ଶ୍ରେଷ୍ଠତା ଲକ୍ଷ୍ୟରେ ଭାରତ

ଡ. ଚିତ୍ତରଂଜନ ମିଶ୍ର

ଗ୍ଲୋବାଲ କମ୍ପାନୀମାନେ ସେମାନଙ୍କର ଉଦ୍ୟମ ବଳବତ୍ତର କରି ‘ଚାଇନା ପ୍ଲସ୍‌ ୱାନ୍‌’ ଷ୍ଟ୍ରାଟେଜିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଲମ୍ଫ ପ୍ରଦାନ କରିଛନ୍ତି। କୋଭିଡ-୧୯ ଜନିତ ବ୍ୟାଘାତ ଏବଂ ଆମେରିକା-ଚାଇନା ବାଣିଜି୍ୟକ ଉଦ୍‌ବେଗ ମଧ୍ୟରେ ସେମାନେ ସେମାନଙ୍କର ସପ୍ଲାଇ ଚେନ୍‌କୁ ବିବିଧୀକରଣ କରିବାକୁ ଦୃଢ଼ପ୍ରତିଜ୍ଞ ହୋଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ଏକ ପରିସ୍ଥିତି ଭାରତକୁ ଏକ ଦ୍ୱିତୀୟ ସୁଯୋଗ ପ୍ରଦାନ କରିଛି, ଯାହାଫଳରେ କି ଭାରତ ଗ୍ଲୋବାଲ ମାନୁଫ୍ୟାକ୍‌ଚରିଂର ଏକ କେନ୍ଦ୍ରସ୍ଥଳ ଭାବେ ଉଦ୍‌ଭାସିତ ହୋଇପାରିବ।
ଅପରପକ୍ଷରେ ‘ସର୍ଭିସେସ୍‌ ଆଉଟସୋର୍ସିଂ ୱେଭ’ ବା ଅନ୍ୟ ଅନୁଷ୍ଠାନର ସହାୟତା ମାଧ୍ୟମରେ ସେବା ପ୍ରଦାନ କ୍ଷେତ୍ରରେ ଭାରତ ଏକ ଅପୂର୍ବ ସୁଯୋଗର ପ୍ରବାହକୁ ନିଜ ହାତ ମୁଠାକୁ ଆଣିବାରେ ସଫଳ ହୋଇପାରିଛି ଏବଂ ‘ବ୍ୟାକ୍‌ ଅଫିସ ଅଫ୍‌ ଦି ୱାଲର୍‌ଡ’ର ଅଦ୍ୱିତୀୟ ମାନ୍ୟତା ଲାଭ କରିପାରିଛି। ଏବେ ଭାରତ ଯଦି ମାନୁଫ୍ୟାକ୍‌ଚରିଂ ସେକ୍ଟରର ଅଭିବୃଦ୍ଧିରେ ନିଜର ପାରିବାପଣିଆକୁ ପର୍ଯ୍ୟାୟକ୍ରମେ ସ୍ବତଃସିଦ୍ଧ କରିପାରିବ ତା’ହେଲେ ଦେଶରେ ଅଜସ୍ର ଚାକିରି ସୃଷ୍ଟି ହେବା ସହ ସନ୍ତୁଳିତ ଅଭିବୃଦ୍ଧି ମଧ୍ୟ ସମ୍ଭବପର ହୋଇପାରିବ।
ଏଠାରେ ଏକ ଟ୍ରିଲିଅନ ଡଲାରର ପ୍ରଶ୍ନ ମୁଣ୍ଡ ଟେକି ଉଠୁଛି। ଭାରତ କ’ଣ ସତରେ ଚାଇନା ସହ ସମକାଳୀନ ଭାବେ ନିଜର ନିର୍ଭରଶୀଳତାକୁ ହ୍ରାସ କରାଇ ଏକ ‘ପ୍ଲସ୍‌ ୱାନ୍‌ ଲକ୍ଷ୍ୟସ୍ଥଳ’ ଭାବେ ସାବ୍ୟସ୍ତ ହୋଇପାରିବ? ୨୦୧୫ରୁ ୨୦୧୯ ମଧ୍ୟରେ ବିଶ୍ୱର ସମସ୍ତ ଉପତ୍ାଦିତ ବସ୍ତୁର ରପ୍ତାନିର ୧୬ ପ୍ରତିଶତ ଏବଂ ଆମେରିକା ଓ ୟୁରୋପୀୟ ୟୁନିୟନ ଯେତେ ଉପତ୍ାଦିତ ବସ୍ତୁ ଆମଦାନୀ କରିଥିଲେ ତା’ର ୫ଭାଗ ଚାଇନା ହିଁ ଯୋଗାଇଥିଲା। ଏହା ଏକ ବିରାଟ ପର୍ବତ, ଯାହାକୁ ଚଢ଼ିବା ଅତ୍ୟନ୍ତ କାଠିକର ପାଠ ହେବ। ଚତୁର୍ଦ୍ଦିଗରୁ ଦ୍ୱିଗୁଣିତ ଓ ପ୍ରବଳ ଉଦ୍ୟମ ଦ୍ୱାରା ଏହା ସମ୍ଭବପର ହୋଇପାରିବ ବୋଲି କ୍ରେଡିଟ ରେଟିଂ ଇନ୍‌ଫରମେଶନ ସର୍ଭିସେସ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ (କ୍ରିସିଲ୍‌) ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାପଡ଼ିଛ।
ଗତ ତିନି ଦଶନ୍ଧି ଧରି ଭାରତର ମାନୁଫ୍ୟାକଚରିଂ ସେକ୍ଟରର ମୋଟ ଘରୋଇ ଉପତ୍ାଦ(ଜିଡିପି)ର ପ୍ରାୟ ୧୫ ପ୍ରତିଶତ ପାଖାପାଖି ନିଶ୍ଚଳ, ନିଷ୍ଟ୍ରିୟ ଓ ଗତିଶୂନ୍ୟ ହୋଇ ବସି ରହିଛି। ଫଳସ୍ବରୂପ ଜିଡିପିକୁ ପଣ୍ୟଦ୍ରବ୍ୟ ରପ୍ତାନିର ଅବଦାନ ହ୍ରାସ ପାଇ ୧୨% ପାଖାପାଖି ପଡ଼ିରହିଛି ା ତୁଳନାମତ୍କ ଭାବେ ଚାଇନାର ସ୍ଥିତି ସେହି ତୁଳନାରେ ଯଥାକ୍ରମେ ୩୦ରୁ ୨୦ ପ୍ରତିଶତ ରହିଛି ଏବଂ ଭାରତ ତୁଳନାରେ ଏହା ପ୍ରାୟ ୫ଗୁଣ ଅଧିକ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ଭାବେ ପ୍ରତିପାଦିତ ହୋଇପାରିଛି। ଏପରିକି ଭିଏତ୍‌ନାମ ମଧ୍ୟ ଭାରତର ଗତି ତୁଳନାରେ ଅଧିକ ଦ୍ରୁତତର ଧାବମାନ ହୋଇ ମାନୁଫ୍ୟାକଚରିଂର କେନ୍ଦ୍ରସ୍ଥଳ ଭାବେ ଉଦ୍‌ଭାସିତ ହୋଇପାରିଛି ା ମାନୁଫ୍ୟାକଚରିଂ କ୍ଷେତ୍ରରେ ପ୍ରଚଣ୍ଡ ସୁଯୋଗ ଓ ସମ୍ଭାବନା ଭାରତ ପାଇଁ ଏକ ବିଶାଳ ସିଂହଦ୍ୱାର ଉନ୍ମୋଚନ କରିଦେବ। ହ୍ୟୁଲେଟ ପାକାର୍ଡ (ଏଚ୍‌ପି) ପରି ବୃହତ୍‌ ଟେକ୍ନୋଲୋଜି କମ୍ପାନୀମାନେ ସେମାନଙ୍କର ସପ୍ଲାଇ ଚେନ୍‌କୁ ବିବିଧୀକରଣ କରିବା ପାଇଁ ନାନାବିଧ ପଦକ୍ଷେପ ନେଉଛନ୍ତି। ଏହାର ପ୍ରମୁଖ କାରଣ ହେଲା ଆମେରିକାରେ ପ୍ରଚଳିତ ଥିବା ଆମଦାନୀ ବା ରପ୍ତାନି ଶୁଳ୍କର ପ୍ରଭାବକୁ ହ୍ରାସ କରାଇବା, ଯାହାକି ସେମାନଙ୍କର ୨୦୧୯ର ବାର୍ଷିକ ଅଧିବେଶନର ଆହ୍ବାନ ଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଆମେରିକା ଚାଇନାରୁ ହେଉଥିବା ଆମଦାନୀ ଉପରେ ୫୦୦ ବିଲିୟନ ଡଲାର ମୂଲ୍ୟର ଶୁଳ୍କ ଲଗାଇ ଚାଇନା ଗାଲରେ ଏକ ଶକ୍ତ ଚାପୁଡା ମାରିଲା ପରି କାର୍ଯ୍ୟ କରିଛି। ୨୦୧୯ ରେ ବିଶ୍ୱ ବ୍ୟାଙ୍କର ‘ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ’ ର଼୍ୟାଙ୍କିଙ୍ଗରେ ଭାରତ ୧୪ଟି ସୋପାନ ଉପରକୁ ଉଠି ୬୩ ତମ ସ୍ଥାନ ଅଧିକାର କରିଛି। ଗୁଡ୍ସ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ (ଜିଏସ୍‌ଟି) ଏବଂ ପରିବେଶ ସମ୍ବନ୍ଧୀୟ ଅନୁମତିକୁ ତ୍ୱରାନ୍ବିତ କରିବା ଭଳି ଢାଞ୍ଚା ସମ୍ବନ୍ଧୀୟ ସଂସ୍କାର ବ୍ୟବସ୍ଥାର ପ୍ରଣୟନ କାରଣରୁ ଏହା ସମ୍ଭବପର ହୋଇପାରିଲା।
ତଥାପି ଭାରତ ଦକ୍ଷିଣ କୋରିଆ ଓ ଚାଇନା ଭଳି ଦେଶଠାରୁ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିରହିଛି।
ସମସ୍ତ ସୁଯୋଗ ଓ ସମ୍ଭାବନାକୁ ହାତମୁଠାକୁ ଆଣିବା ପାଇଁ କ୍ରିସିଲ ରିସର୍ଚ୍ଚ ଭାରତବର୍ଷର ପ୍ରତିଯୋଗିତାମୂଳକ ଶକ୍ତି ଓ ଦୁର୍ବଳତାକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରି ଶୂନ୍ୟ ସ୍ଥାନକୁ ଠିକ୍‌ ଭାବେ ଚିହ୍ନଟ କରିଛି। କେଉଁସବୁ ସେକ୍ଟରକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳ ଭାବେ ସ୍ଥିରୀକୃତ କରାଯାଇପାରିବ ତାହା ମଧ୍ୟ ନିର୍ଣ୍ଣୟ କରିପାରିଛି। ଶ୍ରମ, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତ ଅଣ ପ୍ରତିଯୋଗିତାମୂଳକ ରହିଅଛି। ନିକଟ ଅତୀତରେ ୪୪ଟି ଶ୍ରମ ଆଇନର ସମ୍ମିଶ୍ରଣ ହୋଇ ୪ଟି କୋଡ୍‌କୁ ପରିବର୍ତ୍ତିତ ହେବା ନିଶ୍ଚିତ ରୂପେ ଏକ ସ୍ବାଗତଯୋଗ୍ୟ ସଂସ୍କାର ପ୍ରକ୍ରିୟା। ଠିକ୍‌ ସେହିପରି ମାନୁଫ୍ୟାକଚରିଂ ଭିତ୍ତିଭୂମିର ତୁରନ୍ତ ସମ୍ପ୍ରସାରଣ ହେଲେ ତାହା ପୁଞ୍ଜି ଲଗାଣକୁ ବହୁଳ ଭାବେ ଆକର୍ଷିତ କରିବ। ଜମିଜମା କ୍ଷେତ୍ରରେ ସଂସ୍କାର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସିଦ୍ଧାନ୍ତମୂଳକ ା ଭାରତ ସରକାର ଭିଏତ୍‌ନାମର ପରି ବଡ଼ ବଡ଼ ଜମିଜମାକୁ ଲିଜ୍‌ ସୂତ୍ରରେ ନେଇ ବନ୍ଦୋବସ୍ତ କରିବା ସହ ପୁନଃ ଭାଗବଣ୍ଟନ ଓ ବର୍ଗୀକରଣ କରି ଭଡା, ସବ୍‌-କଣ୍ଟ୍ରାକ୍ଟ ଏବଂ ବନ୍ଧକ ମଧ୍ୟ ଦେଇପାରିବେ।
ଭାରତ ଗୋଟିଏ ଚୁକ୍ତିପତ୍ରକୁ ରୂପାୟିତ କରିବା ପାଇଁ ୧୪୪୦ ଦିନ ନେଉଥିଲା ବେଳେ ସଙ୍ଗାପୁର ୧୫୦ ଦିନ ନେଇଥାଏ। ଏକାଧିକ କୋର୍ଟ କେସ୍‌ ଅମୀମାଂସିତ ବା ବିଚାରାଧୀନ ରହିଥିବା କାରଣରୁ ଏଭଳି ଘଟଣା ଭାରତରେ ଘଟିଥାଏ। ‘ଇଜ୍‌-ଅଫ୍‌-ଡୁଇଙ୍ଗ-ବିଜ୍‌ନେସ’ ପାଇଁ ଏହି ସମୟ ସୀମାକୁ ହ୍ରାସ କରାଯିବା ଏକାନ୍ତ ଅପରିହାର୍ଯ୍ୟ ା ପବ୍ଲିକ ଡୋମେନ୍‌ ବା ସର୍ବସାଧାରଣ ଜନତାଙ୍କ ନିୟନ୍ତ୍ରଣ ବା ପ୍ରଭାବର ପରିସର ମଧ୍ୟରେ ଥିବା ନାନାବିଧ ଡକୁମେଣ୍ଟକୁ ତନ୍ନ ତନ୍ନ ଅନୁଧ୍ୟାନ କରି କ୍ରିସିଲ୍‌ ରିସର୍ଚ୍ଚ ଏହି ଉପସଂହାରରେ ପହଞ୍ଚତ୍ଛି କି ଏହି ପାରାମିଟରରେ ଭାରତର ସ୍ଥାନ ୬୩ ଥିଲାବେଳେ ଚାଇନା ୩୧ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ଅଛି। ୨୦୧୯ରେ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋଟର୍ର୍ ପ୍ରକାଶ କରିଛି କି ‘କଣ୍ଟ୍ରାକ୍ଟ ଏନଫୋର୍ସମେଣ୍ଟ’ ବା ଚୁକ୍ତିପତ୍ରର ପ୍ରବର୍ତ୍ତନ ଏବଂ ‘ଡିସ୍‌ପୋଜାଲ ରିଜୋଲ୍ୟୁଶନ’ ବା ନିଜ ଅଧିକାରରେ ଥିବା ବସ୍ତୁ ଇତ୍ୟାଦି ଉପରୁ ସନ୍ଦେହର ଦୂରୀକରଣ ଭାରତବର୍ଷରେ ‘ଇଜ୍‌-ଅଫ-ଡୁଇଙ୍ଗ-ବିଜିନେସ୍‌’ କ୍ଷେତ୍ରରେ ଏକକ ବୃହତ୍ତମ ପ୍ରତିବନ୍ଧକ ହୋଇ ଠିଆ ହୋଇଛି।
କେନ୍ଦ୍ର ସରକାର ଦୀର୍ଘସୂତ୍ରୀ ବ୍ୟବସ୍ଥା ମାଧ୍ୟମରେ ଟିକସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୋତ୍ସାହନ ଅର୍ଥରାଶି ବା ରିହାତି ପ୍ରଦାନ କରି ନୂଆ ନୂଆ ସେକ୍ଟର ଯଥା- ମୋବାଇଲ ଫୋନ୍‌, ଦେଶରକ୍ଷା ସାମଗ୍ରୀ ଏବଂ ଲିଥିୟମ ଆୟନ୍‌ ବ୍ୟାଟେରି କ୍ଷେତ୍ରରେ ମାନୁଫ୍ୟାକଚରିଂ ଇକୋସିଷ୍ଟମ ଗଢ଼ିତୋଳିବା ଉଚିତ।
ତତ୍‌ସହ ନିଜର ଅନୁମୋଦିତ ଶକ୍ତି ଥିବା ସେକ୍ଟର ଯଥା- ଟେକ୍ସଟାଇଲ, ଚମଡ଼ା, ଅଟୋ ମୋବାଇଲ ସରଞ୍ଜାମ ଏବଂ ଫାର୍ମାସ୍ୟୁଟିକାଲ ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଉଚିତ ହେବ।
ରେଡିମେଡ୍‌ ପୋଷାକ ପରିଚ୍ଛଦ କ୍ଷେତ୍ରରେ ଭାରତ ବାଂଲାଦେଶ ଓ ଭିଏତ୍‌ନାମ ପାଖରେ ହାର୍‌ ମାନିଯାଇଛି ଓ ନିଜକୁ ସମର୍ପଣ କରିଦେଇଛି ା ଏହାର ପ୍ରମୁଖ କାରଣ ହେଲା ଯେ, ଏହି ଦୁଇ ଦେଶ ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ (ଏଫ୍‌ଟିଏ) ବା ମୁୁକ୍ତ ବାଣିଜି୍ୟକ ରାଜିନାମା ଉପଭୋଗ କରୁଛନ୍ତି। ଏଣୁ ଉଭୟ ରେଡିମେଡ ପୋଷାକ ପରିଚ୍ଛଦ ଓ ଚମଡା କ୍ଷେତ୍ରରେ ଭାରତ ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ ବା ମୁକ୍ତ ବାଣିଜି୍ୟକ ରାଜିନାମାର ଅନ୍ତର୍ଭୁକ୍ତ ହେବା ନିତାନ୍ତ ଆବଶ୍ୟକ। ପୁନଶ୍ଚ ‘ମର୍କାଣ୍ଟାଇଜ ଏକ୍ସପୋର୍ଟ ଫ୍ରମ୍‌ ଇଣ୍ଡିଆ ସ୍କିମ୍‌’ ମାଧ୍ୟମରେ ପଣ୍ୟଦ୍ରବ୍ୟର ରପ୍ତାନି ପାଇଁ ଭାରତ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟାର ସମାଧାନ ପାଇଁ ପଥ ସୁଗମ କରିବା ଉଚିତ।
କୋଭିଡ-୧୯ ମହାମାରୀର ଆବିର୍ଭାବ ପରେ ବିଶ୍ୱର ବହୁ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ କମ୍ପାନୀ ନିଜର ସପ୍ଲାଇ ଚେନ୍‌କୁ ସୁରକ୍ଷିତ କରି ରଖୁଛନ୍ତି ଏବଂ ଚାଇନା ଉପରେ ନିର୍ଭରଶୀଳତାକୁ ହ୍ରାସ କରାଉଛନ୍ତି ା ଚାଇନାର ବହୁଳ ଉପତ୍ାଦନ ଧାରା କାରଣରୁ ଚାଇନା ଓ ଭାରତରେ ପ୍ରସ୍ତୁତ ହେଉଥିବା ଔଷଧର ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଏଣ୍ଟ (ଏପିଆଇ) ଓ ମଧ୍ୟବର୍ତ୍ତୀ ପଦାର୍ଥଗୁଡ଼ିକ (ଇଣ୍ଟରମେଡିଏଟ)ର ମୂଲ୍ୟରେ ୨୫-୩୦ ପ୍ରତିଶତ ପାର୍ଥକ୍ୟ ରହୁଛି। ଅଧିକ ଦୃଢ଼ ନିଶ୍ଚିତ ହେବାପାଇଁ କେନ୍ଦ୍ର ସରକାର ଦେଶରେ ବୃହତ୍‌ ଡ୍ରଗ ପାର୍କ ନିର୍ମାଣ କରିବା ପାଇଁ ୩୦୦୦କୋଟି ଟଙ୍କାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାର ପୁନଶ୍ଚ ୭ ହଜାର କୋଟି ଟଙ୍କାର ଉପତ୍ାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଦେଶରେ ୫୩ଟି ଏପିଆଇର ପ୍ର୍‌ସ୍ତୁତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାକି ଅଧିକ ଆମଦାନୀ ଉପରେ ନିର୍ଭର କରିବ। ଏ ସମସ୍ତ କାର୍ଯ୍ୟକ୍ରମ ନିଶ୍ଚିତରୂପେ ଧନ୍ୟବାଦାର୍ହ ା ପରନ୍ତୁ ଡ୍ରଗ୍‌ ନିର୍ମାତାମାନେ ରାସାୟନିକ ରପ୍ତାନିକାରୀଙ୍କ ପରି ଅଧିକ ଆଣ୍ଟି-ଡମ୍ପିଂ ଡ୍ୟୁଟି ଓ ଷ୍ଟ୍ରାଟେଜିକ୍‌ ମାନୁଫ୍ୟାକଚରିଂ ଇନ୍‌ସେନ୍‌ଟିଭ୍‌ ଆଶା କରୁଛନ୍ତି। ଏ କଥାକୁ ମଧ୍ୟ ଆମକୁ ଲକ୍ଷ୍ୟ ରଖିବାକୁ ପଡ଼ିବ।
ବି-୩, ଏଚ୍‌ଆଇଜି କଲୋନୀ, ବରମୁଣ୍ଡା ହାଉସିଂ ବୋର୍ଡ, ଭୁବନେଶ୍ୱର, ମୋ- ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri