ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୯।୮ : ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଶାସନ ପକ୍ଷରୁ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଉଚ୍ଛେଦ କରାଯାଇଛି। ଶୌଚାଳୟ, ସାମଗ୍ରୀ ଘର ଭଙ୍ଗା ଯାଇଛି। ମାତ୍ର ଦକ୍ଷିଣ ଦ୍ବାର ନିକଟରେ ଥିବା ହନୁମାନ ମନ୍ଦିର ଭଙ୍ଗାଯିବ ନାହିଁ ବୋଲି ପ୍ରଶାସନ ନଷ୍ପତ୍ତି ନେଇଛି। ଏହାପରେ ଅନ୍ୟ ତିନିଦ୍ବାରରୁ ଉଚ୍ଛେଦ କରାଯିବ। ଏହି ଉଚ୍ଛେଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୭ ପ୍ଲାଟୁନ ଫୋର୍ସ, ୨୦ ମାଜିଷ୍ଟ୍ରେଟଙ୍କ ସମେତ ଜିଲାପାଳ, ଏସ୍‌ପି ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।