ସଂସଦୀୟ ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ: ଭୁବନେଶ୍ୱର ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନାହିଁ, ମାଷ୍ଟରପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୧୯ା୧: ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ରାଜଧାନୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥାରେ ଅନେକ ତ୍ରୁଟି ରହିଛି। ଏହା ଠିକ୍‌ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବାସହୀନ ପରିବାରକୁ ଗୃହ ଯୋଗାଇବାରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏମିତି ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇବା ସହ ଉଦ୍‌ବେଗ ପ୍ରକାଶ କରିଛି ସଂସଦୀୟ ଷ୍ଟାଣ୍ଡିଂ କମିଟି। ଭୁବନେଶ୍ୱର ଏବଂ ପୁରୀ ସହରାଞ୍ଚଳ ବିକାଶ ସମ୍ବନ୍ଧରେ ଶନିବାର ସ୍ଥାନୀୟ ମେ’ ଫେୟାର ହୋଟେଲ ପରିସରରେ କମିଟି ବର୍ଜ୍ୟବସ୍ତୁ ପରିଚାଳନା, ଡ୍ରେନେଜ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ସ୍ବଚ୍ଛ ଭାରତ, ପରିମଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ। ଜଗଦମ୍ବିକା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଆସିଥିବା ୧୧ ସଦସ୍ୟଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଯୋଗଦେଇଥିଲେ। ଶୁକ୍ରବାର କମିଟି ଭୁବନେଶ୍ୱରଠାରେ ସମୀକ୍ଷା ବୈଠକ କରିଥିବାବେଳେ ଶନିବାର ପୁରୀରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି।

ପ୍ରାୟ ୪ଘଣ୍ଟା ଧରି ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟମାନେ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଲୋକେ ଏହାର କେତେ ସୁଫଳ ପାଇଛନ୍ତି ତାହା ଉପରେ ତର୍ଜମା କରିଥିଲେ। ବିଶେଷକରି ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥାକୁ ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଡ୍ରେନେଜ ବ୍ୟବସ୍ଥାରେ ସମସ୍ୟା ଥିବାରୁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଗଙ୍ଗୁଆ ନାଳ ସହ କିପରି ଅଧିକ ଡ୍ରେନକୁ ସଂଯୋଗ କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ୨୦୦୮ରେ ଡ୍ରେନେଜ ବ୍ୟବସ୍ଥା ଯାହା ଥିଲା ସେହିପରି ରହିଛି, ଏଥିରେ କୌଣସି ଅଗ୍ରଗତି ହୋଇନାହିଁ। ତେଣୁ ଏହାର ସମାଧାନ ଲାଗି ଖୁବ୍‌ଶୀଘ୍ର ମାଷ୍ଟରପ୍ଲାନ କରିବା ଲାଗି କମିଟି ପରାମର୍ଶ ଦେଇଛି। ଅର୍ବାନ ଡେଭଲପ୍‌ମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଏଥିଲାଗି ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଏବେ ବି ୪୦ ପ୍ରତିଶତ ଲୋକ ବସ୍ତିରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ସୁବିଧା ନାହିଁ। ବସ୍ତିବାସିନ୍ଦା ବିଭିନ୍ନ ପ୍ରକାର ସମସ୍ୟାରେ ଗତି କରୁଛନ୍ତି। ସ୍ବଚ୍ଛ ଭାରତ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। ରାଜ୍ୟ ସରକାରଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ତେଣୁ ଏ ସବୁ ଦିଗରେ ଅଗ୍ରଗତି ହେବା ଦରକାର। ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବୈଠକରେ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଯୋଗାଣ, ପରିମଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ତର୍ଜମା କରାଯାଇଛି। ଲୋକଙ୍କୁ କିପରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହା ଉପରେ କମିଟି ସଦସ୍ୟ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri