ସଂହତି ରକ୍ଷାକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ଅଖଣ୍ଡତା ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସଂହତି ଓ ସମାଜକୁ ଉଲ୍ଲେଖନୀୟ ଅବଦାନ ଲାଗି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ୩୧ ଅକ୍ଟୋବର ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ହୋଇଥିବାରୁ ଏହି ଦିନ ଉକ୍ତ ପୁରସ୍କାର ପ୍ରଦାନ କରାଯାଉଛି। ଯୋଗ୍ୟ ବିବେଚିତ ବ୍ୟକ୍ତି ବା ସଙ୍ଗଠନକୁ ପୁରସ୍କାର ଆକାରରେ ଏକ ଫଳକ ଓ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।
ଆସନ୍ତା ୩୧ ଅକ୍ଟୋବରରେ ୨୦୧୭ ଓ ୨୦୧୮ ଲାଗି ପ୍ରଖ୍ୟାତ ପରିବେଶବିତ୍‌ ତଥା ସାମାଜିକ କର୍ମୀ ଚଣ୍ଡୀପ୍ରସାଦ ଭଟ୍ଟଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ରାମକୃଷ୍ଣ ମିଶନ, ଏପିଜେ ଅବଦୁଲ କଲାମ, ଏମ୍‌ଏସ୍‌ ସ୍ବାମୀନାଥନ୍‌, ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ, ଗୁଲଜାର, ଏଆର୍‌ ରହେମନଙ୍କ ଭଳି ଅନେକ ଜଣାଶୁଣା ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିଥିବା ବେଳେ ଏବେ ଚଣ୍ଡୀପ୍ରସାଦଙ୍କୁ ମନୋନୀତ କରାଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ନୂଆ ପିଢ଼ି ଆଗ୍ରହ ରଖିବା ସ୍ବାଭାବିକ।
ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଗୋପେଶ୍ୱରରେ ୨୩ ଜୁନ ୧୯୩୪ରେ ଚଣ୍ଡୀପ୍ରସାଦ ଜନ୍ମଗ୍ରହଣ କରିଥିଲେ। ପିତା ଗଙ୍ଗାରାମ ଭଟ୍ଟ ଥିଲେ କୃଷକ। ଏଥିସହିତ ନିକଟସ୍ଥ ରୁଦ୍ରନାଥ ମନ୍ଦିରରେ ପୂଜକ ଦାୟିତ୍ୱ ତୁଲାଉଥିଲେ। ଚଣ୍ଡୀପ୍ରସାଦ ଅତି ଛୋଟ ଥିବା ବେଳେ ପିତାଙ୍କ ଦେହାନ୍ତ ହୋଇଥିଲା। ମାତା ମହେଶୀ ଦେବୀ ତାଙ୍କୁ ବଡ଼ କରାଇଥିଲେ। ରୁଦ୍ରପ୍ରୟାଗରେ ସ୍କୁଲ ଶିକ୍ଷା ଗ୍ରହଣ କରିବା ପରେ ପଉରିରେ କଲେଜ ପାଠ ପଢ଼ିଥିଲେ। କିନ୍ତୁ ସ୍ନାତକ ଡିଗ୍ରୀ ଅର୍ଜନ କରିପାରି ନ ଥିଲେ। ପର୍ବତ ଘେରା ଅଞ୍ଚଳ ହୋଇଥିବାରୁ ସେଠାରେ କୃଷିଜମିର ଯଥେଷ୍ଟ ଅଭାବ ଥିଲା ଓ ତତ୍‌ସହିତ ଚାକିରି ପାଇବା କଷ୍ଟକର ହେଉଥିଲା। ସେଭଳି ସମୟରେ ଅର୍ଥ ଉପାର୍ଜନର ରାସ୍ତା ନ ପାଇ ଚଣ୍ଡୀପ୍ରସାଦ ପିଲାମାନଙ୍କୁ କଳା ଶିକ୍ଷା ଦେବାକୁ ପସନ୍ଦ କରିଥିଲେ। ସେଥିରୁ ଉପାର୍ଜିତ ଅର୍ଥ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ କଷ୍ଟକର ହେବା ପରେ ସେ ଗରଓ୍ବାଲ ମୋଟର ଓନର୍ସ ୟୁନିୟନ ( ଜିଏମ୍‌ଓୟୁ)ରେ ବୁକ୍‌ କ୍ଲର୍କ ଭାବେ ଯୋଗଦେଇଥିଲେ। ତେବେ ୧୯୫୬ରେ ଚଣ୍ଡୀପ୍ରସାଦଙ୍କ ଜୀବନର ଗତିପଥ ବଦଳିଥିଲା। ଗାନ୍ଧୀବାଦୀ ନେତା ଜୟପ୍ରକାଶ ନାରାୟଣ ଥରେ ତାଙ୍କ ଅଞ୍ଚଳକୁ ଆସିଥିଲେ। ଭାଷଣ ଶୁଣିବା ପରେ ଚଣ୍ଡୀପ୍ରସାଦ ଓ ତାଙ୍କର କେତେଜଣ ବନ୍ଧୁ ମିଶି ସର୍ବୋଦୟ ଆନ୍ଦୋଳନ ସହ ଗାନ୍ଧୀ ଅଭିଯାନ, ଭୂଦାନ ଓ ଗ୍ରାମଦାନ କାର୍ଯ୍ୟରେ ନିୟୋଜିତ କରିଥିଲେ। ଗ୍ରାମର ଅର୍ଥନୈତିକ ଅଭିବୃଦ୍ଧି ସହିତ ସମଗ୍ର ଉତ୍ତରାଖଣ୍ଡରୁ ମଦ ହଟେଇବା ଲାଗି ସଂଗ୍ରାମ କରିଥିଲେ। ୧୯୬୦ରେ ସେ ଜିଏମ୍‌ଓୟୁ ଚାକିରି ଛାଡ଼ି ଦେଇ ସର୍ବୋଦୟ ଆନ୍ଦୋଳନରେ ପୂର୍ଣ୍ଣ ସମୟ ଦେଇଥିଲେ। ୧୯୬୪ରେ ଚଣ୍ଡୀପ୍ରସାଦ ଦାଶୋଲି ଗ୍ରାମ ସ୍ବରାଜ୍ୟ ମଣ୍ଡଳ ବା ଗ୍ରାମ ସ୍ବାୟତ୍ତ ଶାସନ ସମାଜ ଗଢ଼ିଥିଲେ। ଏହାଦ୍ୱାରା ସେ ଗୋପେଶ୍ୱର ଅଞ୍ଚଳରେ ଜଙ୍ଗଲଦ୍ରବ୍ୟ ଜନିତ ଶିଳ୍ପ ପ୍ରତିଷ୍ଠା କରାଯାଇ କିଭଳି ସ୍ଥାନୀୟ ଯୁବତୀଯୁବକ ନିଯୁକ୍ତି ପାଇପାରିବେ ସେହି ଦିଗରେ କାର୍ଯ୍ୟ କରିଥିଲେ। ତେବେ ଯେତେବେଳେ ଉତ୍ତରାଖଣ୍ଡରେ ବ୍ୟାପକ ବୃକ୍ଷଚ୍ଛେଦନ ହେଲା ସେତେବେଳେ ଚଣ୍ଡୀପ୍ରସାଦ ଆଗକୁ ଆସି ଜଙ୍ଗଲ ରକ୍ଷା ଲାଗି ଅଣ୍ଟା ଭିଡ଼ିଲେ। ତାଙ୍କ ଅଞ୍ଚଳରୁ ଆରମ୍ଭ ହେଲା ଚିପ୍‌କୋ ଆନ୍ଦୋଳନ ବା ଗଛକୁ କୁଣ୍ଢାଇ ଧରି ପ୍ରତିବାଦ କରିବା କାର୍ଯ୍ୟ। ଧୀରେ ଧରେ ଏହି ଆନ୍ଦୋଳନରେ ମହିଳା ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଲେ। ଫଳରେ ଏହା ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ନୂତନ ଦିଗ ଦେଖାଇଥିଲା। ପରିବେଶ ପ୍ରତି ଏକନିଷ୍ଠତା ଯୋଗୁ ତାଙ୍କୁ ୨୦୦୩ରେ ‘ଜାତୀୟ ଜଙ୍ଗଲ କମିଶନ’ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।
ସାମାଜିକ କାର୍ଯ୍ୟ ଦିଗରେ ଚଣ୍ଡୀପ୍ରସାଦଙ୍କ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିପାରିଛି। ସେଥିମଧ୍ୟରେ ରହିଛି-୧୯୮୨ରେ ସେ ରେମନ୍‌ ମାଗସେସେ, ୧୯୮୬ରେ ପଦ୍ମଶ୍ରୀ, ୨୦୦୫ରେ ପଦ୍ମଭୂଷଣ, ୨୦୧୩ରେ ଗାନ୍ଧୀ ଶାନ୍ତି ପୁରସ୍କାର, ୨୦୧୬ରେ ମାନବ ଉତ୍କର୍ଷ ଦିଗରେ ସତ୍ୟସାଇ ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri