ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ ପ୍ରସ୍ତାବ

ପୁରୀ ଅଫିସ,୧୮।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ତେବେ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ କୌଣସି ଚିତ୍ର ସ୍ପଷ୍ଟ ନ ଥିବା ବେଳେ କରୋନା ଟେଷ୍ଟ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ରଥଯାତ୍ରାର ସବୁ କାର୍ଯ୍ୟ କରିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ସମମ୍ଭ ହେବ ନାହିଁ। ବିଶେଷକରି ମହାପ୍ରଭୁଙ୍କ ପହଣ୍ଡିବେଳେ ସାମାଜିକ ଦୂରତା ଆଦୌ ରକ୍ଷା କରିହେବ ନାହିଁ। ତେଣୁ ରଥଯାତ୍ରାରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନା କରିବା ଲାଗି ସେବାୟତମାନଙ୍କ କରୋନା ଟେଷ୍ଟ ଜରୁରୀ। ବିଶେଷକରି ପହଣ୍ଡିରେ ସାମିଲ ହେବାକୁ ଥିବା ସବୁ ସେବାୟତଙ୍କ କରୋନା ଟେଷ୍ଟ କରାଯାଇ ସେମାନଙ୍କୁ ପରିଚୟ ପତ୍ର ଦିଆଯାଉ ବୋଲି ସରକାରଙ୍କ ନିକଟରେ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି।