ଶ୍ରୀକ୍ଷେତ୍ରରୁ ଅର୍ନ୍ତରାଷ୍ଟ୍ରୀୟ ଯୁବଯାତ୍ରାର ଶୁଭାରମ୍ଭ

ପୁରୀ ଅଫିସ, ୨୪ା୭: ଯୁବ ସାମାଜିକ ଅନୁଷ୍ଠାନ ସିନର୍ଜି ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ଯୁବ ସଂଯୋଗ କାର୍ଯ୍ୟକ୍ରମ ତଥା ସପ୍ତମ ଯୁବଯାତ୍ରା ବୁଧବାର ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି। ସିଂହଦ୍ୱାର ଆଗରେ ଦ୍ୱୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରାଯାଇ ଏହାର ଶୁଭାରମ୍ଭ ହୋଇଛି। ଏହି ଯୁବଯାତ୍ରା ନେପାଳ ଅଭିମୁଖେ ଯାତ୍ରା କରିଛି। ଟ୍ରଷ୍ଟ ସମ୍ପାଦକ ସଚ୍ଚିନନ୍ଦନ ଦାସ, ଜଗନ୍ନାଥ ଷଢଙ୍ଗୀ, ଭବାନୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏହି ଯାତ୍ରାରେ ଦେଶରୁ ୮୫ଜଣ ଯୁବକ ଯୋଗଦାନ କରିଛନ୍ତି। ଯୁବ ବ୍ୟକ୍ତିତ୍ୱ ବିକାଶ, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ଉଭୟ ଦେଶ ମଧ୍ୟରେ ସଂସ୍କୃତି, ପରମ୍ପରା ଏବଂ ଭାବର ଆଦାନ ପ୍ରଦାନ ଲକ୍ଷ୍ୟରେ ଆୟୋଜିତ ଏହି ଯୁବଯାତ୍ରା ଆସନ୍ତା ୨୮ତାରିଖରେ ନେପାଳର ରାଜଧାନୀ କାଠମାଣ୍ଡୁରେ ପହଞ୍ଚତ୍ବ। ସେହିଦିନ ସେଠାରେ ଯୁବ ସଂଯୋଗ କାର୍ଯ୍ୟକ୍ରମ ତଥା ଯୁବଯାତ୍ରାର ଉଦ୍‌ଘାଟନ କରାଯିବ। ଏଥିରେ ନେତୃତ୍ୱ, ଦକ୍ଷତା ବିକାଶ, ପରିବେଶ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଆସନ୍ତା ଅଗଷ୍ଟ ୧୧ରେ ଏହା ଉଦ୍‌ଯାପନ ହେବ ବୋଲି ଟ୍ରଷ୍ଟ ସଭାପତି କୃଷ୍ଣଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।