ଶ୍ରୀନଗର-ଦିଲ୍ଲୀ ବିମାନ ସେବା; ଭଡା ସୀମା ଧାର୍ଯ୍ୟ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୮: ସୁରକ୍ଷା କାରଣରୁ ଜମ୍ମୁ-କଶ୍ମୀରରୁ ଅମରନାଥ ତୀର୍ଥଯାତ୍ରୀ ତଥା ଅନ୍ୟ ପର୍ଯ୍ୟଟକଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିମାନ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବିମାନ କମ୍ପାନୀଙ୍କୁ କୁହାଯାଇଛି। ତେବେ ଚାହିଦା ବୃଦ୍ଧି କାରଣରୁ ବିମାନ ଭଡ଼ା ଚଢ଼ା ହୋଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବଂ ଘରୋଇ କମ୍ପାନୀ ଗୋଏୟାର ଶ୍ରୀନଗର-ଦିଲ୍ଲୀ ଫ୍ଲାଇଟ୍‌ର ସର୍ବାଧିକ ବିମାନ ଭଡା ହ୍ରାସ ଘୋଷଣା କରିଛନ୍ତି। ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଭଡ଼ା ସର୍ବାଧିକ ୬୭୧୫ ଟଙ୍କା ରଖାଯାଇଛି। ତେବେ ଦିଲ୍ଲୀ-ଶ୍ରୀନଗର ବିମାନ ଭଡା ସର୍ବାଧିକ ୬୮୯୯ ଟଙ୍କାରେ ସୀମିତ ରହିବ ବୋଲି ଏହାର ମୁଖପାତ୍ର ଧନଞ୍ଜୟ କୁମାର ପ୍ରକାଶ କରିଛନ୍ତି। ସେହିପରି ଅଗଷ୍ଟ ୧୫ ପର୍ଯ୍ୟନ୍ତ ଗୋଏୟାର ଏହାର ବିମାନ ଭଡ଼ା ୧୦ହଜାର ଟଙ୍କାରେ ସୀମିତ ରଖିଛି। ତେବେ ଅନ୍ୟ ବିମାନ କମ୍ପାନୀ ଇଣ୍ଡିଗୋ, ସ୍ପାଇଶ୍‌ଜେଟ୍‌, ଭିଷ୍ଟାରା ଏବଂ ଏୟାରଏସିଆ ଇଣ୍ଡିଆ ଅଦ୍ୟାବଧି ସେମାନଙ୍କ ଭଡ଼ା ହ୍ରାସ ନେଇ ଘୋଷଣା କରିନାହାନ୍ତି। ସୂଚନାଥାଉ କି, ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ଉପତ୍ୟକା ଛାଡ଼ିବା ଲାଗି ଜମ୍ମୁ-କଶ୍ମୀର ସରକାର ଶୁକ୍ରବାର ନିର୍ଦ୍ଦେଶ ଦେବା ପରେ ବିମାନ ଭଡ଼ା ଅଚାନକ ବୃଦ୍ଧି ପାଇଥିଲା। ତେବେ ଭଡ଼ା କମାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୋଏୟାର ମୁଖପାତ୍ର କହିଛନ୍ତି ଯେ, ବିମାନ ଚଳାଚଳ ମନ୍ତ୍ରଣାଳୟର ଆହ୍ବାନକୁ କମ୍ପାନୀ ସର୍ବଦା ଗୁରୁତ୍ୱ ଦେଇଛି। କେରଳ ବନ୍ୟା, ଓଡ଼ିଶାରେ ଫନୀ ବାତ୍ୟା, ବାଲାକୋଟ ବିମାନ ଆକ୍ରମଣ ବେଳେ କମ୍ପାନୀ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇବା ସହ ଭଡାକୁ ନିୟନ୍ତ୍ରଣରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri