ଷ୍ଟକ ବଜାର ପାଇଁ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୩୦-୧୦: ଷ୍ଟକ ମାର୍କେଟ ସମେତ ଘରୋଇ ବଜାରକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ ସଂସ୍କାର ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଅର୍ଥ ମନ୍ତ୍ରଣାଳୟ ଏହାର ବିଭିନ୍ନ ଦିଗ ଉପରେ ବିଚାର କରୁଥିବା ଜଣାପଡିଛି। ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡିଟି)କୁ ଉଠାଇ ଦେବା ନେଇ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି। ସେହିଭଳି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ(ଏଲ୍‌ଟିିସିଜିି), ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ (ଏସ୍‌ଟିଜିସି) ଏବଂ ସିକ୍ୟୁରିଟି ଟ୍ରାଞ୍ଜାକଶନ ଟାକ୍ସ(ଏସ୍‌ଟିଟି)ର ବର୍ତ୍ତମାନ ସ୍ଲାବ ଓ ହୋଲ୍ଡିଂ ସମୟକୁ ବିଚାର କରାଯାଉଛି। ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ଅର୍ଥମନ୍ତ୍ରଣାଳୟର ରାଜସ୍ବ ବିଭାଗ ଅଧିକାରୀମାନେ ପିଏମ୍‌ଓଠାରେ ଏଭଳି ପ୍ରସଙ୍ଗ ଉପରେ ଏକ ବୈଠକରେ ଆଲୋଚନା କରିଛନ୍ତି।
୧୦ ବର୍ଷ ପରେ ଏଲ୍‌ଟିସିଜିକୁ ୨୦୧୮ ବଜେଟରେ ଲାଗୁ କରାଯାଇଥିଲା। ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ ଉପରେ ୧୦% ଟିକସ ଲାଗୁ କରିବାର ନିୟମ ରହିଥିଲା। ଏକ ନିର୍ଦ୍ଦିଷ୍ଟ ଅବଧି ଯାଏ ଶେୟାର ରଖିବା ଉପରେ ଟିକସ ଉଠାଇ ଦେବା ଉପରେ ସରକାର ବିଚାର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିଭଳି ଗୋଟିଏ ବର୍ଷରୁ କମ୍‌ ଇକ୍ୱିଟି ହୋଲ୍ଡିଂର ମୋଟ ଆୟ କ୍ଷେତ୍ରରେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଭାବେ ୧୫% ଟିକସ ଲାଗୁ ନିୟମ ରହିଛି। କ୍ୟାପିଟାଲ ଆସେଟ୍‌ ମଧ୍ୟରେ ସୂଚୀଭୁକ୍ତ ଇକ୍ୱିଟି ଶେୟାର, ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ଏବଂ ଇକ୍ୱିଟି ଭିତ୍ତିକ ମ୍ୟୁଚୁଆଲ ଫଣ୍ଡ ରହିଛି। ଏହାବାଦ ସିକ୍ୟୁରିଟି ଏବଂ ଇକ୍ୱିଟି କ୍ରୟ ଏବଂ ବିକ୍ରୟ କ୍ଷେତ୍ରରେ ଏସ୍‌ଟିଟି ଚାର୍ଜ ଲାଗୁ ହେଉଛି। ଏସ୍‌ଟିଟି କମାଇବା ନେଇ ବଜାର ପକ୍ଷରୁ ଦାବି ହୋଇ ଆସୁଛି। ଉକ୍ତ ଟିକସ ଦ୍ୱାରା ସରକାର ଅଧିକ ପରିମାଣର ରାଜସ୍ବ ଲାଭ କରୁଛନ୍ତି। ଏହା ସରକାରଙ୍କୁ ଇକ୍ୱିଟି ବାଇଙ୍ଗ ଆଟ୍‌ ସୋର୍ସ ଉପରେ ନିଜର ରଖିବାକୁ ସହାୟତା କରୁଛି। ୨୦୦୪ରେ କ୍ୟାପିଟାଲ ଗେନ୍ସକୁ ହଟାଇବା ପରେ ଏହାକୁ ଲାଗୁ କରାଯାଇଥିଲା। ବାଏବ୍ୟାକ୍‌ ଉପରେ ଲାଗୁ ହେଉଥିବା ୨୦% ଟିକସକୁ ନେଇ ନିବେଶକ ନରାଜ ଥିବା ଜଣାପଡିଛି।
ବାଏବ୍ୟାକ୍‌ ଉପରେ ସରକାର ଲାଗୁ କରିଥିବା ନିୟମ ସମ୍ପୂର୍ଣ୍ଣ ନୂଆ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାକୁ ବଜେଟରେ ଘୋଷଣା କରିଥିଲେ। ସୂଚୀଭୁକ୍ତ କମ୍ପାନୀ ଶେୟାର ବାଏବ୍ୟାକ ଦ୍ୱାରା ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁଶନ ଟିକସକୁ କରୁଥିବା ନଜର ଅନ୍ଦାଜ ଉପରେ ରୋକ ଲଗାଇବା ଲାଗି ଏଭଳି ଏକ ପଦକ୍ଷେପ ସରକାର ଗ୍ରହଣ କରିଥିଲେ। ସୂଚୀଭୁକ୍ତ କମ୍ପାନୀ ଶେୟାର ବାଏ ବ୍ୟାକ୍‌ କଲେ ୨୦% ଅତିରିକ୍ତ ଟିକସ ଲାଗୁ କରିବାର ପ୍ରସ୍ତାବ ରହିଥିଲା। ଏହି ଟିକସପ୍ରସଙ୍ଗଗୁଡିକ ଉପରେ ସରକାର ବିଭିନ୍ନ କାର୍ଯ୍ୟ କଲେ ବଜାର ଉପରେ ଏହାର ଭଲ ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri