ଷ୍ଟକ ବଜାର ପାଇଁ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୩୦-୧୦: ଷ୍ଟକ ମାର୍କେଟ ସମେତ ଘରୋଇ ବଜାରକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ ସଂସ୍କାର ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଅର୍ଥ ମନ୍ତ୍ରଣାଳୟ ଏହାର ବିଭିନ୍ନ ଦିଗ ଉପରେ ବିଚାର କରୁଥିବା ଜଣାପଡିଛି। ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡିଟି)କୁ ଉଠାଇ ଦେବା ନେଇ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି। ସେହିଭଳି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ(ଏଲ୍‌ଟିିସିଜିି), ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ (ଏସ୍‌ଟିଜିସି) ଏବଂ ସିକ୍ୟୁରିଟି ଟ୍ରାଞ୍ଜାକଶନ ଟାକ୍ସ(ଏସ୍‌ଟିଟି)ର ବର୍ତ୍ତମାନ ସ୍ଲାବ ଓ ହୋଲ୍ଡିଂ ସମୟକୁ ବିଚାର କରାଯାଉଛି। ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ଅର୍ଥମନ୍ତ୍ରଣାଳୟର ରାଜସ୍ବ ବିଭାଗ ଅଧିକାରୀମାନେ ପିଏମ୍‌ଓଠାରେ ଏଭଳି ପ୍ରସଙ୍ଗ ଉପରେ ଏକ ବୈଠକରେ ଆଲୋଚନା କରିଛନ୍ତି।
୧୦ ବର୍ଷ ପରେ ଏଲ୍‌ଟିସିଜିକୁ ୨୦୧୮ ବଜେଟରେ ଲାଗୁ କରାଯାଇଥିଲା। ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ ଉପରେ ୧୦% ଟିକସ ଲାଗୁ କରିବାର ନିୟମ ରହିଥିଲା। ଏକ ନିର୍ଦ୍ଦିଷ୍ଟ ଅବଧି ଯାଏ ଶେୟାର ରଖିବା ଉପରେ ଟିକସ ଉଠାଇ ଦେବା ଉପରେ ସରକାର ବିଚାର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିଭଳି ଗୋଟିଏ ବର୍ଷରୁ କମ୍‌ ଇକ୍ୱିଟି ହୋଲ୍ଡିଂର ମୋଟ ଆୟ କ୍ଷେତ୍ରରେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଭାବେ ୧୫% ଟିକସ ଲାଗୁ ନିୟମ ରହିଛି। କ୍ୟାପିଟାଲ ଆସେଟ୍‌ ମଧ୍ୟରେ ସୂଚୀଭୁକ୍ତ ଇକ୍ୱିଟି ଶେୟାର, ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ଏବଂ ଇକ୍ୱିଟି ଭିତ୍ତିକ ମ୍ୟୁଚୁଆଲ ଫଣ୍ଡ ରହିଛି। ଏହାବାଦ ସିକ୍ୟୁରିଟି ଏବଂ ଇକ୍ୱିଟି କ୍ରୟ ଏବଂ ବିକ୍ରୟ କ୍ଷେତ୍ରରେ ଏସ୍‌ଟିଟି ଚାର୍ଜ ଲାଗୁ ହେଉଛି। ଏସ୍‌ଟିଟି କମାଇବା ନେଇ ବଜାର ପକ୍ଷରୁ ଦାବି ହୋଇ ଆସୁଛି। ଉକ୍ତ ଟିକସ ଦ୍ୱାରା ସରକାର ଅଧିକ ପରିମାଣର ରାଜସ୍ବ ଲାଭ କରୁଛନ୍ତି। ଏହା ସରକାରଙ୍କୁ ଇକ୍ୱିଟି ବାଇଙ୍ଗ ଆଟ୍‌ ସୋର୍ସ ଉପରେ ନିଜର ରଖିବାକୁ ସହାୟତା କରୁଛି। ୨୦୦୪ରେ କ୍ୟାପିଟାଲ ଗେନ୍ସକୁ ହଟାଇବା ପରେ ଏହାକୁ ଲାଗୁ କରାଯାଇଥିଲା। ବାଏବ୍ୟାକ୍‌ ଉପରେ ଲାଗୁ ହେଉଥିବା ୨୦% ଟିକସକୁ ନେଇ ନିବେଶକ ନରାଜ ଥିବା ଜଣାପଡିଛି।
ବାଏବ୍ୟାକ୍‌ ଉପରେ ସରକାର ଲାଗୁ କରିଥିବା ନିୟମ ସମ୍ପୂର୍ଣ୍ଣ ନୂଆ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାକୁ ବଜେଟରେ ଘୋଷଣା କରିଥିଲେ। ସୂଚୀଭୁକ୍ତ କମ୍ପାନୀ ଶେୟାର ବାଏବ୍ୟାକ ଦ୍ୱାରା ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁଶନ ଟିକସକୁ କରୁଥିବା ନଜର ଅନ୍ଦାଜ ଉପରେ ରୋକ ଲଗାଇବା ଲାଗି ଏଭଳି ଏକ ପଦକ୍ଷେପ ସରକାର ଗ୍ରହଣ କରିଥିଲେ। ସୂଚୀଭୁକ୍ତ କମ୍ପାନୀ ଶେୟାର ବାଏ ବ୍ୟାକ୍‌ କଲେ ୨୦% ଅତିରିକ୍ତ ଟିକସ ଲାଗୁ କରିବାର ପ୍ରସ୍ତାବ ରହିଥିଲା। ଏହି ଟିକସପ୍ରସଙ୍ଗଗୁଡିକ ଉପରେ ସରକାର ବିଭିନ୍ନ କାର୍ଯ୍ୟ କଲେ ବଜାର ଉପରେ ଏହାର ଭଲ ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri