Categories: ଜାତୀୟ

ସଂସଦରେ ସିଏଏ ତାତି: ଲୋକ ସଭା-ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୩।୨: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ଲୋକ ସଭାରେ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ, କୋଦିକୁନ୍ନିଲ୍‌ ସୁରେଶ ଏବଂ ଗୌରବ ରଞ୍ଜନ ଗୋଗୋଇଙ୍କ ପକ୍ଷରୁ ସ୍ଥଗନ ପ୍ରସ୍ତାବ ନୋଟିସ୍‌ ଦିଆଯାଇଥିଲା। ସିଏଏ ଉପରେ ଗୃହରେ ଚର୍ଚ୍ଚା ହେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ନିଜ ମତ ରଖିବା ଲାଗି ଉଠିବା ମାତ୍ରେ ବିରୋଧୀ ଦଳ ସଦସ୍ୟ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ସ୍ଲୋଗାନ୍‌ ଦେବା ଆରମ୍ଭ କରିଥିଲେ। ରାଜ୍ୟ ସଭାରେ ମଧ୍ୟ ସିଏଏକୁ ନେଇ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର କାର୍ଯ୍ୟ ସମ୍ଭବପର ହୋଇ ପାରି ନ ଥିଲା। ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Share