ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ପୁରୀ ଅଫିସ,୩୧।୫: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏକ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଏଏସ୍‌ଆଇ ସୁପରିଟେଣ୍ଡଣ୍ଟଙ୍କୁ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ପ୍ରଥମେ ସ୍ନାନ ମଣ୍ଡପ ବୁଲିଥିଲେ। ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଥିବାରୁ ମଣ୍ଡପରେ ଏଏସ୍‌ଆଇ ପକ୍ଷରୁ ଯେଉଁ ସବୁ କାମ କରାଯାଇଛି ତାହା ଅନୁଧ୍ୟାନ କରିଥିଲେ। ଏହାପରେ ଶ୍ରୀମନ୍ଦିର ନାଟମଣ୍ଡପରେ ଚାଲିଥିବା ମରାମତି କାମ ସୁପରିଟେଣ୍ଡେଣ୍ଟ ଦେଖିଥିଲେ। ଏତଦ୍‌ବ୍ୟତିତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହରେ ହେବାକୁ ଥିବା କାମ ସଂକ୍ରାନ୍ତରେ ଏଏସଆଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।