ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ଆଜି ସକାଳୁ ପୁଣିଥରେ ଭୂକମ୍ପ ଦେଖାଯାଇଛି । 3ଦିନ ପୂର୍ବେ ହୋଇଥିବା ଭୂକମ୍ପରେ ଜାପାନର ଜନଜୀବନ କେତେକାଂଶରେ ପ୍ରଭାବିତ ହୋଇଥିଲା । ଏହାରି ଭିତରେ ଆଜି ପୁଣି ଜାପାନରେ ପୁଣି ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଶୁକ୍ରବାର ସକାଳେ ଜାପାନର ଟୋକିଓ ନିକଟରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ଏଜେନ୍ସି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓର ୬୮୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ଥିଲା। ଭୂକମ୍ପର ଗଭୀରତା ୬୨ କିଲୋମିଟର ରହିଥିବା ବେଳେ ରାତି ପ୍ରାୟ 3ଟା 40 ମିନିଟରେ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ବୁଧବାର ରାତିରେ ଜାପାନର ଆଓମୋରିରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଉତ୍ତର ଜାପାନର ଏହି ଅଞ୍ଚଳରେ ଏକ ଶକ୍ତିଶାଳୀ 7.6 ତୀବ୍ରତାର ଭୂମିକମ୍ପ ଆସିବାର ଠିକ୍ ପୂର୍ବରୁ, ଆକାଶରେ ଏକ ଉଜ୍ଜ୍ୱଳ ନୀଳ ଆଲୋକ ଦେଖାଦେଇଥିଲା। ଏହାକୁ ଅନେକ ମୋବାଇଲ୍ ଫୋନ୍ କ୍ୟାମେରାରେ କଏଦ କରାଯାଇଥିଲା।
ଏହି ଅଜବ ଆଲୋକ ଭୂମିକମ୍ପ ଆଲୋକ (EQL) ନାମକ ଏକ ବିରଳ ପ୍ରାକୃତିକ ଘଟଣା ବିଷୟରେ ଲୋକଙ୍କ କୌତୁହଳକୁ ପୁନଃଜାଗିତାଇ ଦେଇଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଭୂକମ୍ପୀୟ ଚାପ ପୃଥିବୀର ପୃଷ୍ଠରେ ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରେ, ଯାହା ପରେ ଭୂମି ଉପରେ ବାୟୁକୁ ଆୟନିତ କରେ। ଏହି କାରଣରୁ ଏହି ରହସ୍ୟମୟ ଆଲୋକ ସୃଷ୍ଟି ହୁଏ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଖୁଲାସା କରାଯାଇ ନାହିଁ ।


