କ୍ଷୁଦ୍ର, ସୂକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ସରକାରୀ ସଂସ୍ଥା ମଧ୍ୟ ଦାଉ ସାଧୁଛନ୍ତି । ଅର୍ଥ ବିଭାଗ ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ବିଭାଗରେ ଗତ କିଛିବର୍ଷ ଧରି ବାକି ରହିଥିବା ବିଭିନ୍ନ ବିଲ୍‌ ବାବଦ ଅର୍ଥ ଉଦ୍ୟାଗୀଙ୍କୁ ମିଳୁ ନାହିଁ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବଳ ଦେବା ପାଇଁ ସରକାର ୨୦୨୦ ଏପ୍ରିଲ ୨୩ ତାରିଖରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । କମିଟିରେ ଅର୍ଥମନ୍ତ୍ରୀଙ୍କ ସମେତ ଇସ୍ପାତ ଓ ଖଣିମନ୍ତ୍ରୀ, ଶ୍ରମ ଓ ନିୟୋଜନ ମନ୍ତ୍ରୀ, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀ ସଦସ୍ୟ ରହିଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏହି କମିଟିର ଆବାହକ ଅଛନ୍ତି। ଏହି କମିଟି ବୃହତ ଶିଳ୍ପ , ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍‌ଗୁଡିକ କରୋନା ମହାମାରୀ କାଳରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମୀକ୍ଷା କରି ପଦକ୍ଷେପ ନେବେ। କମିଟି ଗଠନ ହେଲା। କିନ୍ତୁ ସମସ୍ୟା ସମାଧାନ ପାଇଁ ସେପରି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି। କରୋନା ଯୋଗୁ ସମସ୍ୟାରେ ପଡିଥିବା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପୁଣି ଛିଡା କରିବା ଲାଗି ସରକାରୀ ବିଭାଗଗୁଡିକରେ ବାକି ରହିଥିବା ଟଙ୍କାକୁ ତୁରନ୍ତ ଦେବା ସକାଶେ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ୨୦୨୦ ମେ ୧୬ ତାରିଖରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି ଯେ, କରୋନା ମହାମାରୀ ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକରେ ଭୟଙ୍କର ଆର୍ଥିକ ସମସ୍ୟା ଦେଖାଦେଇଛି। ଯେଉଁ ସରକାରୀ କାର୍ଯ୍ୟାଳୟ, ଉଦ୍ୟୋଗ, ସ୍ବୟଂଶାସିତ ସଂସ୍ଥାଗୁଡିକରେ ଅମାନତ ରାଶି, କାର୍ଯ୍ୟ ବାବଦରେ ବକେୟା ରହିଛି ତୁରନ୍ତ ପଇଠ କରିବାକୁ କୁହାଯାଇଥିଲା। ବକେୟା ଦୁଇ ସପ୍ତାହ ଅର୍ଥାତ ମେ ୩୦ ତାରିଖ ସୁଦ୍ଧା ପଇଠ କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଥିଲା। ସମସ୍ତ ପ୍ରକ୍ରିୟା ଶେଷ କରି ଜୁନ ୧୦ ତାରିଖ ସୁଦ୍ଧା ଅର୍ଥ ବିଭାଗକୁ ଜଣାଇବାକୁ କୁହାଯାଇଥିଲା। ହେଲେ ଉଦ୍ୟୋଗୀମାନେ ବକେୟା ଟଙ୍କା କିମ୍ବା ଜମା ରହିଥିବା ଅମାନତ ପାଇଁ ଆବେଦନ କଲେ ମଧ୍ୟ ଓଲଟା ତାଙ୍କୁ ଧମକ୍‌ ମିଳୁଥିବା ଅଭିଯୋଗ ହେଉଛି। କାଳେ ଭବିଷ୍ୟତରେ ଆଉ କାମ ମିଳିବ କି ନାହିଁ ସେହି ଭୟରେ ଉଦ୍ୟୋଗୀମାନେ ଟଙ୍କା ମାଗିବାକୁ ସାହସ କରୁନାହାନ୍ତି । ଏ ସମ୍ପର୍କରେ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି ଯେ, କରୋନା ମହାମାରୀ ପରେ କ୍ଷୁଦ୍ରଶିଳ୍ପଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ବକେୟା ଟଙ୍କା ସରକାରୀ ସଂସ୍ଥାଗୁଡିକ ମଧ୍ୟ ଦେଉ ନାହାନ୍ତି। ଶ୍ରମିକ, ଆର୍ଥିକ ସଙ୍କଟ ଓ ଉପତ୍ାଦିତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟାକୁ ବହୁଗୁଣିତ କରିଦେଇଛି। ସରକାର ଉଦ୍ୟୋଗଗୁଡ଼ିକ ଉପରୁ କଟକଣା ଉଠାଇବା ସହିତ ଆର୍ଥିକ ସହାୟତା ନ କଲେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ। ଏଥିରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବସିବେ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri