ଶ୍ରୀମନ୍ଦିର ସୁରକ୍ଷା ଜୋନ:ପୁଣି ଜମି ହସ୍ତାନ୍ତର କଲେ ୨ ପରିବାର

ପୁରୀ ଅଫିସ,୩୦ା୧୦:ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ସରକାର ଜମି ଅଧିଗ୍ରହଣ ଆରମ୍ଭ କରିଛନ୍ତି। ଗତ ୨୧ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକ୍ରି କରିଥିବାବେଳେ ପରେ ୧୧ ପରିବାର ଜମି ହସ୍ତାନ୍ତର କରିଥିଲେ। ପୁନଶ୍ଚ ଏହି ଧାରା ଜାରି ରହିବା ସହ ମଙ୍ଗଳବାର ୨ ପରିବାର ଏଥିରେ ସାମିଲ ହୋଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସମ୍ପୃକ୍ତ ପରିବାର ଜମି ହସ୍ତାନ୍ତର କରିଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ପ୍ୟାକେଜ ସହ ଅଧିକ ୧୦ପ୍ରତିଶତ ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏହି ସେଲ୍‌ଡିଡ୍‌ କରାଯାଇଛି। ବାସେଳିସାହିର ଏହି ୨ ପରିବାର ଜମି ବିକ୍ରି କରିଥିବା ଜଣାପଡ଼ିଛି।