Categories: ଖେଳ

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ ସେଠୀ ମେମୋରିଆଲ ମାଷ୍ଟର୍ସ ମିଟ୍‌ ଶୁଟିଂର ୧୦ ମିଟର ଏୟାର ରାଇଫଲ ମହିଳା ବ୍ୟକ୍ତିଗତ ବିଭାଗରେ ସେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଏହା ଏକ ସମ୍ମାନଜନକ ଜାତୀୟ ସ୍ତରୀୟ ଶୁଟିଂ ପ୍ରତିଯୋଗିତା। ଏଥିରେ କେବଳ ଦେଶର ଶୀର୍ଷସ୍ଥାନୀୟ ଶୁଟରଙ୍କୁ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥାଏ। ଶ୍ରୀୟଙ୍କାଙ୍କ ଇଭେଣ୍ଟରେ ଅଞ୍ଜୁମ ମୁଦଗିଲ ସ୍ବର୍ଣ୍ଣ ଓ ମେହୁଲି ଘୋଷ ରୌପ୍ୟ ପଦକ ହାସଲ କରିଛନ୍ତି।

Share