ସଁକଟ୍‌ରେ ହସ୍ତତନ୍ତ ଶିଳ୍ପ, କାରିଗର: ପୋରଛାହନ୍‌, ସୂତା ଅଭାବ ମୁଖିଆ ସମସିଆ

ଭବାନୀପାଟଣା,୨୦।୩ (ଡି.ଏନ୍‌.ଏ.)-
ସରକାରୀ ପୋରଛାହନ୍‌ ଆର ସୂତା ଅଭାବ ଲାଗି ହସ୍ତତନ୍ତ ଶିଳ୍ପ ସଁକଟରେ ରହିଛେ। ଇଥ୍‌ରେ ଖାଲି ଶିଳ୍ପ ନୁହେ କାରିଗରମାନକର ଜିବ୍‌କା ବି ବୁଡୁଛେ। କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁ। ରେ ଇତାର ପରଭାବ୍‌ ଦେଖ୍‌ବାକେ ମିଲିଛେ। ସୂଚନା ଅନ୍‌ସାରେ ଜୟନ୍ତପୁର ଗଁ। ରେ ମେହେର ସମାଜର ଶତାଧିକ୍‌ କାରିଗର ପରିବାର ବାସ କରୁଛନ୍‌। ଇ କାରିଗର ପରିବାରମାନ୍‌କୁ ଜିବ୍‌କା ଦେବାକେ ୧୯୮୫ ସାଲେ ଥାପ୍‌ନା ହେଇଥିଲା ମହିମା ହସ୍ତତନ୍ତ ବୟନ ଶିଳ୍ପ କେନ୍ଦ୍ର। କପ୍‌ଟା ବୁନ୍‌ବାର ଲାଗି କାରିଗରମାନକୁ ୧୭ଟା ହସ୍ତତନ୍ତ ମେଶିନ ଯୁଗେଇ ଦିଆଯାଇଥିଲା। ଦିନ୍‌ଥିଲା ଇଠାନେ ତିଆର ହେଉଥିବାର ଗାମ୍‌ଛା, ଲୁଂଗି, ପେଁଟ୍‌ସାର୍ଟ କପଡ଼ା, ପାଟ୍‌ ଶାଢ଼ୀ ଲେଖେଁ ହସ୍ତତନ୍ତ ଜିନିଷ୍‌ ଦେଶ ବିଦେଶରେ ନଁା କରିଥିଲା। ହେଲେ ସୂତା ଅଭାବଟା ଇ ଶିଳ୍ପ ଉପରେ ପରଭାବ ପକେଇଛେ। ଏନ୍‌ତାଥି ହସ୍ତତନ୍ତ ଶିଳ୍ପ ବଁଦ୍‌ ହେବାର ଉପରେ ରହିଛେ। ଏହେଦେ ଓଡ଼ିଶାରେ ସୂତା ନାଇଁ ମିଲବାର ଲାଗି କାରିଗରମାନେ ଛତିଶଗଡ଼ ଉପରେ ନିରଭର କରୁଛନ୍‌। କାରିଗରମାନେ ଛତିଶଗଡ଼ରୁ ସୂତା ଆନି ମିଟର ପିଛା ଲୁଗାବୁନା ବାବ୍‌ଦେ ୨୦ ଟଁକା ହିସାବେ ପାଉନା ପାଉଛନ୍‌। ପରିଶ୍‌ରମ ହିସାବେ ଲାଭ ନାଇଁ ହେଉଥିଲେ ବି କାରିଗରମାନେ ପୁରଖାପାତିକଁର ଇ ପରମ୍ପରାକେ ଆଏଜ୍‌ ବି ବଁଚେଇ ରଖିଛନ୍‌। ଇଠାନେ ଲୋକ୍‌ମାନେ ମେଶିନରେ ଲୁଗା ବୁନୁଥିଲାବେଲେ ମହିଲାମାନେ ଅରଟରେ ସୂତା କାଟି ଦୁଇପଏସା ରୁଜଗାର କରୁଛନ୍‌। ହେଲେ ସରକାରୀ ପୋରଛାହନ୍‌, ସୂତା ଅଭାବ୍‌କେ ବିଦ୍ୟୁତ୍‌ ସଂଯୋଗ ସମସିଆଟା କାରିଗରମାନକର ମୁଡ଼ଦୁଖାର କାରନ୍‌ ସାଜିଛେ। ଯେନ୍‌ଥିରଲାଗି କାରିଗରମାନେ ଲୁଗାବୁନା କାମ୍‌ ଠିକ୍‌ ହିସାବେ କରି ନାଇଁପାରବାର। ଇ ସମସିଆର ସମାଧାନ ଲାଗି ସେମାନେ ଅନେକଥର ଥାନୀଅ ରାଜନେତାମାନକୁ ଭେଟି ନିରାଶ ହେଇଥିବାର କହିଛନ୍‌। ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।