ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୬ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ଏହା ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା। ତେଣୁ ରଥଯାତ୍ରାର ବିଧି ବିଶ୍ୱବାସୀଙ୍କୁ ଜଣାଯିବ। ମହାପ୍ରଭୁଙ୍କର ଏହି ମହାନ୍‌ ପର୍ବ ରଥଯାତ୍ରାର ପରିଚାଳନା ଲାଗି ବିଧି କ’ଣ ରହିଛି ତାହା ସମସ୍ତଙ୍କୁ ଜଣାଇବୁ। ପରିଚାଳନା କମିଟିରୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ପାରିତ ହୋଇ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ଦିଗରେ ସହଯୋଗ କରିବା ଲାଗି ଅନୁରୋଧ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଶ୍ରୀମନ୍ଦିର ସେବାପୂଜା ଏବଂ ପରମ୍ପରାରେ ଅନେକ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ଦିର ଏବଂ ମଠ ଭିତରେ ଥିବା ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ବଜାୟ ରଖାଯିବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏଥିପାଇଁ ଯାହା ଆଇନ ରହିଛି ସେହି ପ୍ରକାରେ ମଠଗୁଡ଼ିକର ବିକାଶ ଓ ପୁନରୁଦ୍ଧାର କରାଯିବ। ଏଥିଲାଗି ୩ ଜଣିଆ ମଠ ଉନ୍ନୟନ ସବ୍‌ କମିଟି ଗଠନ କରାଯାଇଛି। ମଠ ଉନ୍ନୟନ ସବ୍‌ କମିଟି ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ମଠ ସଂସ୍କୃତି କିପରି ବଜାୟ ରହିବ ତାହା ଉପରେ କାର୍ଯ୍ୟ କରିବେ। ୭୫ ମିଟର ମଧ୍ୟରେ ରହିଥିବା ମଠ ସମେତ ପୁରୀର ବିଭିନ୍ନ ମଠର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ମଠ ଠାକୁରଙ୍କ ସେବାପୂଜା, ମହନ୍ତ, ପୂଜାରୀ ଏବଂ ବିଦ୍ୟାର୍ଥୀଙ୍କ ରହିବା ଲାଗି ବ୍ୟବସ୍ଥା କରାଯିବ। ପୁରୀରେ ଅନେକ ମଠ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେଗୁଡ଼ିକର ପୁନରୁଦ୍ଧାର କିପରି କରାଯିବ ତାହା ଉପରେ ଫୋକସ୍‌ ରହିବ। ଏହି ସବ୍‌ କମିଟିରେ ଦେବୋତ୍ତର କମିଶନର, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ରାମଚନ୍ଦ୍ର ଦାସମହାପାତ୍ର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri