ସଙ୍କଟଗ୍ରସ୍ତ ଶିଶୁ ଓ ଶିକ୍ଷା

ୟାସ୍ମିନ ଶରିଫ୍‌

ଜରୁରୀ ଶିକ୍ଷାଗତ ସହାୟତା ଆବଶ୍ୟକ କରୁଥିବା ସଙ୍କଟଗ୍ରସ୍ତ ଶିଶୁମାନଙ୍କ ସଂଖ୍ୟା ତୀବ୍ର ବେଗରେ ବଢିଛି ବୋଲି ଜାତିସଂଘ ଆକଳନ କରିଛି। ଏହା ୨୦୧୬ ତୁଳନାରେ ୭୫ ମିଲିୟନ (୭.୫ କୋଟି)ରୁ ବୃଦ୍ଧିପାଇ ଏବେ ୨୨୨ ମିଲିୟନ (୨୨.୨) କୋଟିରେ ପହଞ୍ଚିଛି। ଶିଶୁମାନେ ହିଁ ଭବିଷ୍ୟତର ସ୍ବପ୍ନ। ତେବେ ଜାତିସଂଘର ଏହି ଆକଳନରୁ ଏହା ବୁଝାପଡ଼ୁଛି ଯେ, ସେହି ୨୨.୨ କୋଟି ସ୍ବପ୍ନ ଆମର ଧୂଳିସାତ ହୋଇଯାଇଛି ଏବଂ ଆମ ସାମଗ୍ରିକ ମାନବତା ଉପରେ ଏହି ସଂଖ୍ୟକ ବି ଆଘାତ ଲାଗିଛି। ଆମ ଅର୍ଥ ବ୍ୟବସ୍ଥା ଏବଂ ସମାଜ ଉପରେ ଏହି ବର୍ଦ୍ଧିତ ସଙ୍କଟର ଦୀର୍ଘମିଆଦୀ ପ୍ରଭାବ ରହିବ। କିନ୍ତୁ ଆମେ ଏହାକୁ ଗୁରୁତ୍ୱ ଦେଉନାହଁୁ। ବିଶ୍ୱ ସ୍ତରରେ ଯୋଗାଇ ଦିଆଯାଉଥିବା ମୋଟ ମାନବୀୟ ପାଣ୍ଠି ମଧ୍ୟରୁ କେବଳ ୨ରୁ ୪ ପ୍ରତିଶତ ଶିକ୍ଷା ପାଇଁ ଉଦ୍ଦିଷ୍ଟ। କୋଭିଡ୍‌-୧୯ ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଯୁଦ୍ଧ ପରିପ୍ରେକ୍ଷୀରେ ସଂସାଧନ ଆବଣ୍ଟନ ସମ୍ପର୍କରେ ବିଶ୍ୱ ନେତୃବର୍ଗ ନିଷ୍ପତ୍ତି ନେଉଥିବାରୁ ସେମାନେ ଶିକ୍ଷା ଉପରେ ବ୍ୟୟକୁ ଅଧିକ ପ୍ରାଥମିକତା ଦେବାକୁ ହେବ। ଅର୍ଥାତ୍‌, ସମସ୍ତଙ୍କ ପାଇଁ ଶିକ୍ଷା ଠାରୁ ଆରମ୍ଭ କରି ମାନବ ଅଧିକାର ଏବଂ ସମାନତାର ଗୁରୁତ୍ୱ ରହିଥିବା ଏକ ବିଶ୍ୱ ହାସଲ ଲକ୍ଷ୍ୟରେ ସେମାନଙ୍କୁ ଅନ୍ତର୍ଜାତୀୟ ବିକାଶ ନୀତିର ପୁନର୍ବିଚାର କରିବାକୁ ହେବ।
ଶିକ୍ଷା ଲାଗି ଅର୍ଥ ଦରକାର। ଏହା ଏକ ପ୍ରକାର ନିବେଶ ଯାହା ଲୋକମାନଙ୍କୁ ସଶକ୍ତ କରେ, ଅଧିକ ସହନୀୟ ଅର୍ଥବ୍ୟବସ୍ଥା ସୃଷ୍ଟି କରେ। ଏହା ମଧ୍ୟ କ୍ଷୁଧା, ବିସ୍ଥାପନ, ସଂଘର୍ଷ ଏବଂ ଅରାଜକାତର କାରଣ ପାଲଟୁଥିବା ଦାରିଦ୍ର୍ୟ ଯନ୍ତାରୁ ଲୋକମାନଙ୍କୁ ମୁକ୍ତି ଦିଏ। ଜେଫ୍‌ ବେଜୋସଙ୍କ ଏକ ସ୍ପେଶ୍‌ ଫ୍ଲାଇଟ୍‌କୁ ନିକଟରେ ୨୮ ମିଲିୟନ ଡଲାରରେ ନିଲାମ କରାଗଲା। ବାସ୍ତବରେ ଏହି ପରିମାଣ ଅର୍ଥ ୨ ଲକ୍ଷ ସଙ୍କଟଗ୍ରସ୍ତ ପିଲାମାନଙ୍କୁ ସୁରକ୍ଷା, ଶକ୍ତି ଓ ଶିକ୍ଷା ସୁଯୋଗ ଯୋଗାଇ ଦିଆଯାଇପାରିଥାଆନ୍ତା। ମନେ ରଖିବାକୁ ହେବ, ଝିଅମାନଙ୍କ ଶିକ୍ଷା ଉପରେ ବ୍ୟୟ କରାଯାଉଥିବା ପ୍ରତିଟି ଡଲାର ବଦଳରେ ପାଖାପାଖି ୨.୮୦ ଡଲାର ଲାଭ ମିଳିଥାଏ। ସବୁ ଝିଅଙ୍କୁ ମାଧ୍ୟମିକ ଶିକ୍ଷା ଶେଷ କରିବା ନିଶ୍ଚିତ କରାଗଲେ ତାହା ବିକାଶଶୀଳ ଦେଶର ମୋଟ ଘରୋଇ ଉପତ୍ାଦ (ଜିଡିପି)କୁ ଆଗାମୀ ଦଶନ୍ଧିରେ ହାରାହାରି ୧୦ ପ୍ରତିଶତ ବୃଦ୍ଧି କରିପାରିବ। ପିଲାଙ୍କ ସମସ୍ୟା ଦୂର କରିବା ପାଇଁ କେବଳ ନିବେଶ କଲେ ହେବ ନାହିଁ, ବରଂ ନିବେଶର ମାନ ସମ୍ପର୍କରେ ଆମକୁ ବିଚାର କରିବାକୁ ପଡ଼ିବ।
ଏବେ ଉପୁଜିଥିବା ଜରୁରୀ ତଥା ସଙ୍କଟଜନକ ସ୍ଥିତିରେ ପ୍ରଭାବିତ ୨୨୨ ମିଲିୟନ ଶିଶୁଙ୍କ ମଧ୍ୟରୁ ୭୮.୨ ମିଲିୟନ ସ୍କୁଲ ବାହାରେ ରହିଛନ୍ତି। ପାଖାପାଖି ୧୨୦ ମିଲିୟନ ପିଲା ସ୍କୁଲରେ ଥିଲେ ମଧ୍ୟ ସେମାନେ ଗଣିତ କିମ୍ବା ବହିପଢିବାରେ ସର୍ବନିମ୍ନ ଦକ୍ଷତା ହାସଲ କରିପାରିିନାହାନ୍ତି। ହଁ, ଶ୍ରେଣୀଗୃହ, ଶିକ୍ଷକ, ବହି, ପେନ୍‌ସିଲ ଏବଂ ଅନ୍ୟସବୁ ଜିନିଷ ଏହି ପିଲାମାନଙ୍କର ଦରକାର। ସେମାନଙ୍କୁ ଅତିରିକ୍ତ ଶୈଖିକ ସହାୟତାର ବ୍ୟାପକ ସୁବିଧା ଆବଶ୍ୟକ। ଜାତିସଂଘ ଅନୁଯାୟୀ, ସ୍ବଳ୍ପ ବିକଶିତ ଦେଶଗୁଡ଼ିକରେ କେବଳ ୫୬ ପ୍ରତିଶତ ସ୍କୁଲରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସାରା ବିଶ୍ୱରେ ୩୫୦ ମିଲିୟନ ପିଲା ଭୋକିଲା ରହିଛନ୍ତି। ତେବେ କ୍ୱଚିତ ଥରୁଟିଏ ପୁଷ୍ଟିକର ଭୋଜନ କରୁଥିବା ପିିଲା ଆଲ୍‌ଜେବ୍ରା ପଢିବ ବୋଲି ଆମେ କେମିତି ଆଶା କରିପାରିବା? ସରକାର ଏବଂ ଅନ୍ୟ ଭାଗୀଦାରିଙ୍କ ସହ ସ୍କୁଲରେ ଖାଦ୍ୟ, ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଲାଗି ପଦକ୍ଷେପ ନେଉସ୍କୁଲ ମିଲ୍‌ କୋଆଲିସନ୍‌’ ମାଧ୍ୟମରେ ଆମେ ହାଇତି ଏବଂ ସୋମାଲିଆ ଭଳି ଦେଶରେ ଅତି କମ୍‌ରେ ଦିନକୁ ଥରେ ସ୍କୁଲରେ ପୁଷ୍ଟିକର ଭୋଜନ ନିଶ୍ଚିତ କରିପାରିବା। ସେହିଭଳି ଆମ ପିଲାମାନଙ୍କୁ ହିଂସାମତ୍କ ସ୍ଥିତିରୁ ରକ୍ଷା କରାଯାଇପାରିବ। ନିକଟରେ ଟେକ୍ସାସ୍‌ର ଉଭାଲ୍‌ଡେର ଏକ ଏଲିମେଣ୍ଟାରି ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ସ୍କୁଲକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଚେତାଇ ଦେଲା। ସେହିଭଳି ସଂଘର୍ଷ କିମ୍ବା ଯୁଦ୍ଧାଞ୍ଚଳରେ ପିଲାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ସୁରକ୍ଷା ମଧ୍ୟ ଏବେ ବିଶ୍ୱ ପାଇଁ ଏକ ଆହ୍ବାନ।
ନିକଟରେ ‘ଏଡୁକେଶନ ଅଣ୍ଡର୍‌ ଆଟାକ୍‌’ର ପ୍ରକାଶିତ ରିପୋର୍ଟ, ୨୦୨୨ରୁ ଜଣାପଡ଼ିଛି ଯେ, ଶିକ୍ଷା ଉପରେ ଆକ୍ରମଣ ଏବଂ ସାମରିକ ବଳ ଦ୍ୱାରା ବ୍ୟବହାର କରାଯାଉଥିବା ସ୍କୁଲ ସଂଖ୍ୟା ୨୦୧୯ରୁ ୨୦୨୦ ମଧ୍ୟରେ ଦୁଇ ତୃତୀୟାଂଶ ବୃଦ୍ଧିପାଇଛି। ୟୁକ୍ରେନ୍‌ ଯୁଦ୍ଧରେ ଏବେ ସୁଦ୍ଧା ୧,୮୦୦ରୁ ଅଧିକ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇସାରିଲାଣି। ୧୭୦ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଯୁଦ୍ଧ ସେଠାକାର ଶୈଖିକ ସ୍ଥିତିକୁ ପୂରା ଖରାପ କରିଦେଇଛି। ଏହାର ସମାଧାନ ଲାଗି ଅନ୍ତର୍ଜାତୀୟ ମାନବୀୟ ଆଇନ ଏବଂ ସେଫ୍‌ ସ୍କୁଲ୍ସ ଡିକ୍ଲାରେଶନକୁ ଦେଶଗୁଡ଼ିକ ସମର୍ଥନ ଜାରି ରଖିବା ଉଚିତ, ଯାହା କି ଏକ ପ୍ରକାର ନିବେଶ। କାଉନସିଲିଂ ଏବଂ ପିଲାଙ୍କ ମନସ୍ତାତ୍ତ୍ୱିକ ଓ ସାମାଜିକ ଆବଶ୍ୟକତା ପୂରଣ କରିବାକୁ ହେବ। ଏହା ଉଭୟେ ଶିଶୁ ଓ କିଶୋରଙ୍କୁ ଗୁଣବତ୍ତା ଶିକ୍ଷା ପାଇବାରେ ସାହାଯ୍ୟ କରିବ। ଏହାବାଦ୍‌ ପ୍ରାରମ୍ଭିକ ବାଲ୍ୟ ଶିକ୍ଷାରେ ନିବେଶ କରୁଥିବା ଡୋନର୍‌ମାନେ ‘ଦି ଲେଗୋ’ ସଂଗଠନର ପଥ ଅନୁସରଣ କରିବା ଉଚିତ। ଝିଅମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷା ଦେବାରେ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ। ଦିବ୍ୟାଙ୍ଗ ଏବଂ ସବୁଥିରୁ ବଞ୍ଚିତ ବର୍ଗର ପିଲାମାନଙ୍କୁ ବିଶେଷ ସେବା ଯୋଗାଇ ଦେବା ଅପରିହାର୍ଯ୍ୟ।
ଶିକ୍ଷା ବିନା ଶତତ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ। ତେବେ ଏହି ଲକ୍ଷ୍ୟ ହାସଲ କରିବା ସକାଶେ ନିଆଯାଉଥିବା ସବୁ ପଦକ୍ଷେପରେ ଥିବା ବାଧା ଏବଂ ଅପାରଗତା ଦୂର କରିବା ଲାଗି ଆମକୁ ବିଶ୍ୱସ୍ତରରେ ଏକ ସମାନ ଶିକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଦୀର୍ଘଦିନ ଧରି ସଙ୍କଟ ମଧ୍ୟରେ ରହୁଥିବା ୮୪ ପ୍ରତିଶତ ପିଲାମାନଙ୍କ ମଧ୍ୟରୁ ଏକ ସିଂହଭାଗ ରହିଛନ୍ତି ଆଫଗାନିସ୍ତାନ, ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ, ଇଥିଓପିଆ, ମାଲି, ନାଇଜେରିଆ, ପାକିସ୍ତାନ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ ଏବଂ ୟେମେନ୍‌ରେ। ରୁଷିଆ-ୟୁକ୍ରେନ ଯୁଦ୍ଧ ଏହି ସମସ୍ୟାକୁୁ ଆହୁରି ବଢାଇଦେଇଛି। ନିକଟରେ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ଯୁଦ୍ଧ ୫.୭ ମିଲିୟନ ସ୍କୁଲ ବୟସର ପିଲାଙ୍କ ଜୀବନ ଜୀବିକା ଉପରେ ବିପଦ ସୃଷ୍ଟି କରିଛି। ତଥାପି ସେମାନଙ୍କ ସମସ୍ୟା ସାମଧାନର ଆଶା ରହିଛି ଓ ଏଥିପାଇଁ କେତେକ ଦେଶ ଉଦ୍ୟମ କରୁଛନ୍ତି। ଉଦାହରଣସ୍ବରୂପ, ଇକ୍ୱେଡର ସରକାର ନିକଟରେ ଭେନେଜୁଏଲା ଶରଣାର୍ଥୀମାନଙ୍କୁ ସାର୍ବଜନୀନ ଶିକ୍ଷା ଲାଭ ଲାଗି ଅନୁମତି ପ୍ରଦାନ କରିଛି। ଉଗାଣ୍ଡା ସରକାର ଶରଣାର୍ଥୀଙ୍କ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଶୈଖିକ ପରିବେଶ ଯୋଗାଇ ଦେବାକୁ ଏଡୁକେଶନ ରେସପନ୍ସ ପ୍ଲାନ୍‌ କାର୍ଯ୍ୟକାରୀ କରୁଛନ୍ତି। ବହୁ ବର୍ଷ ଧରି ପାଠ ଠାରୁ ଦୂରେଇ ରହିଥିବା ଝିଅମାନଙ୍କୁ ଶିକ୍ଷା ଦେବା ଲାଗି ଇଥିଓପିଆ ସରକାର ସ୍କୁଲ କାର୍ଯ୍ୟକ୍ରମଗୁଡ଼ିକ ଚଳାଉଛନ୍ତି।
ସଙ୍କଟଗ୍ରସ୍ତ ଶିଶୁମାନଙ୍କ ଜରୁରୀ ଶିକ୍ଷା ଆବଶ୍ୟକତା ପୂରଣ କରିବା କେବଳ ଦେଶର ସରକାରଗୁଡ଼ିକ କିମ୍ବା ଜାତିସଂଘର କାମ ନୁହେଁ, ଏହା ସମସ୍ତଙ୍କର ଦାୟିତ୍ୱ। ସଙ୍କଟଗ୍ରସ୍ତ ଶିଶୁ ଓ କିଶୋରଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ଏକ ବୈଶ୍ୱିକ ପ୍ରତିବଦ୍ଧତା ଆଣିବାକୁ ହେବ। ଏହା ସହ ଯୁଦ୍ଧାଞ୍ଚଳରେ ଦୀର୍ଘଦିନ ଧରି ରହିଥିବା, ବଳ ପୂର୍ବକ ସ୍ଥାନାନ୍ତର ହୋଇଥିବା ଏବଂ ଜଳବାୟୁ ଜନିତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ସମସ୍ତ ଶିଶୁଙ୍କୁ ମାନବ ଅଧିକାର, ଶାନ୍ତି ଓ ସୁରକ୍ଷା ଏବଂ ଆର୍ଥିକ ସମୃଦ୍ଧି ଯୋଗାଇ ଦେବାର ସଂକଳ୍ପ ନେବା ଦରକାର। ତେବେ ଶତତ ବିକାଶ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଆମକୁ ପ୍ରଥମେ ୨୨.୨ କୋଟି ସଙ୍କଟଗ୍ରସ୍ତ ଶିଶୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ହେବ।
ଡାଇରେକ୍ଟର, ଏଡୁକେଶନ କ୍ୟାନ୍‌ନଟ ଓ୍ବେଟ୍‌, ୟୁନାଇଟେଡ୍‌ ନେଶନସ୍‌ ଗ୍ଲୋବାଲ୍‌ ଫଣ୍ଡ୍‌ ଫର୍‌ ଏଡୁକେଶନ ଇନ୍‌ ଏମର୍ଜେନ୍ସି ଆଣ୍ଡ୍‌ ପ୍ରୋଟ୍ରାକ୍‌ଟେଡ୍‌ କ୍ରାଇସିସ୍‌


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri