ଶ୍ରୀଜିଉଙ୍କୁ ଦର୍ଶନ କଲେ ଭେଙ୍କଟେଶ ପ୍ରସାଦ

ପୁରୀ ଅଫିସ,୨୧।୧୨: ପୂର୍ବତନ କ୍ରିକେଟର ତଥା ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘୋଷକ ଭେଙ୍କଟେଶ ପ୍ରସାଦ ଶନିବାର ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଭେଙ୍କଟେଶଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରାଇଥିବା ଜଣାପଡ଼ିଛି। ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାପାଠ କରି ସେ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।