Categories: ଗଞ୍ଜାମ

ଷ୍ଟ୍ରେଚର କାର୍ଯ୍ୟ କରିବ ବ୍ୟାଟେରିଚାଳିତ ଗାଡ଼ି

ବ୍ରହ୍ମପୁର ଅଫିସ,୧୫ା୩ – ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏଣିକି ବ୍ୟାଟେରିଚାଳିତ ଗାଡିରେ ୱାର୍ଡକୁ ଯିବେ ଗୁରୁତର ରୋଗୀ। କାଜୁଆଲିଟିରୁ ବିଭିନ୍ନ ୱାର୍ଡକୁ ଗୁରୁତର ରୋଗୀଙ୍କୁ ନେବା ଆଣିବା କରିବାରେ ଏହି ବ୍ୟାଟେରିଚାଳିତ ଗାଡି ଷ୍ଟ୍ରେଚରର କାର୍ଯ୍ୟ କରିବ । ଏମକେସିଜି ପକ୍ଷରୁ ପିପିପି ମୋଡରେ ପରିଚାଳିତ ହେବାକୁ ଥିବା ଏହି ବ୍ୟାଟେରିଚାଳିତ ଗାଡି ଶନିବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ବ୍ୟାଟେରୀ ଚାଳିତ ଗାଡି କାଜୁଆଲିଟିରୁ ଗୁରୁତର ରୋଗୀଙ୍କୁ ବିଭିନ୍ନ ୱାର୍ଡକୁ ନେବା ଆଣିବା କାର୍ଯ୍ୟ ଆରମ୍ଭ କରିଛି ା ଏମକେସିଜି ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷା ପ୍ରଫେସର ଡା. ଦିପ୍ତିମୟୀ ତ୍ରିପାଠୀ କାଜୁଆଲଟି ପରିସରରୁ ଏହି ବ୍ୟାଟେରିଚାଳିତ ଗାଡିର ଶୁଭାରମ୍ଭ କରିଛନ୍ତି ା ପୂର୍ବରୁ ଷ୍ଟ୍ରେଚର ଦ୍ୱାରା ଗୁରୁତର ରୋଗୀଙ୍କୁ କାଜୁଆଲଟିରୁ ବିଭିନ୍ନ ୱାର୍ଡକୁ ତଥା ପରୀକ୍ଷା ନିରୀକ୍ଷା ପାଇଁ ମେଡିକାଲ ପରିସରରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ନିଆଯାଉଥିଲା। ଗୁରୁତର ଅବସ୍ଥାରେ ରୋଗୀଙ୍କୁ ସ୍ଥାନାନ୍ତର ବେଳେ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଏହି ବ୍ୟାଟେରି ଚାଳିତ ଗାଡି ଦ୍ୱାରା ବର୍ତ୍ତମାନ ରୋଗୀ ବହୁତ ଉପକୃତ ହେବେ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ା କାର୍ଯ୍ୟକ୍ରମରେ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ପ୍ର୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା