ସକାଳୁଆ ଅଫିସ ନେଇ ସବୁ ଜିଲାପାଳଙ୍କୁ ଚିଠ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ପ୍ରତିବର୍ଷ ଭଳି ଖରା ଯୋଗୁ ସବୁ ଜିଲାର ସରକାରୀ ଅଫିସ ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ କୋର୍ଟଗୁଡିକ ପ୍ରତିଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ। ବିନା ମଧ୍ୟାହ୍ନଭୋଜନ ବିରତିରେ ଏହି କାର୍ଯ୍ୟାଳୟ ଏବଂ କୋର୍ଟଗୁଡିକ ଚାଲିବ। ୧୦ଏପ୍ରିଲରୁ ଜୁନ୍‌୧୫ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବ। କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର, କୋରାପୁଟ ଏବଂ ଭୁବନେଶ୍ୱର ବ୍ୟତୀତ ଅନ୍ୟସବୁ ସ୍ଥାନରେ ଏହି ନିୟମ ଲାଗୁ କରାଯିବ। କେତେକ ଜିଲାରେ କରୋନା ସଂକ୍ରମଣ ଯୋଗୁ ସକାଳୁ ଅଫିସ ହୋଇପାରିବ କି ନାହିଁ ଆଶଙ୍କା ସୃଷ୍ଟି ହେବାପରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ୨୦୦୬ରେ ରାଜ୍ୟ ଗୃହ ବିଭାଗର ନିୟମ ଅନୁଯାୟୀ ସବୁ ସରକାରୀ କାର୍ଯ୍ୟାଳୟ, ରାଜସ୍ବ ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟ ଜୁନ୍‌ ୧୫ ପର୍ଯ୍ୟନ୍ତ ସକାଳୁ କାର୍ଯ୍ୟ ଜୁନ୍‌ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏନେଇ ସୋମବାର ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳଙ୍କୁ ଚିଠି ଜରିଆରେ ସୂଚନା ଦେଇଛନ୍ତି।