ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍‌ବିଆର୍‌) ପକ୍ଷରୁ ପ୍ରକାଶିତ ‘ଦି ବେଷ୍ଟ ପରଫରମିଂ ସିଇଓ ଇନ୍‌ ଦି ଓ୍ବାର୍ଲଡ-୨୦୧୯’ ସୂଚୀରେ ୧୦୦ ସିଇଓଙ୍କୁ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ଭାରତର ଶାନ୍ତନୁ ନାରାୟଣ, ଅଜୟ ବାଙ୍ଗା ଏବଂ ସତ୍ୟ ନାଡେଲା ସାମିଲ ହୋଇଛନ୍ତି। ତାଲିକାର ଶୀର୍ଷରେ ଆମେରିକା ଭିତ୍ତିକ ଟେକ୍ନେଲୋଜି କମ୍ପାନୀ ଏନ୍‌ଭିଡିଆର ସିଇଓ ଜେନସେନ ହୁଆଙ୍ଗ ରହିଛନ୍ତି। ତାଲିକାର ୬ଷ୍ଠ ସ୍ଥାନରେ ଆଡବ୍‌ ସିଇଓ ସାନ୍ତନୁ ନାରାୟଣ, ସପ୍ତମରେ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ଏବଂ ୯ମ ସ୍ଥାନରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ସ୍ଥାନିତ ହୋଇଛନ୍ତି। ତାଲିକାରେ ଅନ୍ୟ ଭାରତୀୟ ଭାବେ ଡିବିଏସ୍‌ ବ୍ୟାଙ୍କ ସିଇଓ ପିୟୁଷ ଗୁପ୍ତା ୮୯ ତମରେ ଥିବା ବେଳେ ଆପଲ ସିଇଓ ଟିମ୍‌ କୁକ ୬୨ ତମ ସ୍ଥାନରେ ରହିଛନ୍ତି।
ତାଲିକାର ୨୦ତମ ସ୍ଥାନରେ ନାଇକ୍‌ ସିଇଓ ମାର୍କ ପାର୍କର, ୨୩ତମରେ ଜେପି ମୋର୍ଗାନ ଚେସ୍‌ ମୁଖ୍ୟ ଜେମି ଡାଇମନ, ଲକହିଡ ମାର୍ଟିନ ସିଇଓ ମାରିଲିନ ହିଓସନ (୩୭ତମ), ଡିଜନୀ ସିଇଓ ରବର୍ଟ ଆଇଗର(୫୫ତମ) ଏବଂ ୯୬ତମ ସ୍ଥାନରେ ସଫ୍ଟ ବ୍ୟାଙ୍କ ସିଇଓ ମାସାୟୁସି ସନ୍‌ ରହିଛନ୍ତି। କେବଳ ଆର୍ଥତ୍କ ପରଫରମାନ୍ସ ନୁହେଁ ପରିବେଶ, ସାମାଜିକ, ଗଭର୍ନାନ୍ସ (ଇଏସ୍‌ଜି) ଭଳି ବର୍ଗରେ ରେଟିଂକୁ ଧ୍ୟାନରେ ରଖି ଏହି ତାଲିକା ପ୍ରସ୍ତୁତ କରାଯାଉଥିବା ହାଭାର୍ଡ ବିଜନେସ ରିଭ୍ୟୁ ପକ୍ଷରୁ କୁହାଯାଇଛି। ୨୦୧୪ ପରଠାରୁ ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ତାଲିକାରେ ସ୍ଥାନିତ ହୋଇ ପାରିନାହାନ୍ତି। ନ୍ୟୁନ ଇଏସ୍‌ଜି ପାଇଁ ଏପରି ହେଉଥିବା ଜଣାପଡିଛି। ୨୦୧୯ର ଏହି ତାଲିକାରେ ୪ ମହିଳା ସିଇଓ ରହିଛନ୍ତି। ଏହା ୨୦୧୮ରେ ୩ ଏବଂ ୨୦୧୭ରେ ୨ ରହିଥିଲା। ତାଲିକାରେ ସ୍ଥାନୀତ ଏକଜେକ୍ୟୁଟିଭଙ୍କ ମଧ୍ୟରେ ସିଇଓ ହେବାର ହାରାହାରି ବୟସ ୪୫ ଏବଂ ସେମାନେ ୧୫ ବର୍ଷ କାର୍ଯ୍ୟ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?