ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୪।୭: ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଗୁରୁବାର ରଥରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ପହଞ୍ଚିବା ପରେ ଶଙ୍କରାଚର୍ଯ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରଥ ପରିକ୍ରମା କରିଛନ୍ତି।

ତେବେ ପୂର୍ବାହ୍ନରେ ବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି। ଏହା ପରେ ମଦନମୋହନ ବିଜେ ନୀତି ପରେ ଛେରାପହଁରା କରାଯିବ। ନୀର୍ଘଣ୍ଟ ସମୟାନୁଯାୟୀ ୨ଟା ୩୦ରେ ଏହି ନୀତି ବଢ଼ି ୪ଟାରେ ରଥଟଣା ହେବାର କାର୍ଯ୍ୟକ୍ରମ ରହିଛି।