ସଂକ୍ରମଣ ଭୟରେ କ୍ରୋମାଇଟ ପରିବହନ ବନ୍ଦ ଦାବି

କାଳିଆପାଣି,୬।୪(ଡିଏନଏ):  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ବାହାର ରାଜ୍ୟକୁ କ୍ରୋମାଇଟ ପରିବହନ ହେଉଥିବାରୁ ଅଞ୍ଚଳରେ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଗ୍ରାମବାସୀ କ୍ରୋମାଇଟ ପରିବହନକୁ ସୋମବାର ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଲକଡାଉନ ପରେ ବି ପରିବହନ ବଳବତ୍ତର ରହିଥିବାବେଳେ ସୋମବାର କାଳିଆପାଣି ପଞ୍ଚାୟତସ୍ଥିତ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ଫାଟକ ସମ୍ମୁଖରେ କାଳିଆପାଣି ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ କ୍ରୋମାଇଟ ପରିବହନ ବନ୍ଦ କରିବା ପାଇଁ ଧାରଣାରେ ଦେଇଥିଲେ। କ୍ରୋମାଇଟ ଲୋଡିଂ ପାଇଁ ଆସିଥିବା ଟ୍ରକଗୁଡ଼ିକ ଲୋଡିଂ ପାଇଁ ଯାଇପାରି ନ ଥିଲେ। ଖବରପାଇ ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ପରିଚାଳକ କାଠି ପ୍ରଧାନ ଓ ଥାନା ଏସଆଇ ବିଭୁତି ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ କାଳିଆପାଣି ସରପଞ୍ଚ କଳ୍ପନା ଜେନା ବାହାର ଅଞ୍ଚଳରୁ ଆସୁଥିବା ଟ୍ରକ ଡ୍ରାଇଭରଙ୍କ ଦ୍ୱାରା ଏହି ଅଞ୍ଚଳରେ କରୋନା ସଂକ୍ରମଣ ହୋଇପାରେ ବୋଲି ମତ ରଖିଥିଲେ। ତେଣୁ କିଛିଦିନ ପଯର୍‌ୟନ୍ତ ପରିବହନ ନ କରିବାକୁ ଅନୁରୋଧ ରଖିଥିଲେ। ଏନେଇ ପରିଚାଳକ କାଠି ପ୍ରଧାନ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛିଦିନ ପଯର୍‌ୟନ୍ତ ପରିବହନ ବନ୍ଦ ରଖିବାକୁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ସେପରି କଂସ ପଞ୍ଚାୟତ ଓସ୍ତପାଳ ଫେକର ଖଣି ଫାଟକ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଖଣିରୁ ପରିବହନ କାର୍ଯ୍ୟ ବନ୍ଦ ଦାବିରେ ଧାରଣାରେ ବସିଥିଲେ। କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲି ଓ ଖଣି ପରିଚାଳକ ଅଜୟ କୁମାର ପାତ୍ର ଆନ୍ଦୋଳନରତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚତ୍ ଆଲୋଚନା କରି ପରିବହନ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri