ସଂସ୍କାର ପାଇଁ ଯାଉଥିବା ମୃତଦେହ ଜବତ କଲା ପୋଲିସ

ପାଟପୁର,୨୭ା୫- ପାଟପୁର ପୋଲିସ ବୁଧବାର ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ୱାର ଯାଉଥିବା ମୃତଦେହକୁ ଜବତ କରିଛି। ମୃତଦେହ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଗଣେଶ ସାମନ୍ତରାୟ (୫୫) ବୁଧବାର ଅପରାହ୍ନରେ ଘର ଛାତ ଉପରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ପୁଅମାନେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ବର୍ଗ ପୁରୀ ସ୍ବର୍ଗଦ୍ୱାରକୁ ସଂସ୍କାର ପାଇଁ ନେବା ସମୟରେ ଖବର ପାଇ ପାଟପୁର ପୋଲିସ ଦିଗପହଣ୍ଡି ଡାକ୍ତରଖାନାରୁ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।